ETV Bharat / elections

ବନ୍ଦ କୋଠରୀରେ ପ୍ରସ୍ତୁତ ହୋଇଛି ବିଜେପି ଇସ୍ତାହାର: ରାହୁଲ ଗାନ୍ଧୀ

author img

By

Published : Apr 9, 2019, 11:22 AM IST

ବିଜେପି ନିଜ ସଂକଳ୍ପ ପତ୍ରରେ ଦେଶର ସୁରକ୍ଷା, ବିକାଶ, ଜାତୀୟତାକୁ ଗୁରୁତ୍ବ ଦେଇଥିବା ବେଳେ କଂଗ୍ରେସ ନିଜ ଇସ୍ତାହାରରେ ଗରିବୀକୁ ପ୍ରସଙ୍ଗ କରିଛି। କିନ୍ତୁ ବିଜେପି ଇସ୍ତାହାରକୁ ନେଇ ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହି ସଂକଳ୍ପ ପତ୍ରରେ କେବଳ ଜଣେ ବ୍ୟକ୍ତିର ସ୍ବର ଅଛି ଓ ଏହା ଗୋଟିଏ ବନ୍ଦ କୋଠରୀରେ ବସି ପ୍ରସ୍ତୁତ କରାଯାଇଛି।

ଫାଇଲ ଫଟୋ

ନୂଆଦିଲ୍ଲୀ: ଗତକାଲି ବିଜେପି ତାର ଇସ୍ତାହାର ବା ସଂକଳ୍ପ ପତ୍ର ଉନ୍ମୋଚନ କରିଛି। ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ବିଜେପି ଜାତୀୟ ସଭାପତି ଅମିତ ଶାହା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସଂକଳ୍ପ ପତ୍ର ଉନ୍ମୋଚନ କରାଯାଇଥିଲା ।

  • The Congress manifesto was created through discussion. The voice of over a million Indian people it is wise and powerful.

    The BJP Manifesto was created in a closed room. The voice of an isolated man, it is short sighted and arrogant.

    — Rahul Gandhi (@RahulGandhi) April 9, 2019 " class="align-text-top noRightClick twitterSection" data=" ">

ବିଜେପିର ସଂକଳ୍ପ ପତ୍ରକୁ ନେଇ ସାରା ଦେଶରେ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିବାବେଳେ ଆଜି ବିଜେପିର ସଂକଳ୍ପ ପତ୍ରକୁ ନେଇ ମୁହଁ ଖୋଲିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଟ୍ବିଟ କରି ରାହୁଲ କହିଛନ୍ତି ଯେ 'ବିଜେପିର ସଂକଳ୍ପ ପତ୍ରରେ କେବଳ ଜଣେ ବ୍ୟକ୍ତିର ସ୍ବର ଅଛି, ଗୋଟିଏ ବନ୍ଦ କୋଠରୀରେ ବସି ଏହା ପ୍ରସ୍ତୁତ କରାଯାଇଛି ।'

ଏଥିରେ କେବଳ ଛଳନା ଓ ଅହଂକାର ଅଛି, ଏହାସହ ସଂକଳ୍ପ ପତ୍ରରେ ଦୂରଦର୍ଶିତାର ଅଭାବ ରହିଛି ଯାହା ଦେଶର ଆବଶ୍ୟକତା ପୂରଣ କରିପାରିବ ନାହିଁ। ରାହୁଲ କଂଗ୍ରେସର ଇସ୍ତାହାରକୁ ପ୍ରଶଂସା କରି କହିଛନ୍ତି ଯେ କଂଗ୍ରେସ ଇସ୍ତାହାର ଏକ ଲମ୍ବା ବିଚାର ବିମର୍ଷ କରି ପ୍ରସ୍ତୁତ କରାଯାଇଛି । ଏହାସହ ଦେଶର 10 ଲକ୍ଷ ଲୋକଙ୍କର ମତ ଏହି ଇସ୍ତାହାର ରହିଛି ଯାହା ଦେଶକୁ ସବୁକ୍ଷେତ୍ରରେ ପ୍ରଭାବଶାଳୀ କରିବ ।

Intro:Body:

AD

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.