ETV Bharat / crime

ଲେମ୍ବୁ କାଟିବାରୁ ମହିଳାଙ୍କୁ ମାରିଦେଲେ ଶାଶୁ-ନଣନ୍ଦ - ଲେମ୍ବୁ ମହଙ୍ଗା, ଜୀବନ ଶସ୍ତା

ଲେମ୍ବୁ କାଟିବାରୁ ଘଟିଲା ଜଘନ୍ୟ ହତ୍ୟାକାଣ୍ଡ । ମହିଳା ଚଣ୍ଟି ଚିପି ହତ୍ୟା କଲେ ଶାଶୁ ଓ ନଣନ୍ଦ । ଅଧିକ ପଢନ୍ତୁ

ଲେମ୍ବୁ କାଟିବାରୁ ମହିଳାଙ୍କୁ ହତ୍ୟା
ଲେମ୍ବୁ କାଟିବାରୁ ମହିଳାଙ୍କୁ ହତ୍ୟା
author img

By

Published : Apr 28, 2022, 9:02 AM IST

ପାଟନା: ଲେମ୍ବୁ ମହଙ୍ଗା, ଜୀବନ ଶସ୍ତା ! ଏକଥା ଆମେ କହୁନୁ ବିହାରରେ ଘଟିଥିବା ଏହି ହତ୍ୟାକାଣ୍ଡ ଏହା ସ୍ପଷ୍ଟ କରୁଛି । ଲେମ୍ବୁ କାଟିବାରୁ ଘଟି ଯାଇଛି ଜଘନ୍ୟ ହତ୍ୟାକାଣ୍ଡ । ମହିଳା ଚଣ୍ଟି ଚିପି ହତ୍ୟା କଲେ ଶାଶୁ ଓ ନଣନ୍ଦ । ଏଭଳି ଅଭାବନୀୟ ଘଟଣା ଘଟିଛି ବିହାରର ପୂର୍ବଚମ୍ପାରନ ଜିଲ୍ଲାର ଚେନପୁର ଗାଁରେ । ମୃତ ମହିଳା ଜଣଙ୍କ ହେଉଛନ୍ତି ୨୮ ବର୍ଷିୟ କାଜଲ ଦେବୀ ।

ଗତକାଲି ମହିଳାଙ୍କ ସ୍ବାମୀ ଓ ଶ୍ବଶୁର ଘରେ ନଥିବା ସମୟରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଏନେଇ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଶାଶୁ ଓ ନଣନ୍ଦ ହତ୍ୟାକାଣ୍ଡ ପରେ ଫେରାର ହୋଇଯାଇଛନ୍ତି । ତେବେ ମହିଳା ଜଣଙ୍କ ମୁଣ୍ଡରେ କ୍ଷତ ଚିହ୍ନ ଓ ବେକରେ ଦଉଡିର ଚିହ୍ନ ଥିବା ପୋଲିସ ଦେଖିବାକୁ ପାଇଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଯାଇଛି ।

ତେବେ ଲେମ୍ବୁ କାଟିବାକୁ ନେଇ ଅନ୍ୟ କୌଣସି କାରଣରୁ ଏପରି ହତ୍ୟାକାଣ୍ଡ ଘଟିଲା ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.