ETV Bharat / crime

ଫିକା ପଡିଲା ରକ୍ତ ସମ୍ପର୍କ, ସୁପାରୀ ଦେଇ ପୁଅକୁ ହତ୍ୟା କଲେ ବାପା ମାଆ - ପୁଅକୁ ହତ୍ୟା କରିଛନ୍ତି ବାପା ମାଆ

ପୁଅର ବ୍ୟବହାରରେ ଅତିଷ୍ଟ ହୋଇ ଚରମ ନିଷ୍ପତ୍ତି ନେଲେ ବାପା ମାଆ, ସୁପାରୀ ଦେଇ ପୁଅକୁ କଲେ ହତ୍ୟା । ତେଲେଙ୍ଗାନାର ସୁରିୟପେଟ ଜିଲ୍ଲାରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ । ଅଧିକ ପଢନ୍ତୁ

ଫିକା ପଡିଲା ରକ୍ତ ସମ୍ପର୍କ
ଫିକା ପଡିଲା ରକ୍ତ ସମ୍ପର୍କ
author img

By

Published : Nov 1, 2022, 10:49 PM IST

ହାଇଦ୍ରାବାଦ: ଘରେ ପୁଅଟିଏ ଜନ୍ମ ହେଲେ ବାପା ମାଆ ଅନେକ ସ୍ବପ୍ନ ଦେଖିଥାନ୍ତି, ପୁଅ ବଡ ହେବ ପରିଣତ ବୟସରେ ଆମର ସାହାର ପାଲଟିବ, କିନ୍ତୁ ସାହାରା ପାଲଟିବା ପୂର୍ବରୁ ପୁଅ ହତ୍ୟାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କଲେ ବାପା ମାଆ । ପୁଅର ବ୍ୟବହାରରେ ଆତିଷ୍ଟ ହୋଇ ଶେଷରେ ସୁପାରୀ କିଲର ସାହାଯ୍ୟରେ ପୁଅକୁ ହତ୍ୟା କରିଛନ୍ତି ବାପା ମାଆ । ଏଭଳି ହତ୍ୟାକାଣ୍ଡ ଘଟିଛି ତେଲେଙ୍ଗାନାର ସୁରିୟପେଟ ଜିଲ୍ଲାରେ । ଅକ୍ଟୋବର ୧୯ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ପୋଲିସ ଏହାର ପର୍ଦ୍ଦାଫାସ କରିଛି । ମୃତକ ଜଣଙ୍କ ହେଉଛନ୍ତି ଶାଇନାଥ ।

ଘଟଣାଟି ଥିଲା ଏମିତି

ଖାମାମରେ ରୁହନ୍ତି କ୍ଷେତ୍ରିୟ ରାମସିଂହ ଓ ତାଙ୍କ ପତ୍ନୀ ରାଣିବାଇ । ଉଭୟଙ୍କ ଗୋଟିଏ ପୁଅ ଓ ଝିଅ ମଧ୍ୟ ରହିଛନ୍ତି। ରାମସିଂହ ସଥୁପାଲ୍ଲୀର ଏକ ଆବାସିକ କଲେଜରେ ପ୍ରନ୍ସିପାଲ ଥିବା ବେଳେ ତାଙ୍କ ପୁଅ ସାଇନାଥ ମେଡିକାଲ କଲେଜରେ ପାଠ ପଢୁଥିଲେ, କିନ୍ତୁ ତାଙ୍କର କିଛି ଖରାପ ଅଭ୍ୟାସ ଥିବାରୁ ସାଇନାଥଙ୍କ ପାଠ ପଢାରେ ଡୋରି ବନ୍ଧା ହେଲା । ଚାରି ବର୍ଷ ଧରି ସେ ଟଙ୍କା ପାଇଁ ପିତାମାତାଙ୍କୁ ହଇରାଣ କରୁଥିଲେ। କେବଳ ଏତିକି ନୁହେଁ, ନିକଟରେ ସେ ତାଙ୍କ ଜେଜେ ମାଙ୍କୁ ମଧ୍ୟ ଖରାପ ବ୍ୟବାହାର କରିଥିଲେ। ପୁଅର ଏଭଳି ବ୍ୟବହାରେ ଅତିଷ୍ଠ ହୋଇ ଶେଷରେ ସାଇନାଥଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ ବାପା ମାଆ।

