ETV Bharat / elections

ଯାଜପୁରରେ ନିର୍ବାଚନ ପରିଚାଳନା ଉପରେ ନଜର ରଖିବ 8ଟି ଟିମ୍‌

ନାମାଙ୍କନ ଦାଖଲ ପାଇଁ ଯାଜପୁର ଜିଲ୍ଲାପ୍ରଶାସନ ସମସ୍ତ ବ୍ୟବସ୍ଥା କରିଛି। ସୁରକ୍ଷା ବ୍ୟବସ୍ଥା କଡାକଡି ସହ ନାମାଙ୍କନ ସୂଚାରୁ ରୂପେ ପରିଚାଳନା ପାଇଁ 8ଟି ଟିମ୍‌ ଗଠନ କରାଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Apr 7, 2019, 10:19 AM IST

ଯାଜପୁର: ଆଉ ଦିନ କେଇଟା ପରେ ଗଣତନ୍ତ୍ରର ବଡପର୍ବ ସାଧାରଣ ନିର୍ବାଚନ। ନିର୍ବାଚନକୁ ନେଇ ଚାରିଆଡେ ସରଗରମ ମାହୋଲ । ପ୍ରଥମ, ଦ୍ବିତୀୟ, ତୃତୀୟ ପରେ ଏବେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଚାଲିଛି। ଯାଜପୁର ଜିଲ୍ଲାରେ ଗତ 4 ଦିନ ମଧ୍ୟରେ ଲୋକସଭା, ବିଧାନସଭା ପାଇଁ 18 ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଗତ 2 ତାରିଖରୁ ଆରମ୍ଭ ହୋଇଥିବା ନାମାଙ୍କନ ଆସନ୍ତା 9 ତାରିଖ ପର୍ଯ୍ୟନ୍ତ ଚାଲିବ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ତେବେ ନାମାଙ୍କନକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତ କରାଯାଇଛି। ନାମାଙ୍କନ ଦାଖଲ ସୁଚାରୁ ରୂପେ ପରିଚାଳନା ପାଇଁ 8ଟି ଟିମ୍‌ ଗଠନ କରାଯାଇଛି। ସହକାରୀ ଖର୍ଚ୍ଚ ତଦାରଖ ପାଇଁ ପର୍ଯ୍ୟବେକ୍ଷକ , ଆକାଉଣ୍ଟାଣ୍ଟଟିମ , ଷ୍ଟାଟିକ୍‌ ସର୍ଭିଲାନ୍ସ ,ଭିଡ଼ିଓ ସର୍ଭିଲାନ୍ସ ଟିମ ଓ ଫ୍ଲାଇଙ୍ଗ ସ୍କାର୍ଡ ଟିମ ଗଠନ କରାଯାଇଛି। ଏଥିସହ ଆଇନ ଶୃଙ୍ଖଳା ଦୃଷ୍ଟିରେ ରଖି ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ମୂତୟନ କରାଯାଇଥିବା ନେଇ କହିଛନ୍ତି ଜିଲ୍ଲାପାଳ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:Body:

lasklkla

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.