ETV Bharat / elections

ଆଜି ଉନ୍ମୋଚିତ ହେବ ବିଜେପିର ସଂକଳ୍ପ ପତ୍ର

ସଂକଳ୍ପପତ୍ରରେ କେବଳ ଆସନ୍ତା ପାଞ୍ଚବର୍ଷ ପାଇଁ ବିଜେପି କାର୍ଯ୍ୟକ୍ରମ ଘୋଷଣା କରିବ ନାହିଁ, ବରଂ ବିଗତ ପାଞ୍ଚବର୍ଷରେ ସରକାରଙ୍କ ଉପଲବ୍ଧି ଓ ଦେଶହିତରେ ନିଆଯାଇଥିବା ପଦକ୍ଷେପକୁ ମଧ୍ୟ ସ୍ଥାନ ଦେବ।

author img

By

Published : Apr 8, 2019, 8:57 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ସାଧରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆସନ୍ତା 11 ତାରିଖରୁ ଆରମ୍ଭ ହେଉଥିବା ବେଳେ ସବୁ ରାଜନୈତିକ ଦଳ ଏବେ ପ୍ରଚାରକୁ ଯୋରଦାର କରିଛନ୍ତି। କେନ୍ଦ୍ରରେ ଏନଡିଏ ସରକାରକୁ କ୍ଷମତାଚ୍ୟୁତ କରିବା ପାଇଁ ୟୁପିଏ ନେତୃତ୍ବାଧିନ କଂଗ୍ରେସ ବ୍ୟାକୁଳ ହୋଇ ପଡିଥିବା ବେଳେ ଶାସକ ବିଜେପି ପୁନର୍ବାର କ୍ଷମତା ବଜାୟ ରଖିବା ପାଇଁ ଦୃଢ ନିଶ୍ଚିନ୍ତ ।

କିଛିଦିନ ତଳେ କଂଗ୍ରେସ ଜାତୀୟସ୍ତରେ ନିଜ ନିର୍ବାଚନ ଇସ୍ତାହାର ପ୍ରକାଶ କରିଥିବାବେଳେ ଏଥିରେ ନ୍ୟାୟ" ଯୋଜନାକୁ ନେଇ ଏବେ ସାରା ଦେଶରେ ଲାଗିରହିଛି ଚର୍ଚ୍ଚା। ସେପଟେ ଆଜି (ସୋମବାର) ଶାସକ ବିଜେପିର ଇସ୍ତାହାର ବା "ସଂକଳ୍ପ ପତ୍ର" ଉନ୍ମୋଚିତ ହେବ।

ଆଜି ଦଳ ମୁଖ୍ୟାଳୟରେ ଦଳ ଅଧ୍ୟକ୍ଷ ଅମିତ ଶାହାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର ଅନେକ ବରିଷ୍ଠ ନେତା ଉପସ୍ଥିତ ରହି ଦଳର ସଂକଳ୍ପ ପତ୍ରକୁ ଉନ୍ମୋଚିତ କରିବେ । ସୂଚନା ଅନୁସାରେ ସଂକଳ୍ପପତ୍ରରେ କେବଳ ଆସନ୍ତା ପାଞ୍ଚବର୍ଷ ପାଇଁ ବିଜେପି କାର୍ଯ୍ୟକ୍ରମ ଘୋଷଣା କରିବ ନାହିଁ, ବିଗତ ପାଞ୍ଚବର୍ଷରେ ସରକାରଙ୍କ ଉପଲବ୍ଧି ଓ ଦେଶହିତରେ ନିଆଯାଇଥିବା ପଦକ୍ଷେପକୁ ମଧ୍ୟ ସ୍ଥାନ ଦେବ ।

ଏହାସହ କଂଗ୍ରେସର ନ୍ୟାୟ" ଯୋଜନାକୁ ନଜରରେ ରଖି ବିଜେପି ଦେଶର ସମସ୍ତ ବର୍ଗର ଲୋକଙ୍କୁ ଉପକୃତ କରିପାରୁଥିବା କିଛି ବଡ ଘୋଷଣା ଆଣିପାରେ ସଂକଳ୍ପ ପତ୍ରରେ।

Intro:Body:

dgvd

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.