ETV Bharat / elections

ଲୋକସଭା ନିର୍ବାଚନ 2019: ଭୋଟ୍‌ ଦେଲେ ଗଡକରୀ, ଚନ୍ଦ୍ରବାବୁ ଓ ଓୱେସୀ

author img

By

Published : Apr 11, 2019, 11:06 AM IST

ଆରଏସଏସ ମୁଖ୍ୟ ମୋହନ ଭଗୱତ ନାଗପୁରରେ ନିଜର ଭୋଟ୍‌ ଦେଇଥିବାବେଳେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ନାଗପୁର ଲୋକସଭା ନିର୍ବାଚନମଣ୍ଡଳୀର 220 ନମ୍ବର ପୋଲିଂ ବୁଥ୍‌ରେ ଗଡକରୀ ନିଜ ପରିବାର ସହ ମତଦାନ କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଏଏନଆଇ

ହାଇଦ୍ରାବାଦ: ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ସାରା ଦେଶରେ ଚାଲିଥିବାବେଳେ ଏଥିରେ ଖୁବ୍‌ ଉତ୍ସାହ ସହକାରେ ଭାଗ ନେଇଛନ୍ତି ଦେଶବାସୀ। ଏପର୍ଯ୍ୟନ୍ତ ଅଧିକାଂଶ ରାଜ୍ୟରେ ଶାନ୍ତି ଶୃଙ୍ଖଳା ସହକାରେ ମତଦାନ ଚାଲିଛି। ଏହି ଅବସରରେ ମତଦାନରେ ନିଜକୁ ସାମିଲ କରିଛନ୍ତି ବଡ ବଡ ରାଜନେତା ।

ଆରଏସଏସ ମୁଖ୍ୟ ମୋହନ ଭଗୱତ ନାଗପୁରରେ ନିଜର ଭୋଟ୍‌ ଦେଇଥିବାବେଳେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ନାଗପୁର ଲୋକସଭା ନିର୍ବାଚନମଣ୍ଡଳୀର 220 ନମ୍ବର ପୋଲିଂ ବୁଥ୍‌ରେ ଗଡକରୀ ନିଜ ପରିବାର ସହ ମତଦାନ କରିଛନ୍ତି । ଭୋଟ୍‌ ଦେବା ପରେ ମିଡିଆକୁ ସେ କହିଛନ୍ତି ଯେ ସମସ୍ତେ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବା ଉଚିତ।

ଉଲ୍ଲେଖଯୋଗ୍ୟ ଯେ ନାଗପୁର ଲୋକସଭା ଆସନରେ 2ୟ ଥର ପାଇଁ ନୀତିନ ଗଡକରୀ ବିଜେପି ପ୍ରାର୍ଥୀ ହୋଇଛନ୍ତି । ପୂର୍ବରୁ ମହାରାଷ୍ଟ୍ରର ନାଗପୁର ଲୋକସଭା ନିର୍ବାଚନମଣ୍ଡଳୀର 216 ପୋଲିଂ ବୁଥ୍‌ରେ ଆରଏସଏସ ମୁଖ୍ୟ ଭଗୱତ ନିଜ ଭୋଟ୍‌ ଦେଇସାରିଛନ୍ତି । ଭୋଟ୍‌ ଗ୍ରହଣ ଆରମ୍ଭ ହେବାର କିଛି ସମୟ ମଧ୍ୟରେ ସେ ବୁଥ୍‌ରେ ପହଞ୍ଚିଯାଇଥିଲେ। ମତଦାନ ପରେ ଦେଶବାସୀଙ୍କୁ ଏଥିରେ ସାମିଲ ହେବାକୁ ସେ ଆହ୍ବାନ ଦେଇଛନ୍ତି।

