ETV Bharat / crime

ଅନ୍ଧବିଶ୍ବାସର ଅନ୍ଧ ଗଳିରେ ମଣିଷ: ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ନିର୍ମମ ହତ୍ୟା

author img

By

Published : May 5, 2022, 9:06 AM IST

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ବିଭତ୍ସ ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଛେରାଟାଙ୍ଗର ଗାଁରେ । ଅଧିକ ପଢନ୍ତୁ

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ବିଭତ୍ସ ହତ୍ୟା

ରାଇରଙ୍ଗପୁର: ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ବିଭତ୍ସ ହତ୍ୟା । ହତ୍ୟାକାଣ୍ଡ ପରେ ଥାନାରେ ଆତ୍ମ ସମର୍ପଣ କଲା ହତ୍ୟାକାରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଛେରାଟାଙ୍ଗର ଗାଁରେ । ମୃତ ବୃଦ୍ଧ ଜଣଙ୍କ ହେଉଛନ୍ତି ସେହି ଗ୍ରାମର ଶମ୍ଭୁ ଲୋହାର ।

ସୂଚନାଅନୁଯାୟୀ, ହତ୍ୟାକାରୀ କାଣ୍ଡେ ଜାମୁଦାର ବାପା, ମା’ ପୂର୍ବରୁ ଜ୍ୱରରେ ପୀଡିତ ଥିଲେ l ତେବେ ଶମ୍ଭୁ ଲୋହାର ଗୁଣିଗାରେଡି କରୁଥିବାରୁ ଏପରି ହେଉଥିବା କାଣ୍ଡେ ସନ୍ଦେହ କରି ଗତକାଲି ସକାଳେ ଟାଙ୍ଗିଆ ଧରି ଶମ୍ଭୁ ଲୋହାରର କମାର ଶାଳରେ ପହଞ୍ଚିଥିଲା । ଏହାପରେ ଶମ୍ଭୁ ବସିଥିବା ଦେଖି ଅଭିଯୁକ୍ତ ଜଣଙ୍କ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ଠାକୁରମୁଣ୍ଡା ଥାନାରେ ଆତ୍ମସମର୍ପଣ କରିଥିଲା ଅଭିଯୁକ୍ତ l

ଏନେଇ ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ପରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଡ଼ାକ୍ତରଖାନାକୁ ପଠାଇଥିଲେ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.