ବୌଦ୍ଧ: ବାଜିଲାଣି ନିର୍ବାଚନୀ ବିଗୁଲ । ନିର୍ବାଚନ ଲଢିବା ପାଇଁ ନିଜର ସମସ୍ତ ଶକ୍ତି ସାମର୍ଥ୍ୟ ଲଗାଇଲେଣି ରାଜନୈତିକ ଦଳର ପ୍ରାର୍ଥୀ । ମତଦାତାଙ୍କଠାରୁ ଭୋଟ ପାଇବା ପାଇଁ ବଳକଳ କୌଶଳ ସମସ୍ତ ପ୍ରୟାସ ଜାରି ରହିଛି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଚାର କାର୍ଯ୍ୟକ୍ରମକୁ ତ୍ବରିତ କରିବାରେ ବ୍ୟସ୍ତ ଟିକେଟ ପାଇଥିବା ପ୍ରାର୍ଥୀ । ଏପରି ବ୍ୟସ୍ତତା ଭିତରେ ଇଟିଭିର 'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ' କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି କଂଗ୍ରେସ ସିପିଆଇ ସିପିଏମର ମିଳିତ ପ୍ରାର୍ଥୀ ଅବକାଶ ସାହୁ । ଆଉ ସେ ଆମ ପ୍ରଶ୍ନର ଉତ୍ତର ମଧ୍ୟ ରଖିଛନ୍ତି ।
ବୌଦ୍ଧ ନିର୍ବାଚନୀ ମଣ୍ଡଳୀ ଆସନ ଗତଥର ବିଜେଡି ଦାଖଲ କରିଥିଲା । କିନ୍ତୁ ଚଳିତ ଥର କଂଗ୍ରେସ ଯୁବନେତାଙ୍କୁ ନିର୍ବାଚନ ମଇଦାନରେ ଓହ୍ଲାଇଛି । ଯେଉଁଥିପାଇଁ କଂଗ୍ରେସ ସିପିଆଇ ସିପିଏମର ମିଳିତ ଦଳ ବେସ ଉତ୍ସାହିତ ଅଛନ୍ତି । ତେବେ ବିଧାୟକ ପ୍ରାର୍ଥୀ ଅବକାଶ ସାହୁଙ୍କୁ ଆମ ଇଟିଭି ଭାରତର ପ୍ରତିନିଧି ପାଞ୍ଚଟି ପ୍ରଶ୍ନ ନେତାଙ୍କୁ କାର୍ଯ୍ୟକ୍ରମରେ ପ୍ରଶ୍ନ କରିଥିଲେ । ଏଥିରେ ସେ କହିଛନ୍ତି ଯେ କଂଗ୍ରେସ ସିପିଆଇ ସିପିଏମର ମିଳିତ ଦଳ ଯଦି କ୍ଷମତାକୁ ଆସେ ତେବେ ଜିଲ୍ଲାରେ ଯାହା ବିକାଶ ହୋଇନାହିଁ ତାହା ସେ ବିକାଶ କରିବେ । ଏହାସହ ଶିକ୍ଷା, ସ୍ବାସ୍ଥ୍ୟକୁ ଉନ୍ନତ କରିବେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