ସେହିପରି ଏଆଇଏମ୍‌ଆଇଏମ୍‌ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ପ୍ରାର୍ଥୀ ଅସାଦୁଦ୍ଦିନ ଓୱେସୀ ମଧ୍ୟ ନିଜ ଭୋଟ୍‌ ଦେଇଛନ୍ତି । ହାଇଦ୍ରାବାଦର ଏକ ପୋଲିଂ ବୁଥ୍‌ରେ ସେ ମତଦାନ କରିଛନ୍ତି । ତେବେ ବୁଥ୍‌କୁ ତାଙ୍କ ସହ ଆସିଥିଲେ ତାଙ୍କର ଶହ ଶହ ସମର୍ଥକ। ଓୱେସୀଙ୍କ ସପକ୍ଷରେ ନାରାବାଜି ଦେବା ସହ ସେମାନେ ତାଙ୍କୁ ବୁଥ୍‌ ଯାଏଁ ପାଛୋଟି ନେଇଥିଲେ । ସୂଚନାଯୋଗ୍ୟ ଯେ ଅସାଦୁଦ୍ଦିନ ଏଠାରୁ 3 ଥର ସାଂସଦ ନିର୍ବାଚିତ ହୋଇସାରିଛନ୍ତି । ଭୋଟ୍‌ ଦେବା ପରେ ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସମାଲୋଚନା କରିଥିଲେ।

  • AIMIM Chief and Hyderabad MP candidate Asaduddin Owaisi casts his vote at a polling booth in the city. He is a three time sitting MP from the constituency pic.twitter.com/WeZMjxxv2F

    — ANI (@ANI) April 11, 2019 " class="align-text-top noRightClick twitterSection" data=" ">

ଭାରତର ରାଜନୀତିରେ ଇମ୍ରାନ ମୁଣ୍ଡ ପୁରାଇବା ଉଚିତ ନୁହେଁ। ସେ ତାଙ୍କ ଦେଶ କଥା ବୁଝନ୍ତୁ। ଆମ ଦେଶରେ ସ୍ବଚ୍ଛ ଓ ଅବାଧ ନିର୍ବାଚନ ହୋଇଥାଏ ବୋଲି ଓୱେସୀ କହିଛନ୍ତି। କାଶ୍ମୀର ପ୍ରସଙ୍ଗରେ ଇମ୍ରାନଙ୍କ ମନ୍ତବ୍ୟ ଉପରେ ସେ କହିଛନ୍ତି ଯେ କାଶ୍ମୀର ଭାରତର ଏକ ଅଂଶ। ଏହା କାହାର ବାପାର ନୁହେଁ ବୋଲି ସେ କହିଛନ୍ତି ।

  • Telangana: Telangana Rashtra Samithi's K Kavitha casts her vote at a polling station in Pothangal, in Nizamabad parliamentary constituency pic.twitter.com/Cn4VHL34uD

ସେହିପରି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ନିଜ ପତ୍ନୀ ଏବଂ ପୁତ୍ର ସହ ଭୋଟ୍‌ ଦେଇଛନ୍ତି। ମତଦାନ ପରେ ସେ ପୁଣିଥରେ ପୁରୁଣା ଦାବିକୁ ଦୋହରାଇ ଇଭିଏମ୍‌ ବଦଳରେ ବାଲାଟ ପେପର ବ୍ୟବହାର ପାଇଁ ଦାବି କରିଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ କବିତା ମଧ୍ୟ ମତଦାନ କରିଛନ୍ତି। ନିଜାମାବାଦ ଲୋକସଭା ନିର୍ବାଚନମଣ୍ଡଳୀର ପୋଠାନଗଲର ଏକ ପୋଲିଂ ବୁଥ୍‌ରେ ସେ ନିଜ ମତଦାନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏଥର ତାଙ୍କ ବିରୋଧରେ 179 ଚାଷୀ ପ୍ରତିଦ୍ବନ୍ଦିତା କରୁଛନ୍ତି।

ତେଲୁଗୁ ସିନେଷ୍ଟାର ଆଲୁ ଅର୍ଜୁନ ମଧ୍ୟ ହାଇଦ୍ରାବାଦରେ ଭୋଟ୍‌ ଦେଇଛନ୍ତି। ମତଦାନ ପରେ ସେ କହିଛନ୍ତି ଯେ ଆଗାମୀ 1825 ଦିନ ପାଇଁ ଆମେ ଆଜି ଭୋଟ୍‌ ଦେଉଛୁ। ତେଣୁ ସମସ୍ତେ ଏଥିରେ ବିପୁଳ ସଂଖ୍ୟାରେ ଯୋଗ ଦେବାକୁ ସେ ଅନୁରୋଧ କରିଛନ୍ତି ।

Intro:Body:

aslkjalks

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.