ETV Bharat / crime

ଇଡିଲି ବିକ୍ରିରୁ ଜଘନ୍ୟ ହତ୍ୟା, ମାଆ ସାମ୍ନାରେ ପୁଅକୁ ହାଣିଲେ ଦୁର୍ବୃତ୍ତ

author img

By

Published : Aug 16, 2022, 11:26 AM IST

ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ପରିସରରେ ଅଭାବନୀୟ ଘଟଣା । ଇଡିଲି ବିକ୍ରିକୁ କେନ୍ଦ୍ର କରି ମାଆ ସାମ୍ନାରେ ପୁଅକୁ ହତ୍ୟା କଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

miscreants hacked a  youth to death in front of his mother in Balangir
ଇଡିଲି ବିକ୍ରିରୁ ଜଘନ୍ୟ ହତ୍ୟା, ମାଆ ସାମ୍ନାରେ ପୁଅକୁ ହାଣିଲେ ଦୁର୍ବୃତ୍ତ

ବଲାଙ୍ଗୀର: ଇଡିଲି ବିକ୍ରିକୁ କେନ୍ଦ୍ର କରି ମାଆ ପୁଅଙ୍କୁ ମରଣାନ୍ତକ ଆକ୍ରମଣ । ମାଆ ସାମ୍ନାରେ ପୁଅକୁ ହତ୍ୟା କଲେ ଦୁର୍ବୃତ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ପରିସରରେ । ମୃତକ ଜଣଙ୍କ 25 ବର୍ଷିୟ ସଞ୍ଜୁ ଦୋରା । ଗୁରୁତର ଅବସ୍ଥାରେ ମହିଳା ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ହସ୍ପିଟାଲ କଡ଼ରେ ଇଡିଲି ବିକ୍ରି କରିବାକୁ ଜୟନ୍ତୀ ଦୋରା ଓ ତାଙ୍କ ପୁଇ ସଞ୍ଜୁ ଦୋରା ଭୋଟ ୫ଟା ସମୟରେ ଏକ ସ୍କୁଟିରେ ଆସୁଥିଲେ । ଏହି ସମୟରେ ପୂର୍ବରୁ ଜଗି ରହିଥିବା ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଯେଉଁଥିରେ ଘଟଣା ସ୍ଥଳରେ ସଞ୍ଜୁ ଦୋରାର ମୃତ୍ୟୁ ହୋଇଥିବାବେଳେ ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ହଲସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏନେଇ ଗୁରୁତର ମହିଳା ଜଣଙ୍କ କହିଛନ୍ତି ଯେ, ''ଇଡିଲି ବିକ୍ରିକୁ କେନ୍ଦ୍ର କରି ତାଙ୍କର ଅନ୍ୟ ମାନଙ୍କ ସହ ବିବାଦ ଥିବା ବେଳେ ଏଥି ଯୋଗୁଁ ତାଙ୍କ ପୁଅକୁ ହତ୍ୟା କରାଯାଇଛି ।" ସେପଟେ ବଲାଙ୍ଗୀର ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.