ETV Bharat / crime

ମୃତ୍ୟୁକୁ ମାସେ ପୁରିଲା, କେବେ ମିଳିବ ସୌମ୍ୟଙ୍କୁ ନ୍ୟାୟ ? - ସୌମ୍ୟଙ୍କ ମୃତ୍ୟୁ ଘଟଣାକୁ ଏକ ମାସ

ଗଜପତି ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାକୁ ପୂର୍ତ୍ତି ହୋଇଛି ଏକ ମାସ । ହେଲେ ବର୍ତ୍ତମାନ ସୁଦ୍ଧା ଏହି ମୃତ୍ୟୁ ଘଟଣା ଉପରୁ ପରଦା ଉଠାଇବାରେ ବିଫଳ ରହିଛି ପୋଲିସ । ଏହାରି ମଧ୍ୟରେ ଅନେକଙ୍କୁ ତଦନ୍ତ ପରିସରକୁ ଆଣି ଜେରା କରଯାଇଥିଲେ ସୁଦ୍ଧା କିଛି ଲାଭ ହୋଇନାହିଁ । ଅଧିକ ପଢ଼ନ୍ତୁ...

ମୃ୍ତ୍ୟୁକୁ ମାସେ ପୁରିଲା, କେବେ ମିଳିବ ସୌମ୍ୟଙ୍କୁ ନ୍ୟାୟ ?

author img

By

Published : Aug 12, 2021, 8:20 PM IST

ଗଜପତି: ଏସିଏଫ ସୌମ୍ୟରଞ୍ଜନଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାକୁ ୧ ମାସ ପୁରିଛି । ଘଟଣାକୁ ଏତେଦିନ ବିତି ଯାଇଥିଲେ ସୁଦ୍ଧା ଏବେବି ତଦନ୍ତକାରୀ ଦଳର ହାତ ଖାଲି । ଘଟଣାର ପଛର ସତକୁ ସାମ୍ନାକୁ ଆଣିବାରେ ସଫଳ ହୋଇପାରିନି ପୋଲିସ । ଘଟଣାର ତଦନ୍ତ ପାଇଁ ପୋଲିସ୍ ମୟୂରଭଞ୍ଜ ଜିଲ୍ଲା କପ୍ତିପଦାର ଗୌଡଗାଁରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସହ ତାଙ୍କ ବାପାମାଆଙ୍କୁ ଦୁଇଦୁଇ ଥର ପଚରାଉଚରା କରିଛି ।

ମୃ୍ତ୍ୟୁକୁ ମାସେ ପୁରିଲା, କେବେ ମିଳିବ ସୌମ୍ୟଙ୍କୁ ନ୍ୟାୟ ?

ସେପଟେ ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା ଏହି ମାମଲାରେ ସାମିଲ ଥିବା ନେଇ ସୌମ୍ୟଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଗଜପତି ଡିଏଫଓଙ୍କ ସହ ରୋଷେୟା ମନ୍ମଥ କୁମ୍ଭଙ୍କୁ ୩ଥର ଜେରା କରିଛି । ଖାଲି ସେତିକି ନୁହେଁ ସୌମ୍ୟଙ୍କ ପୈତୃକ ଗାଁ ବାଲେଶ୍ବର ଜିଲ୍ଲା ଖଇରାକୁ ଯାଇ ତାଙ୍କ ବାପା, ମା’ ଏବଂ ସମ୍ପର୍କୀୟଙ୍କୁ ମଧ୍ୟ ପଚରାଉଚରା କରିଛି ତଦନ୍ତାକାରୀ ଦଳ । ଏହାପରେ ମଧ୍ୟ ପୋଲିସ ହାତ ଖାଲିଥିବା ବେଳେ ତଦନ୍ତକାରୀ ଦଳ ଉପରେ ପ୍ରଶ୍ନ ଉଠିବାରେ ଲାଗିଛି ।

