ETV Bharat / elections

ଘସିପୁରାରେ ହେବ ଦ୍ବିମୁଖୀ ଲଢେଇ ! - last day

ରବିବାର ନିର୍ବାଚନ ପ୍ରଚାରର ଶେଷ ଦିନ । ଏନେଇ କେନ୍ଦୁଝର ଜିଲ୍ଲାର ସବୁଠୁ ହାଇପ୍ରୋଫାଇଲ୍ ନିର୍ବାଚନ ମଣ୍ଡଳୀ ଘସିପୁରାରେ ଏବେବି ଚାଲିଛି ଅଙ୍କକଷା । ସମସ୍ତଙ୍କ ଆଖି ଏବେ କେନ୍ଦୁଝର ଜିଲ୍ଲାର ଘସିପୁରା ନିର୍ବାଚନ ମଣ୍ଡଳୀ ଉପରେ ।

ଫଟୋ ସୌଜନ୍ଯ: ପ୍ରତିନିଧି, ଆନନ୍ଦପୁର
author img

By

Published : Apr 21, 2019, 10:34 PM IST

ଆନନ୍ଦପୁର: ରବିବାର ନିର୍ବାଚନ ପ୍ରଚାର ଶେଷ ଦିନ । ୟାମଧ୍ୟରେ ଆରମ୍ଭ ହୋଇଗଲାଣି ଭୋଟ କାଉଣ୍ଟଡାଉନ୍ । ଏନେଇ କେନ୍ଦୁଝର ଜିଲ୍ଲାର ସବୁଠୁ ହାଇପ୍ରୋଫାଇଲ୍ ନିର୍ବାଚନ ମଣ୍ଡଳୀ ଘସିପୁରାରେ ଏବେ ବି ଚାଲିଛି ଅଙ୍କକଷା । ସମସ୍ତଙ୍କ ଆଖି ଏବେ କେନ୍ଦୁଝର ଜିଲ୍ଲାର ଘସିପୁରା ନିର୍ବାଚନ ମଣ୍ଡଳୀ ଉପରେ ।

ଗୋଟିଏ ପଟେ ବିଜେଡିର ହେଭିୱେଟ୍ ନେତା ବଦ୍ରିନାରାୟଣ ପାତ୍ର ବାଇକ୍ ରାଲି କରି ନିର୍ବାଚନ ପ୍ରଚାର କରୁଥିବାବେଳେ ଅପରପକ୍ଷେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବାଇକ୍ ରାଲି କରିବା ସହ ନିଜ ହେଲିକ୍ୟାପ୍ଟର ଯୋଗେ 2ଟି ବ୍ଲକରେ ନିର୍ବାଚନ ପ୍ରଚାର କରିଥିଲେ । ସେପଟେ ବିଜେପି ନେତା ପୃଥ୍ବୀରାଜ କୁଅଁରଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ନିର୍ବାଚନ ପ୍ରଚାର କରିଥିଲେ ।

ଭିଡିଓ ସୌଜନ୍ଯ: ପ୍ରତିନିଧି, ଆନନ୍ଦପୁର

ଏହା ମଧ୍ୟରେ ରାଜନୈତିକ ସମୀକ୍ଷକମାନେ କେନ୍ଦୁଝର ଜିଲ୍ଲାର ଘସିପୁରା ନିର୍ବାଚନ ମଣ୍ଡଳୀ ଅଙ୍କକଷା ଆରମ୍ଭ କରିଦେଲେଣି । ସେମାନଙ୍କ ମତରେ ଏଥର ଘସିପୁରାରେ 2ଜଣ ହେଭିୱେଟ ନେତାଙ୍କ ମଧ୍ୟରେ ଲଢେଇ ହେବ । ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସାଧାରଣତଃ ଆମ୍ନାସାମ୍ନା ହେବେ ।

ଜଣେ 10ବର୍ଷ ହେଲା ବିଧାୟକ ଭାବେ ଜିତି ମନ୍ତ୍ରୀପଦ ଅକ୍ତିଆର କରିଥିବାବେଳେ ଅନ୍ୟଜଣେ 10ବର୍ଷ ହେଲା ସ୍ଥାନୀୟ ରାଜନୀତିରେ ସକ୍ରିୟ ନଥାଇ ମଧ୍ୟ ଜନ ସମର୍ଥନ ହାସଲ କରିବାକୁ ଚେଷ୍ଟା କରୁଛନ୍ତି । ସେପଟେ ବଦ୍ରିନାରାୟଣ ପାତ୍ର ଜିତିବା ନେଇ ସମର୍ଥକ ଆଶାବାଦୀ ଥିବାବେଳେ, ଅବାଧ ଓ ନିରପେକ୍ଷ ନିର୍ବାଚନ ହେଲେ, ଫଳାଫଳ କଂଗ୍ରେସର ସପକ୍ଷରେ ଯିବ ବୋଲି ନିରଞ୍ଜନଙ୍କ ସମର୍ଥକ କହିଛନ୍ତି । ତେବେ ଘସିପୁରାରେ 23 ତାରିଖରେ ପଡିବ ଭୋଟ । ଆଉ ଦେଖିବାକୁ ବାକି ରହିଲା ଭୋଟରମାନେ ଆଗାମୀ 5ବର୍ଷର ଭବିଷ୍ୟତ କାହାକୁ ସ୍ଥିର କରିବେ ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.