ନିଆଳି: ସକାଳ ପାହିଲେ ଭଉଣୀର ବାହାଘର, ଏହା ପୂର୍ବରୁ ଘରୁ ଡାକିନେଇ ଭାଇକୁ ହତ୍ୟା କଲେ ଦୁର୍ବୃତ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଶିଶିଲୋ ଅଞ୍ଚଳରେ । ମୃତ ଯୁବକ ହେଉଛନ୍ତି ଆଶିଷ କୁମାର ଓଝା । ଆଜି ସକାଳେ ତାଙ୍କ ମୃତଦେହ ଶିଶୋଲ ବୋଧ ଖଣ୍ତି ବ୍ରିଜ ନିକଟ ଧାନ ବିଲରୁ ଉଦ୍ଧାର କରାଯାଇଛି । ଆଶିଷଙ୍କ ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତ ବିକ୍ଷତ ଚିହ୍ନ ରହିଥିବାରୁ ପୁଅକୁ ଘରୁ ଡାକି ନେଇ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏଥିସହ ମୋ ପୁଅ ଫୋନକୁ ବାରମ୍ବାର କଲ ଆସୁଥିଲା ବୋଲି କହିଛନ୍ତି ଆଶିଷଙ୍କ ବାପା ।
ତେବେ କିଏ ଓ କାହିଁକି ବାରମ୍ବାର ଫୋନ କରିଛି ଘଟଣାର ତଦନ୍ତ ହେଲେ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି । ଆଶିଷ ଭଲ ସ୍ୱଭାବର ଯୁବକ ବୋଲି ସ୍ଥାନୀୟ ଅଞ୍ଚଳର ଲୋକ ଓ ପରିବାର ସଦସ୍ୟ ମଧ୍ୟ କହିଛନ୍ତି । ତେବେ କିଏ ଓ କାହିଁକି ଏପରି କାଣ୍ଡ ଭିଆଇଲା ପୋଲିସ ତଦନ୍ତ କରାଗଲେ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିପାରିବ । ସାଇଣ୍ଟିଫିକ ଟିମ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।