ଗୋରଖପୁର: ଦେଶରେ ଚାଲିଥିବା ସାଧାରଣ ନିର୍ବାଚନକୁ ନେଇ ସବୁଦଳ ପ୍ରଚାରରେ ସବୁ ସୀମା, ସରଦ, ପଦ, ପଦବୀର ମର୍ଯ୍ୟଦା ଭୁଲି ଆରୋପ ପ୍ରତ୍ୟାରୋପରେ କେହି କାହାକୁ ଛାଡିନଥିଲେ । ବିଶେଷ କରି ବିଜେପିର ଫାୟାର ବ୍ରାଣ୍ଡ ନେତା ତଥା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆରମ୍ଭରୁ କଂଗ୍ରେସ ଉପରେ ଜୋରଦାର ଆକ୍ରମଣ କରି ଆସୁଛନ୍ତି ।
ଆଜି ପୁଣିଥରେ କଂଗ୍ରେସକୁ କଂଗ୍ରେସ ବାଣରେ ଜୋରଦାର ଆଟାକ କରି ଯୋଗୀ କହିଛନ୍ତି କଂଗ୍ରେସର ଶେହେଜାଦୀ(ପ୍ରିୟଙ୍କା ଗାନ୍ଧୀ) କହୁଛନ୍ତି କଂଗ୍ରେସ ଦଳକୁ ଆମେ ଏଥିପାଇଁ ନିର୍ବାଚନ ଲଢାଉଛୁ ଯେ ଦଳ ବିଜେପିର ଭୋଟ କାଟିବ । କଂଗ୍ରେସର ଏମିତି ଅବସ୍ଥା ଆସିଯାଇଛି ଯେ ଯେଉଁଦଳ ଦେଶକୁ ଦୀର୍ଘଦିନ ଶାସନ କରିଥିଲା ସେ ଦଳ ଏବେ ‘ଭୋଟ କାଟିବା ଦଳରେ’ ପରିଣତ ହୋଇଯାଇଛି ।
ଯୋଗୀ ଆହୁରି କହିଛନ୍ତି ନିର୍ଦ୍ଦୋଶ ଲୋକଙ୍କୁ ଦଣ୍ଡ ମିଳିବା ଅନୁଚିତ କିନ୍ତୁ ଲୋକତନ୍ତ୍ରକୁ କଳଙ୍କିତ କରୁଥିବା ଓ ଅନ୍ୟ ଦଳର ଭୋଟ କାଟିବା ପାଇଁ ନିର୍ବାଚନ ଲଢୁଥିବା ଦଳକୁ ଜନତା ନିଜ ଭୋଟ ବଳରେ ଦଣ୍ଡ ଦେବା ଦରକାର ।