ଏହାପରେ ପୁଅକୁ ଜୀବନରୁ ମାରି ଦେବା ପାଇଁ ଷଡଯନ୍ତ୍ର ରଚିଥିଲେ ରାମ ସିଂହ ଓ ତାଙ୍କ ପତ୍ନୀ । ଏନେଇ ସେ ନାଲଗୋଣ୍ଡା ଜିଲ୍ଲାର ମିରିଆଲାଗୁଡାରେ ରହୁଥିବା ରଣିବାଇଙ୍କ ସାନଭାଇ ସତ୍ୟନାରାୟଣ ସିଂଙ୍କୁ କହିଥିଲେ । ଏହା ପରେ ସତ୍ୟନାରାୟଣ ଜଣେ ଅଟୋ ଡ୍ରାଇଭର ରାମଭତ ରବିଙ୍କ ସହ ସାଇନାଥଙ୍କୁ ହତ୍ୟା କରିବା ପାଇଁ ଯୋଗାଯୋଗ କରିଥିଲେ। ଅଟୋ ଡ୍ରାଇଭର ଜଣଙ୍କ ୩ଜଣଙ୍କୁ ସାଇନାଥଙ୍କୁ ହତ୍ୟା କରିବା ପାଇଁ ସୁପାରୀ ଦେଇଥିଲେ ।

ଅକ୍ଟୋବର ୧୮ ତାରିଖ ଦିନ ସତ୍ୟନାରାୟଣ ସିଂ ଏବଂ ରବି ସାଇନାଥଙ୍କୁ ନାଲଗୋଣ୍ଡା ଜିଲ୍ଲାର କାଲେପାଲ୍ଲୀସ୍ଥିତ ଏକ ମନ୍ଦିରକୁ ନେଇଥିଲେ। ସେମାନେ ଏକାଠି ମିଶି ମଦ୍ୟପାନ କରିବା ପରେ ସାଇନାଥଙ୍କୁ ଗଳା କାଟି ହତ୍ୟା କରିଥିଲେ। ଏହା ପରେ ମୃତଦେହକୁ କାରରେ ଭର୍ତ୍ତି କରି ମୁସି ନଦୀରେ ଫିଙ୍ଗି ଦେଇଥିଲେ। ପରଦିନ ମୃତଦେହ ନଦୀରେ ଭାସୁଥିବା ଦେଖିବାକୁ ମିଳିବା ପରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରି ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ, ଯେଉଁଥିରେ କିଛି ବ୍ୟକ୍ତି ଏକ କାରରେ ଆସି ଯୁବକ ଜଣଙ୍କୁ ନଦୀରେ ଫୋପାଡି ଦେଇଥିବା ଦେଖିବାକୁ ମିଳିଥିଲା। ଗଣମାଧ୍ୟମ ମାଧ୍ୟମରେ ଏ ଖବର ପ୍ରସାରଣ ପରେ ପରିବାର ସଦସ୍ୟ ତିନି ଦିନ ପରେ ମୃତଦେହକୁ ନେବା ପାଇଁ ଥାନାକୁ ଆସିଥିଲେ । ତେବେ ମୃତକଙ୍କ ବାପା ମାଆ ଆସିଥିବା କାରକୁ ପୋଲିସ ସିସିଟିଭିରେ ଦେଖି ଚିହ୍ନଟ କରିଥିଲା । ଏହାପରେ ଉଭୟ ଦମ୍ପତ୍ତିଙ୍କୁ ଅଟକ ରଖି ପଚରାଉଚୁରା କରିଥିଲା । ଶେଷରେ ଉଭୟ ଦମ୍ପତ୍ତି ପୁଅକୁ ସୁପାରି ଦେଇ ହତ୍ୟା କରିଥିବା ସ୍ବୀକାର କରିଥିଲେ । ଏହି ଘଟଣାରେ ପୋଲିସ ମୃତ ଯୁବକଙ୍କ ମାମୁ ବାପା ମାଆଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି । ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.