ETV Bharat / elections

କେଜ୍ରିଓ୍ବାଲଙ୍କ ଗଡରେ ଗର୍ଜିବେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମଲୀଲା ମୈଦାନରେ ବୁଧବାର ସଂନ୍ଧ୍ୟାରେ ବିଜୟ ସଂକଳ୍ପ ମହାସଭାକୁ ସମ୍ବୋଧିତ କରିବେ । ଚଳିତ ଲୋକସଭା ନିର୍ବାଚନରେ ଏହା ମୋଦିଙ୍କ ଦିଲ୍ଲୀରେ ପ୍ରଥମ ମହାସଭା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : May 8, 2019, 10:26 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମଲୀଲା ମୈଦାନରେ ବୁଧବାର ସଂନ୍ଧ୍ୟାରେ ବିଜୟ ସଂକଳ୍ପ ମହାସଭାକୁ ସମ୍ବୋଧିତ କରିବେ । ଚଳିତ ଲୋକସଭା ନିର୍ବାଚନରେ ଏହା ମୋଦିଙ୍କ ଦିଲ୍ଲୀରେ ପ୍ରଥମ ମହାସଭା ।

ମହାସଭାକୁ ସଫଳ କରିବା ପାଇଁ ଦିଲ୍ଲୀ ବିଜେପିର ନେତାମାନେ ଅନେକ ଦିନରୁ ଏହି କାମରେ ଲାଗିଥିବା ବେଳେ ସମସ୍ତ 14ଟି ସଂଗଠନାତ୍ମକ ଜିଲ୍ଲା ଓ 272 ମଣ୍ଡଳରେ କାର୍ଯ୍ୟକର୍ତ୍ତାଙ୍କର ବୈଠକ ହୋଇଛି ।

ମହାସଭାକୁ ନେଇ କେନ୍ଦ୍ରୀୟ ରାଜ୍ୟ ମନ୍ତ୍ରୀ ବିଜୟ ଗୋୟଲ ଦିଲ୍ଲୀ ପ୍ରଦେଶ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣିବାରେ ଯେପରି କୌଣସି ପ୍ରକାର ଅସୁବିଧା ହେବନାହିଁ ସେନେଇ ରାମଲୀଲା ମୈଦାନ ସମେତ ବାହାର ରାସ୍ତାରେ ଏଲିଡି ସ୍କ୍ରିନ ଲଗାଯାଇଛି ।

ବିଜେପି ପ୍ରାର୍ଥୀମାନେ ମେଟ୍ରୋରେ ଯାଇ ଦିଲ୍ଲୀବାସୀଙ୍କୁ ଆମନ୍ତ୍ରିତ କରିଛନ୍ତି । ସୋସିଆଲ ମିଡିଆରେ ଏନେଇ ଅଭିଯାନ ଚଲାଯାଉଥିବା ସହ ସଭା ସ୍ଥଳରେ ଆମ୍ବୁଲାନ୍ସ, ପିଇବା ପାଣିର ବ୍ୟବସ୍ଥା ଉପଲବ୍ଧ ରହିବା ନେଇ ସୂଚନା ଦିଆଯାଇଛି ।

ମୋଦିଙ୍କ ଭାଷଣ ଶୁଣିବା ପାଇଁ ପ୍ରଥମଥର ମତଦାନ କରିବାକୁ ଯାଉଥିବା ଯୁବକ, ମୁସଲିମ ମହିଳା, ବ୍ୟବସାୟୀ, ଗରିବ ତଥା ସବୁ ବର୍ଗର ଲୋକ ରାମଲୀଲା ମୈଦାନ ପହଞ୍ଚିବାନେଇ କୁହାଯାଉଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.