ETV Bharat / elections

‘ମହିଳାଙ୍କୁ ସଶକ୍ତୀକରଣ କରିବା ହେବ ଲକ୍ଷ୍ୟ’ - kausalya hikaka

ଚଳିତ ବର୍ଷ ବିଜେଡିରୁ କୋରାପୁଟ ସାଂସଦ ପ୍ରାର୍ଥୀ ଭାବେ ରଣାଙ୍ଗନକୁ ଓହ୍ଲାଇଛନ୍ତି କୌଶଲ୍ୟା । କୋରାପୁଟ ସାଂସଦ ଝିନ ହିକ୍‌କାଙ୍କ ସ୍ତ୍ରୀ କୌଶଲ୍ୟା ହିକ୍‌କାଙ୍କୁ ନେଇ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା ଚାଲିଥିବାବେଳେ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ରାୟଗଡା ସମ୍ବାଦଦାତା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Apr 7, 2019, 9:50 PM IST

ରାୟଗଡା: ସ୍ବାମୀଙ୍କ ସହିତ ରହିଛି ୧୦ ବର୍ଷର ରାଜନୈତିକ ଅଭିଜ୍ଞତା । କେବେ ବି ସିଧାସଳଖ ରାଜନୀତିରେ ପାଦ ଦେଇନଥିଲେ ମଧ୍ୟ ଚଳିତ ବର୍ଷ ଓହ୍ଲାଇଛନ୍ତି ମଇଦାନକୁ । ଆମେ କହୁଛୁ ପୂର୍ବତନ ଲକ୍ଷ୍ମୀପୁର ବିଧାୟକ ତଥା ବର୍ତ୍ତମାନର କୋରାପୁଟ ସାଂସଦ ଝିନ ହିକ୍‌କାଙ୍କ ସ୍ତ୍ରୀ କୌଶଲ୍ୟା ହିକ୍‌କାଙ୍କ କଥା । ତାଙ୍କୁ ନେଇ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା ଚାଲିଥିବାବେଳେ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ରାୟଗଡା ସମ୍ବାଦଦାତା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ଚଳିତ ବର୍ଷ ବିଜେଡିରୁ କୋରାପୁଟ ସାଂସଦ ପ୍ରାର୍ଥୀ ଭାବେ ରଣାଙ୍ଗନକୁ ଓହ୍ଲାଇଛନ୍ତି କୌଶଲ୍ୟା । ତେବେ ଆଲୋଚନାବେଳେ ମୁଖ୍ୟମନ୍ତ୍ରୀ ତାଙ୍କୁ ସୁଯୋଗ ଦେଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ମହିଳାଙ୍କୁ ସଶକ୍ତୀକରଣ କରିବା ତାଙ୍କର ଲକ୍ଷ୍ୟ ହେବ ବୋଲି କହିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:Body:

ପୁରୀରୁ ଫେରିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା, 3 ମୃତ

ବାଲେଶ୍ୱର:  ମହାପ୍ରଭୁଙ୍କ ଦର୍ଶନ ହେଲା ଶେଷଯାତ୍ରା। କାଳିଆ ଦର୍ଶନ ସାରି ଫେରୁଥିବାବେଳେ ଡମ୍ଫରକୁ ପଛପଟୁ ପିଟିଥିଲା କାର । ଏହି ଦୁର୍ଘଟଣାରେ 4ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 3ଜଣ ଗୁରୁତର ଆହତ ହୋଇଛନ୍ତି । ବାଲେଶ୍ବର ଜିଲ୍ଳା ବସ୍ତା ଥାନା 60 ନମ୍ବର ଜାତୀୟ ରାଜପଥର କୁଣ୍ଡପୁରଠାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ୲ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଡମ୍ପରକୁ ପଛପଟୁ କାର ପିଟିଥିଲା ।

ସୂଚନା ଅନୁସାରେ, ଜଳେଶ୍ବର ବ୍ଲକ ଚୁରମାରା ଓ ପାକଶିଦା ଅଞ୍ଚଳରୁ 7ଜଣ ଏକ କାରରେ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଯାଇଥିଲେ। ଶନିବାର ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ରାସ୍ତାରେ ଏମିତି ଦୁର୍ଘଟଣା ଘଟିଥିଲା । ଗୁରୁତରଙ୍କ ମଧ୍ୟରେ 2ଜଣ ଶିଶୁଥିବା ଜଣାପଡ଼ିଛି। ମୃତକମାନେ ହେଲେ ସୁଭିରଞ୍ଜନ ପରିଡ଼ା, କଳ୍ପନା ରଣା, ତୋଫାନ ରଣା, ରବି ରଣା ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ବିଳମ୍ବିତ ରାତିରେ କାର ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଏମିତି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଘଟଣାସ୍ଥଳରୁ କାରରେ ଥିବା ଲୋକଙ୍କୁ ସ୍ଥାନୀୟ ଲୋକ ମେଡିକାଲ ନେଇଥିଲେ। ସେଠାରେ 4ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତରମାନଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି।

ବାଲେଶ୍ୱରଉ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.