ମୁମ୍ବାଇ: କିଛିଦିନର ବ୍ୟବଧାର ପରେ ପୁଣି ଆରମ୍ଭ ହୋଇଯାଇଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ NCB ର ଖୋଳତାଡ । ଗତକାଲି(ସୋମବାର) ମୁମ୍ବାଇ ଇଣ୍ଟରନ୍ୟାସନାଲ କ୍ରୁଜ ଟର୍ମିନାଲରେ ଠିଆ ହୋଇଥିବା କ୍ରୁଜ ଜାହାଜ କୋର୍ଗିଲିଆ ଇମ୍ପ୍ରେସରେ ପୁଣି ଚଢାଉ କରି ୮ ଜଣଙ୍କୁ ଅଟକ ରଖିଛି NCB ।
ଅଟକ ହୋଇଥିବା ସମସ୍ତ ୮ ଅଭିଯୁକ୍ତ କ୍ରୁଜ୍ ମ୍ୟାନେଜମେଣ୍ଟ ଟିମର ଅଂଶବିଶେଷ । ଏମାନଙ୍କ ନାମ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ମୋବାଇଲ୍ ଚାଟରୁ ସାମ୍ନାକୁ ଆସିଥିଲା । ଏହାପରେ ଖୋଲତାଡ କରି ପୁଣି ୮ ଜଣଙ୍କୁ ଅଟକ ରଖିବାରେ ସଫଳ ହୋଇଛି NCB । ସେମାନଙ୍କୁ NCB ଅଫିସକୁ ନିଆଯାଇ ପଚରାଉଚରା କରାଯାଉଛି । ତେବେ ରବିବାର ଗୋଆ ଯାଉଥିବା କ୍ରୁଜ ଉପରେ ଚଢାଉ ପରେ ଗୋଟିଏ ପରେ ଗୋଟିଏ ଡ୍ରଗ୍ସ ଲିଙ୍କର ପର୍ଦ୍ଦାଫାସ କରୁଛି NCB ।
ଅନ୍ୟପଟେ ବ୍ୟାନ୍ ହୋଇଥିବା ୪ଟି ବେଆଇନ ଡ୍ରଗ୍ସ କାରବାର ଏବଂ ସେବନ ଅଭିଯୋଗରେ ଗିରଫ ହୋଇଛନ୍ତି ଆର୍ଯ୍ୟନ ଖାନ୍ । ଆର୍ଯ୍ୟନଙ୍କ ଜାମିନ୍ ଆବେଦନ ଖାରଜ ହେବା ସହ ଅକ୍ଟୋବର ୭ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି NCB । ଏଥିସହ ଆର୍ଯ୍ୟନଙ୍କ ୨ ବନ୍ଧୁ ଅରବାଜ ଏବଂ ମୁନମୁନଙ୍କ ରିମାଣ୍ଡ ଅବଧି ମଧ୍ୟ ବଢିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