ETV Bharat / elections

'ଶହେ ଟଙ୍କାରେ ଶହେ ଟଙ୍କାର କାମ ହେବ , ଅନେଶତ ନୁହେଁ'

ଇଟିଭିର 'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ' କାର୍ଯ୍ୟକ୍ରମରେ ସାମିଲ ହୋଇ ଜମିକୁ ପାଣି, ବେକାରୀଙ୍କୁ ନିଯୁକ୍ତି, ନିଶା ନିବାରଣ, ହିଂସା ଲୋପ, ଚାଷୀଙ୍କୁ ଦୁଃଖ ଦୂର କରିବା ଏଭିଳି କିଛି ପ୍ରତିଶ୍ରୁତି ଦେଇ ଭୋଟରଙ୍କୁ ଆକୃଷ୍ଟ କରିବା କଥା କହିଛନ୍ତି ଆସିକା ଲୋକସଭା ଆସନରୁ କଂଗ୍ରେସ ଓ ସିପିଆଇଏମ ସମର୍ଥିତ ସିପିଆଇ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Apr 16, 2019, 7:13 AM IST

ବ୍ରହ୍ମପୁର: ଜମିକୁ ପାଣି, ବେକାରୀଙ୍କୁ ନିଯୁକ୍ତି, ନିଶା ନିବାରଣ, ହିଂସା ଲୋପ, ଚାଷୀଙ୍କୁ ଦୁଃଖ ଦୂର କରିବା ଏଭିଳି କିଛି ପ୍ରତିଶ୍ରୁତି ଦେଇ ଭୋଟରଙ୍କୁ ଆକୃଷ୍ଟ କରିବା କଥା କହିଛନ୍ତି ଆସିକା ଲୋକସଭା ଆସନରୁ କଂଗ୍ରେସ ଓ ସିପିଆଇଏମ ସମର୍ଥିତ ସିପିଆଇ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡା । ଇଟିଭିର 'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ' କାର୍ଯ୍ୟକ୍ରମରେ ସାମିଲ ହୋଇ ଗୋଟିଏ ପଦରେ କହିବାକୁ ଗଲେ ଆସିକାବାସୀଙ୍କୁ ମୌଳିକ ସୁବିଧା ଯୋଗାଇବା ଠାରୁ ଆରମ୍ଭ କରି ଦୀର୍ଘ ଦିନର ଜଟିଳ ସମସ୍ୟାକୁ ଦୂର କରିବା କଥା କହିଛନ୍ତି ।

ସୂଚନା ଯେ ଆସିକା ଲୋକସଭା ଆସନରେ ବିଜେଡିରୁ ପ୍ରମିଳା ବିଶୋୟୀ, ବିଜେପିରୁ ଅନିତା ଶୁଭଦର୍ଶିନୀ ଓ ଏମାନଙ୍କୁ କଡା ଟକ୍କର ଦେବା ପାଇଁ ସିପିଆଇରୁ ରାମକୃଷ୍ଣ ପଣ୍ଡା ମୈଦାନରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି । ଏହି ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କୁ ମିଶାଇ ମୋଟ ୮ ଜଣ ପ୍ରାର୍ଥୀ ନିର୍ବାଚନୀ ମୈଦାନକୁ ଓଲ୍ଲାଉଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ପିସି କାରବାର ବନ୍ଦ, ଗାଁର ବିକାଶ, ମାଫିଆ ରାଜର ବିନାଶ, ସ୍କୁଲରେ ଶିକ୍ଷକ, ଡାକ୍ତରଖାନାରେ ଡାକ୍ତର, ଔଷଧ ଯୋଗାଇବା, ଜମିକୁ ପାଣି, ବେକାରୀଙ୍କୁ ନିଯୁକ୍ତି କଥା କହିଛନ୍ତି । ଶହେ ଟଙ୍କାରେ ଶହେ ଟଙ୍କା କାମ ହେବ। ଶହେ ଟଙ୍କା ଅନେଶତ ଟଙ୍କା ହେବ ନାହିଁ ବୋଲି ଆସିକାବାସୀଙ୍କୁ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେଇଛନ୍ତି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.