ଭୁବନେଶ୍ବର: କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରେ ସାମିଲ ହେଲେ ସ୍ପଷ୍ଟବାଦୀ, ସୁଦକ୍ଷ, ବରିଷ୍ଠ ରାଜନେତା ତଥା ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ । ଆଜି ମୋଦି ତାଙ୍କର ଦ୍ବିତୀୟ ଟର୍ମ ଆରମ୍ଭ କରିଛନ୍ତି ।
ମୋଦି ତାଙ୍କ 58ଜଣିଆ ମନ୍ତ୍ରୀମଣ୍ଡଳରେ ଦୁଇ ଓଡିଆଙ୍କୁ ସ୍ଥାନ ଦେଇଛନ୍ତି । ମୋଦି ତାଙ୍କ ପ୍ରଥମ କାର୍ଯ୍ୟକାଳରେ ମଧ୍ୟ ଦୁଇ ଓଡିଆଙ୍କୁ ସ୍ଥାନ ଦେଇଥିଲେ । ସେତେବେଳେ କ୍ୟାବିନେଟ ମନ୍ତ୍ରୀ ଥିବା ଜୁଏଲ ଓରାମଙ୍କୁ ଦ୍ବିତୀୟ ଟର୍ମରୁ ବାଦ ଦିଆଯାଇଥିବାବେଳେ ଧର୍ମେନ୍ଦ୍ରଙ୍କୁ ପୁଣି ଥରେ ସାମିଲ କରିଛନ୍ତି ।
ତେବେ ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ମୋଦି ତାଙ୍କର "ପୁରୁଣା ତଥା ସୁଦୃଢ ସୈନିକ" ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କୁ ସାମିଲ କରିଛନ୍ତି । ଯାହା ବାଲେଶ୍ବର ସହ ସାରା ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଦେଇଛି । କାରଣ ପ୍ରତାପ ଜଣେ ସ୍ପଷ୍ଟବାଦୀ, ଦକ୍ଷ ନେତା ଭାବେ ଜଣାଶୁଣା ।