ETV Bharat / elections

'ବିକାଶକୁ ପ୍ରଥମେ ଗୁରୁତ୍ବ' - chilika

ଚିଲିକା ନିର୍ବାଚନ ମଣ୍ଡଳୀରେ ବିଜେଡି ତରଫରୁ ପାର୍ଥି ହୋଇଛନ୍ତି ପ୍ରଶାନ୍ତ କୁମାର ଜଗଦ୍ଦେବ। ଆମ କାର୍ଯ୍ୟକ୍ରମ ନେତାଙ୍କୁ ପାଞ୍ଚଟି ପ୍ରଶ୍ନରେ ନିଜ ପ୍ରତିକ୍ରିୟା ରଖିଥିଲେ ପ୍ରଶାନ୍ତ କୁମାର ଜଗଦ୍ଦେବ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Apr 11, 2019, 7:25 PM IST

ଖୋର୍ଦ୍ଧା: ଦିନ କେଇଟା ପରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ। ସେନେଇ ଜୋରସୋରରେ ବିରୋଧୀଙ୍କୁ ଟକ୍କର ଦେଇ ଭୋଟରଙ୍କୁ ମନେଇ ଭୋଟ ହାତେଇବା ପାଇଁ ଚାଲିଛି ଉଦ୍ୟମ। ଜି-ଜାନ ଲଗାଇ ପ୍ରାର୍ଥୀ ପ୍ରଚାର କରୁଛନ୍ତି। ତେବେ ଚିଲିକା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ତରଫରୁ ପାର୍ଥି ହୋଇଛନ୍ତି ପ୍ରଶାନ୍ତ କୁମାର ଜଗଦ୍ଦେବ। ଆମ କାର୍ଯ୍ୟକ୍ରମ ନେତାଙ୍କୁ ପାଞ୍ଚଟି ପ୍ରଶ୍ନରେ ନିଜ ପ୍ରତିକ୍ରିୟା ରଖିଛନ୍ତି ପ୍ରଶାନ୍ତ କୁମାର ଜଗଦ୍ଦେବ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଚିଲିକାରେ ଭିତ୍ତିଭୂମି ଥାଇ ମଧ୍ୟ ଯେତିକି ବିକାଶ ହେବା କଥା ତାହା ହୋଇପାରିନାହିଁ। ଏହି ନିର୍ବାଚନ ମଣ୍ଡଳୀ ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ କ୍ଷେତ୍ରରେ ବହୁ ପଛରେ ରହିଛି । ସେହିପରି ଏହି ଅଞ୍ଚଳରୁ ସେ ନିର୍ବାଚିତ ହେଲେ ଏହି ମାଟିକୁ ଗର୍ବିତ କରିଥିବା ବୀର ପାଇକ ଶହୀଦ କୃତିବାସ ପାଟଶାଣୀଙ୍କୁ ମନେ ରଖିବା ପାଇଁ ତାଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିବା ସହ ତାଙ୍କ ନାମରେ ପାର୍କ କରାଯିବା କଥା କହିଛନ୍ତି।

ଆହୁରି ମଧ୍ୟ ଚିଲିକା ଉପରେ ନିର୍ଭର କରି ବଞ୍ଚୁଥିବା ଲୋକଙ୍କର ସମସ୍ୟାର ସମାଧାନ କରାଯିବା ସହ ସରକାର ଅଞ୍ଚଳବାସୀଙ୍କ ପାଇଁ କରୁଥିବା ବିଭିନ୍ନ ଜନହିତକର ଯୋଜନାକୁ ଲୋକମାନଙ୍କ ନିକଟରେ ପହଞ୍ଚାଯିବ ବୋଲି କହିଛନ୍ତି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:Body:

RGERGERG

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.