ETV Bharat / crime

ମାଆର ପରକୀୟା ପ୍ରୀତିକୁ ବିରୋଧ କରିବାରୁ ପୁଅକୁ ହତ୍ୟା - ମାଆର ପରକୀୟା ପ୍ରୀତିକୁ ବିରୋଧ କରିବାରୁ ପୁଅକୁ ହତ୍ୟା

ପୁଅକୁ ହତ୍ୟା କଲା ମାଆ । ମାଆର ପରକୀୟା ପ୍ରୀତିକୁ ବିରୋଧ କରିବାରୁ ପ୍ରେମିକ ସହ ମିଶି ପୁଅକୁ ହତ୍ୟା କଲା ଜନ୍ମଦାତ୍ରୀ । ଅଧିକ ପଢନ୍ତୁ

ମାଆର ପରକ୍ରିୟା ପ୍ରୀତିକୁ ବିରୋଧ କରିବାରୁ ପୁଅକୁ ହତ୍ୟା

author img

By

Published : Nov 3, 2022, 6:29 PM IST

ହାଇଦ୍ରାବାଦ: ତେଲେଙ୍ଗାନାରେ ଚାଞ୍ଚଲ୍ୟ । ପୁଅକୁ ହତ୍ୟା କଲା ମାଆ । । ପରକୀୟା ପ୍ରୀତିକୁ ବିରୋଧ କରିବାରୁ ପୁଅର ରକ୍ତରେ ହୋଲି ଖେଳିଲା ମାଆ । ନିଜ ପ୍ରେମିକ ଓ ଜ୍ବାଇଁ ସହ ମିଶି ପୁଅକୁ ହତ୍ୟା କଲା ଜନ୍ମଦାତ୍ରୀ । ଏଭଳି ଛାତିଥରା ଘଟଣା ଘଟିଛି ତେଲେଙ୍ଗାନାର ମହବୁବନଗର ଜିଲ୍ଲା ଟନଙ୍ଗରା ଗ୍ରାମରେ । ପୁଅକୁ ହତ୍ୟା ପରେ ଥାନାରେ ନିଖୋଜ ଅଭିଯୋଗ କଲା ହତ୍ୟାକାରୀ ମାଆ । ମୃତକ ଜଣଙ୍କ ହେଉଛନ୍ତି ୩୦ ବର୍ଷିୟ ଭେଙ୍କଟେସ ।

ପୋଲିସର ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ରାତିରେ ଯୁବକ ଜଣଙ୍କ ମଦ୍ୟପାନ କରି ଘରକୁ ଫେରିଥିଲା । ଏହି ସମୟରେ ତାଙ୍କ ମାଆ ଦୟାଆମ୍ମା ଏକ ବାଡିରେ ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ମହିଳା ଜଣଙ୍କ ତାଙ୍କ ପ୍ରେମିକ ଶ୍ରୀନିବାସ ଓ ଜ୍ବାଇଁ ନରସିମୁଲଙ୍କ ସାହଯୋଗରେ ପୁଅର ମୃତ ଦେହକୁ ସ୍ଥାନୀୟ ଏକ ଜଳାଶୟରେ ଫୋପାଡି ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଅଷ୍ଟ୍ରେଲିଆ ଯୁବତୀ ହତ୍ୟାକାଣ୍ଡରେ ଭାରତୀୟ ଅଭିଯୁକ୍ତ, ସୂଚନା ଦେଲେ ମିଳିବ 6 ଲକ୍ଷ ଡଲାରର ଆର୍ଥିକ ପୁରସ୍କାର

ପୁଅକୁ ହତ୍ୟା କରିବା ପରେ ବୁଧବାର ସକାଳେ ମହିଳା ଜଣଙ୍କ ଭେଙ୍କଟେସ ନିଖୋଜ ହୋଇଥିବା ନେଇ ସ୍ଥାନୀୟ ଲୋକଙ୍କୁ କହିଥିଲେ । ଏହାପରେ ସ୍ଥାନୀୟ ଲୋକେ ଯୁବକ ଜଣଙ୍କୁ ଖୋଜିବା ଆରମ୍ଭ କରିଥିଲେ । ତେବେ ମହିଳା ଜଣଙ୍କ ପୁଅକୁ ଖୋଜିବା ପରିବର୍ତ୍ତେ ଗ୍ରାମରୁ ଫେରାର ହୋଇଯାଇଥିଲେ । କିଛି ସମୟ ପରେ ସ୍ଥାନୀୟ ଲୋକେ ମୋତୁକୁଲାକୁଣ୍ଟାର ଏକ ଜଳାଶୟରେ ଭେଙ୍କଟେସଙ୍କ ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଏନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ପରେ ସତ ସାମ୍ନାକୁ ଆସିଥିଲା ।

ଏହା ମଧ୍ୟ ପଢନ୍ତୁ-ଫିକା ପଡିଲା ରକ୍ତ ସମ୍ପର୍କ, ସୁପାରୀ ଦେଇ ପୁଅକୁ ହତ୍ୟା କଲେ ବାପା ମାଆ

ଦୟାଆମ୍ମାଙ୍କ ସ୍ବାମୀ ଗତ ୧୦ ବର୍ଷ ତଳେ ମୃତ୍ୟୁ ବରଣ କରିଥିଲେ । ଏହାପରେ ସ୍ଥାନୀୟ ଯୁବକ ଶ୍ରୀନିବାସଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢିଉଠିଥିଲା । ଯାହାକୁ ନେଇ ପୁଅ ଭେଙ୍କଟେସ ଅନେକ ସମୟରେ ବାରଣ କରୁଥିବାରୁ ଉଭୟଙ୍କ ମଧ୍ୟରେ ବଚସା ହେଉଥିଲା । ଏଥିରେ ମହିଳା ଜଣଙ୍କ ଉତକ୍ଷିପ୍ତ ହୋଇ ପୁଅକୁ ହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଶେଷରେ ମଙ୍ଗଳବାର ପୁଅ ଘରକୁ ଫେରିବା ସମୟରେ ଏକ ବାଡିରେ ପୁଅ ମୁଣ୍ଡରେ ପ୍ରହାର କରି ହତ୍ୟା କରିଥିଲା । ଏହାପରେ ପ୍ରେମିକ ଓ ଜ୍ବାଇଁ ସହ ମିଶି ପୁଅର ମୃତଦେହକୁ ସ୍ଥାନୀୟ ଜଳାଶୟରେ ଫୋପାଡି ଦେଇଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.