ETV Bharat / elections

‘ଚିଲିକା ବନିବ ବିରାଟ ପର୍ଯ୍ୟଟନ ହବ’ - bjp candidate

ଚିଲିକା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନ। ‘ଇଟିଭି ଭାରତ’ର ନେତାଙ୍କୁ ପାଞ୍ଚଟି ପ୍ରଶ୍ନ କାର୍ଯ୍ୟକ୍ରମର ଉତ୍ତରରେ ସେ ଆମକୁ କହିଛନ୍ତି, ଚିଲିକାରେ 95 ପ୍ରତିଶତ ଭିତ୍ତିଭୂମିର ବିକାଶ ଘଟିଥିଲେ ମଧ୍ୟ ଅର୍ଥନୈତିକ ବିକାଶ ଘଟିନାହିଁ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Apr 11, 2019, 7:51 PM IST

ଖୋର୍ଦ୍ଧା: ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାଲଢେଇ। ଆଜି ପ୍ରଥମ ପର୍ଯ୍ୟାୟରେ ରାଜ୍ୟର 217 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଯାଇଛି । ତେବେ ଆଗାମୀ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ପାଇଁ ନେତାଙ୍କ ଅଙ୍କକଷା ଏବଂ ମିଶାଣ-ଫେଡାଣ ଜୋରସୋରରେ ଚାଲିଛି । ତୁଫାନୀ ପ୍ରଚାର ମାଧ୍ୟମରେ ଭୋଟରଙ୍କ ମନ ଜିଣିବାକୁ ପ୍ରାଣପଣେ ଉଦ୍ୟମ କରୁଛନ୍ତି ନେତାଏ । ଏପରିକି ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ ନେତାଏ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ତେବେ ସ୍ଥାନୀୟ ଅଞ୍ଚଳର ସମସ୍ୟାକୁ ମୁଦ୍ଦା କରି ନିର୍ବାଚନୀ ବୈତରଣୀ ପାର ହେବାକୁ ଆଶା ବାନ୍ଧିଛନ୍ତି ଚିଲିକା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନ। ‘ଇଟିଭି ଭାରତ’ର ନେତାଙ୍କୁ ପାଞ୍ଚଟି ପ୍ରଶ୍ନ କାର୍ଯ୍ୟକ୍ରମରେ ଆମ ପ୍ରଶ୍ନର ଉତ୍ତର ରଖିଛନ୍ତି ସେ । ସାରାରାଜ୍ୟରେ ଥିବା 147 ବିଧାନସଭା କ୍ଷେତ୍ର ମଧ୍ୟରେ ଚିଲିକାରେ 95 ପ୍ରତିଶତ ଭିତ୍ତିଭୂମିର ବିକାଶ ଘଟିଥିଲେ ମଧ୍ୟ ଅର୍ଥନୈତିକ ବିକାଶ ଘଟିନାହିଁ ବୋଲି ସେ କହିଛନ୍ତି ।

ସେହିପରି ସେ ଚିଲିକାକୁ ପୁନରୁଦ୍ଧାର କରି ଏକ ବିରାଟ ପର୍ଯ୍ୟଟନ ହବ କରିବା ପାଇଁ ଯୋଜନା ରଖିଛନ୍ତି। କିଭଳି ଭାବେ ସ୍ଥାନୀୟ ଯୁବକ ଓ ଯୁବତୀ ମାନେ ଦାଦନ ଖଟିବାକୁ ବାହାରକୁ ନ ଯିବେ ଏବଂ ସେମାନଙ୍କୁ କିଭଳି ଘର ପାଖରେ କାମ ମିଳିବ ସେଥିପ୍ରତି ଗୁରୁତ୍ୱ ଦେବେ ବୋଲି କହିଛନ୍ତି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.