ଏହି ଘଟଣାର ବିଭିନ୍ନ ତଥ୍ୟକୁ ନେଇ ମିଡିଆ ଟ୍ରାଏଲ ମଧ୍ୟ ହୋଇଛି । ପାରଳାଖେମୁଣ୍ଡି ପୋଲିସ ଏହି ହାଇପ୍ରୋଫାଇଲ୍ ଘଟଣା ଉପରୁ ପରଦା ହଟାଇବାକୁ ନେଇ ଇଚ୍ଛା ପ୍ରକାଶ କରୁନଥିବା ମନେ ହେବାକୁ ଲାଗିଲାଣି । ପୋଲିସ ଘଟଣାକୁ ଅଧିକ ରହସ୍ୟାକୃତ କରୁଥିବା ଅଭିଯୋଗ ହୋଇଛି । ଏଥିପାଇଁ ଅନେକ କାରଣ ରହିଛି । ସୌମ୍ୟଙ୍କ ସହ ଏହି ଘଟଣା ଘଟିବା ପରେ ଘଟଣାସ୍ଥଳର ଚାବି ପୋଲିସ ଡିଏଫଓ କାର୍ଯ୍ୟାଳୟକୁ ଦେଇ ଦେବା, 95ପ୍ରତିଶତରୁ ଅଧିକ ପୋଡ଼ି ହୋଇଯାଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା କରାଇବା ପରିବର୍ତ୍ତେ ଦୀର୍ଘ ସମୟ କୌଣସି ସୁବିଧା ନଥିବା ପାରଳାଖେମୁଣ୍ଡି ହସ୍ପିଟାଲରେ ରଖିବା ଓ ତାଙ୍କ ଜମାନବନ୍ଦୀ ରେକର୍ଡ କରିବା । ସୌମ୍ୟଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସକୁ ଦୀର୍ଘ ସମୟ ଧରି ଅଧା ବାଟରେ ଅଟକାଇବା, ଜମାନବନ୍ଦୀ ଆଧାରରେ ତନ୍ଦନ୍ତ ନକରିବା ଆଦି ପୋଲିସକୁ ସନ୍ଦେହ ଘେରକୁ ଆଣୁଛି ।

ସେପଟେ ଘଟଣା ସମୟରେ ଉଭୟ ସୌମ୍ୟ ଓ ତାଙ୍କ ପତ୍ନୀ ଗୋଟିଏ ଘରେ ରହିଥିଲେ । ହେଲେ ସୌମ୍ୟ ଏଭଳି କିଛି ଯଦି ଚରମ ନିଷ୍ପତ୍ତି ନେଇଥିଲେ ତେବେ ବିଦ୍ୟାଭାରତୀ କିଭଳି ଜାଣି ପାରିଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଲୋକେ । ପୋଲିସ ବିଦ୍ୟାଭାରତୀଙ୍କୁ ଥାନାକୁ ଡାକି ଏଯାଏଁ ପଚରାଉଚରା କରିନାହିଁ । ଏହାକୁ ନେଇ ସୌମ୍ୟଙ୍କ ପରିବାର ଲୋକେ ପ୍ରଶ୍ନ କରିବା ସହ ମୁଖ୍ୟ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବାପାଇଁ ପୋଲିସ ସଠିକ ଢଙ୍ଗରେ ତଦନ୍ତ କରୁନଥିବା ଅଭିଯୋଗ କରିଛନ୍ତି। ସେପଟେ ଘଟଣାକୁ ନେଇ ତଦନ୍ତ ସମ୍ପର୍କରେ ଗଣମାଧ୍ୟମକୁ ଆଉ କୌଣସି ତଥ୍ୟ ଦେଉନାହିଁ ପୋଲିସ । ଶୁଆ ଘୋଷିଲା ଭଳି ପୋଲିସର ଗୋଟିଏ ଡାଏଲଗ, ତଦନ୍ତ ଜାରି ରହିଛି, ତଦନ୍ତ ପରେ ହିଁ ସବୁ କିଛି ସ୍ପଷ୍ଟ ହେବ ।

କେବେ ତଦନ୍ତ ସରିବ ଏବଂ ଘଟଣା ପଛର ସତ ଲୋକଲୋଚନକୁ ଆସିବ ତାହାକୁ ଚାତକ ଭଳି ଚାହିଁ ରହିଛନ୍ତି ସୌମ୍ୟଙ୍କ ପରିବାର ଲୋକେ । ଏହି ବହୁ ଚର୍ଚ୍ଚିତ ମୃତ୍ୟୁ ଘଟଣାର ତଦନ୍ତ କେବେ ସରିବ ସଭିଏଁ ତାହାରି ଅପେକ୍ଷାରେ ରହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.