ETV Bharat / elections

ଟ୍ବିଟରରେ ଛାଇଯାଇଛି ‘ଭୋଟ୍‌ ଫର୍‌ ଇଣ୍ଡିଆ’

author img

By

Published : Apr 11, 2019, 1:36 PM IST

ଆଜି ଠାରୁ ଦେଶରେ 2019 ନିର୍ବାଚନର ବିଗୁଲ ବାଜିଯାଇଥିବାବେଳେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ । ଆଉ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ଭୋଟ୍‌ ଫର୍‌ ଇଣ୍ଡିଆ । ଟ୍ବିଟରର ୱାର୍ଲଡ ୱାଇଡ୍‌ ଟ୍ରେଣ୍ଡରେ ସମସ୍ତ ଜାଗା ମାଡିବସିଛି ନିର୍ବାଚନ 2019 ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଆଜି ସାରା ଦେଶରେ ଏକପ୍ରକାର ପର୍ବ ପାଳିତ ହେଉଛି । ଏଥିରେ କେହି ଭଗବାନ ନାହାନ୍ତି କିମ୍ବା କାହାରି ପୂଜା କରାଯାଉନାହିଁ । କିନ୍ତୁ ସବୁଆଡେ ଉତ୍ସବର ମାହୋଲ ଲାଗୁଛି । କାରଣ ଗଣତନ୍ତ୍ରର ମହାପର୍ବରେ ନିଜର ଅଧିକାର ସାବ୍ୟସ୍ତ କରୁଛନ୍ତି ଦେଶବାସୀ । ଆଉ ଏହି ପର୍ବର ଛିଟା ସାରା ବିଶ୍ବରେ ପଡିଛି ।

Twitter Trend
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/@ଟ୍ବିଟର

ଟ୍ରେଣ୍ଡିଂର ପ୍ରଥମ ସ୍ଥାନରେ ରହିଛି ଭୋଟ୍‌ ଫର୍‌ ଇଣ୍ଡିଆ । ଏହା ବିଷୟରେ ଏପର୍ଯ୍ୟନ୍ତ 69 ଲକ୍ଷ ଲୋକ ଟ୍ବିଟ କରୁଛନ୍ତି । ସେହିପରି 2ୟ ସ୍ଥାନରେ ରହିଛି ଭୋଟ୍‌ କର ଯାହାକୁ 48.4 ଲକ୍ଷ ବ୍ୟବହାରକାରୀ ଟ୍ବିଟ୍‌ କରିଛନ୍ତି । ଏହା ପଛକୁ ରହିଛି ଭୋଟିଂ ରାଉଣ୍ଡ ୱାନ୍‌, ନମୋ ଫର୍‌ ନ୍ୟୁ ଇଣ୍ଡିଆ, ଇଭିଏମ୍‌ସ, ନୋଏଡା ଓ ଜନସେନା ପ୍ରଭୃତି ଟ୍ରେଣ୍ଡ । ତେବେ ୱାର୍ଲଡ ୱାଇଡ୍‌ ଟ୍ରେଣ୍ଡରେ ଭାରତ ସବୁ ଜାଗା ମାଡିବା କିଛି ନୂଆ କଥା ନୁହେଁ । ଆଗରୁ ମଧ୍ୟ ଅନେକ ଥର ଏପରି ଦେଖିବାକୁ ମିଳିଛି ଯେତେବେଳେ ଭାରତ ସମସ୍ତ ଟ୍ରେଣ୍ଡ ଅକ୍ତିଆର କରିଛି ।

ତେବେ ଆଜି ନିର୍ବାଚନ ପାଇଁ ସାରା ବିଶ୍ବର ନଜର ଭାରତ ଉପରେ ରହିଛି । ଏପରିକି ଗତକାଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନାହୁଙ୍କ ବିଜୟ ଖବର ମଧ୍ୟ ଏହା ଉପରେ ପ୍ରଭାବ ପକାଇନାହିଁ । ଟ୍ବିଟର ଟ୍ରେଣ୍ଡର ପ୍ରଥମ 8ଟି ସ୍ଥାନ ଅକ୍ତିଆର କରିଛି ଭାରତର ନିର୍ବାଚନୀ ସମ୍ବନ୍ଧୀୟ ଖବର । ତେବେ ପ୍ରଚାର ଓ ପ୍ରସାର ପାଇଁ ଅଧିକାଂଶ ରାଜନେତା ସୋସିଆଲ ମିଡିଆକୁ ଏକ ପ୍ରମୁଖ ପ୍ଲାଟ୍‌ଫର୍ମ ଭାବେ ବାଛିଥିବାରୁ ନିର୍ବାଚନ ବିଷୟରେ ଅଧିକ ଟ୍ରେଣ୍ଡ ହୋଇପାରୁଛି ।

ସୂଚନାଯୋଗ୍ୟ ଯେ ଆଜି 91ଟି ଲୋକସଭା ଆସନ ସହ 4ଟି ରାଜ୍ୟର ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ହେଉଛି । ବିପୁଳ ସଂଖ୍ୟାରେ ମତଦାତା ଭୋଟ୍‌ ଦେଇଛନ୍ତି । କାଁ ଭାଁ ହିଂସାକାଣ୍ଡକୁ ଛାଡିଦେଲେ ପ୍ରାୟ ସମସ୍ତ ଜାଗାରେ ଶାନ୍ତିଶୃଙ୍ଖଳାର ସହ ଭୋଟ୍‌ ଗ୍ରହଣ ହେଉଛି । ଲୋକଙ୍କୁ ଅଧିକ ସଂଖ୍ୟାରେ ଉତ୍ସାହ ସହକାରେ ଭୋଟ୍‌ ଦେବାର ଦେଖିବାକୁ ମିଳିଛି ।

Intro:Body:

aslkjalks

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.