ETV Bharat / crime

ପିତାର ପାଶବିକତା, ନାବାଳିକା ଝିଅକୁ ୧୫ଦିନ ଧରି କଲା ଦୁଷ୍କର୍ମ

author img

By

Published : May 6, 2022, 3:42 PM IST

ରକ୍ତର ସମ୍ପର୍କରେ କଳଙ୍କର ଛିଟା । ନିଜ ଝିଅକୁ ଦୁଷ୍କର୍ମ କଲା ଜନ୍ମ କଲା ବାପା । ଅଭିଯୋଗ ପରେ ଫେରାର ହୋଇଗଲା ଅଭିଯୁକ୍ତ ବାପା । ଅଧିକ ପଢନ୍ତୁ

ପିତାର ପାଶବିକତା, ନାବାଳିକ ଝିଅକୁ ୧୫ଦିନ ଧରି  କଲା ଦୁଷ୍କର୍ମ

ଲକ୍ଷ୍ନୌ: ରକ୍ତ ସମ୍ପର୍କରେ ଲାଗିଲା କଳଙ୍କର ଛିଟା । ନିଜର ଜନ୍ମକଲା ଝିଅକୁ ଦୁଷ୍କର୍ମ କଲା ସୈତାନ ବାପା । ଦିନେ କି ଦୁଇ ଦିନ ନୁହେଁ ବରଂ ୧୫ ଦିନ ଧରି ନାବାଳିକା ଝିଅକୁ ଯୌନ ନିର୍ଯ୍ୟାତନା ଦେଇ ଚାଲିଥିଲା ପିଶାଚ ବାପା । ଏଭଳି ଲଜ୍ଜା ଜନକ ଘଟଣା ଘଟିଛି ଉତ୍ତରପ୍ରଦେଶର ବୁଲନ୍ଦସହରର ଜାହଙ୍ଗୀରପୁରରେ । ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଥାନାର ଦ୍ବାରସ୍ଥ ହୋଇଛନ୍ତି ଝିଅର ମାଆ ।

ସୂଚନା ଅନୁଯାୟୀ ଅଭିଯୁକ୍ତ ଜଣଙ୍କ ଜଣେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି । ତାଙ୍କର ପତ୍ନୀ ମଧ୍ୟ କାମ କରନ୍ତି । ତେବେ ହିତାହିତ ଜ୍ଞାନ ଭୁଲି ମଦ୍ୟପାନ କରି ଗତ ୧୫ ଦିନ ହେଲା ଝିଅକୁ ଦୁଷ୍କର୍ମ କରୁଥିଲା ସୈତାନ ବାପା । ଝିଅ ପ୍ରତି ବାପାର ଏଭଳି ଅତ୍ୟାଚାର ଦେଖି ଥାନାରେ ଅଭିଯୋଗ କରିଛନ୍ତି ଝିଅର ମାଆ ।

ଏଥିସହିତ ସ୍ବାମୀ ତାଙ୍କୁ ମଧ୍ୟ ନଜରବନ୍ଦୀ ଭଳି କରି ରଖିଥିଲେ ବୋଲି ଅଭିଯୋଗ କରିଛନ୍ତି । କୌଣସିପ୍ରକାରେ ସେଠାରୁ ଖସିଆସିବା ଥାନାରେ କହିଥିଲେ ମହିଳା ଜଣଙ୍କ । ବର୍ତ୍ତମାନ ଅଭିଯୁକ୍ତ ଜଣଙ୍କ ଫେରାର ହୋଇଯାଇଥିବା ଜଣାପଡିଥିବାବେଳେ, ଅଭିଯୋଗ ଗ୍ରହଣ କରି ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.