ETV Bharat / elections

ଆଜି ନାମାଙ୍କନ ଭରିବେ ମୋଦି

ବାରଣାସୀରୁ ଆଜି ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବାହ୍ନ ପ୍ରାୟ 11 ଟା 30 ମିନିଟ ସମୟରେ ସେ ନିଜ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ବିଜେପି ପକ୍ଷରୁ ସୂଚନା ମିଳିଛି।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Apr 26, 2019, 9:33 AM IST

ଲକ୍ଷ୍ନୌ: ନିଜ ସାଂସଦୀୟ କ୍ଷେତ୍ର ବାରଣାସୀରୁ ଆଜି ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବାହ୍ନ ପ୍ରାୟ 11 ଟା 30 ମିନିଟ ସମୟରେ ସେ ନିଜ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ବିଜେପି ପକ୍ଷରୁ ସୂଚନା ମିଳିଛି । ସକାଳ ପ୍ରାୟ 9.30 ସମୟରେ ସେ ବୁଥ ପ୍ରମୁଖ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ । ଏହା ପରେ ପ୍ରାୟ 11 ଟା ସମୟରେ କାଳ ଭୈରବୀଙ୍କ ପୂଜାର୍ଚ୍ଚନା କରିବା ପରେ ସେ ନାମାଙ୍କନ ଭରିବେ ବୋଲି ଜଣା ପଡିଛି ।

ତେବେ ଏହି କାର୍ଯ୍ୟକ୍ରମରେ ଜେଡିୟୁ ଅଧ୍ୟକ୍ଷ ତଥା ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ଯୋଗଦେବାର ସମ୍ଭାବନା ରହିଛି । ଏହା ବ୍ୟତୀତ ଶିରୋମଣି ଅକାଳୀ ଦଳର ବରିଷ୍ଠ ନେତା ତଥା ପଞ୍ଜାବର ପୂର୍ବ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ, ଲୋଜପା ପ୍ରମୁଖ ରାମ ବିଳାସ ପାସବାନ ଏବଂ ଉତ୍ତର-ପୂର୍ବ ମହାମେଣ୍ଟର ଅନେକ ନେତା ମଧ୍ୟ ଏଥିରେ ଯୋଗ ଦେବେ।

ପ୍ରକାଶ ଥାଉ କି, ମୋଦି ଗତକାଲି ବାରଣାସୀରେ ଏକ ମେଗା ରୋଡ ଶୋ' କରିଥିଲେ । ରୋଡ ଶୋ' ସରିବା ପରେ ସେ ଗଙ୍ଗା ଆଳତି କରିଥିଲେ ମୋଦି।

Intro:Body:

blank

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.