ETV Bharat / crime

ଇନଷ୍ଟାଣ୍ଟ ଲୋନ ଆପରେ ଠକେଇ, ଆଉ ଏକ ଠକକୁ ବାନ୍ଧିଲା EOW

author img

By

Published : May 16, 2022, 4:02 PM IST

ଡିଜିଟାଲ ବଟୁଆ, ସ୍ବିଚ ଇନଫୋଟେକ, ବଚତ ଅନଲାଇନ ଭଳି ଲୋନ ଆପରେ ଠକୁଥିବା ଆଉ ଜଣେ ଠକକୁ ବାନ୍ଧିଲା ଇଓଡବ୍ଲୁ(EOW) । ଅଧିକ ପଢନ୍ତୁ

ଇନଷ୍ଟାଣ୍ଟ ଲୋନ ଆପରେ ଠକେଇ, ଆଉ ଏକ ଠକକୁ ବାନ୍ଧିଲା EOW
ଇନଷ୍ଟାଣ୍ଟ ଲୋନ ଆପରେ ଠକେଇ, ଆଉ ଏକ ଠକକୁ ବାନ୍ଧିଲା EOW

ଭୁବନେଶ୍ବର: କୋକୋ ଜୋଜୋ ପରେ ସାମ୍ନାକୁ ଆସିଲା ଆଉ କିଛି ଲୋନ ଠକେଇ ଆପ୍‌ । ଡିଜିଟାଲ ବଟୁଆ, ସ୍ବିଚ ଇନଫୋଟେକ, ବଚତ ଅନଲାଇନ ଭଳି ଲୋନ ଆପରେ ଠକୁଥିବା ଆଉ ଜଣେ ଠକକୁ ବାନ୍ଧିଲା ଇଓଡବ୍ଲୁ(EOW) । ଗୁରୁଗାଁଓରୁ ଠକ ତରୁନ ଡୁଡେଜାକୁ ଗିରଫ କରି ଟ୍ରାନଜିଟ ରିମାଣ୍ଡରେ ଆଣି ଭୁବନେଶ୍ୱର କୋର୍ଟ ଚାଲାଣ କରିଛି ଇଓଡବ୍ଲୁ ଟିମ । ତେବେ ଗିରଫ ଅଭିଯୁକ୍ତ ଜଣଙ୍କ ଇନଷ୍ଟାଣ୍ଟ ଲୋନ ଦେବା ଆଳରେ ଲୋନ ଆପ ଜରିଆରେ ଲୋକଙ୍କୁ ଠକୁ ଥିଲା । ଏପରିକି ଠକାମିରୁ ଧରାନପଡିବାକୁ ବିଭିନ୍ନ ପର୍ଯ୍ୟାୟରେ ନିଜ ଆକାଉଣ୍ଟକୁ ଠକେଇ ଟଙ୍କା ନେଉଥିଲା ।

କିଛି ଗରିବ ଲୋକଙ୍କୁ ନିଜ କର୍ମଚାରୀଙ୍କ ଜରିଆରେ ଯୋଗାଯୋଗ କରି ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାକୁ କହି ସେହି ଆକାଉଣ୍ଟରେ ସେମାନଙ୍କ ନାରେ ନେଇଥିବା କିଛି ସିମକାର୍ଡକୁ ଦେବାକୁ କହୁଥିଲା । ଏହାପରେ ଆକାଉଣ୍ଟ ଓ ସେହି ସିମକାର୍ଡ ଜରିଆରେ ଲୋନ ଆପରେ ଠକାମି ହେଉଥିବା ଟଙ୍କାକୁ ନିଜ ଆକାଉଣ୍ଟକୁ ଟ୍ରାନସଫର କରୁଥିଲା ଅଭିଯୁକ୍ତ । ଏହି ଘଟଣାରେ କ୍ରାଇମବ୍ରାଞ୍ଚ EOW ଟିମ ଖୋଳତାଡ କରି ଆକାଉଣ୍ଟରେ ହୋଇଥିବା ଟ୍ରାନଜାକ୍ସନକୁ ଆଧାର କରି ଅଭିଯୁକ୍ତ ପାଖରେ ପହଞ୍ଚିଥିଲା ।

ତେବେ ଏଭଳି ଅନେକ ସାଇବର ଅପରାଧୀ କୋକୋ ଜୋଜୋ ଭଳି ଅନେକ ଅନଲାଇନ ଆପ ଖୋଲି ଇନଷ୍ଟାଣ୍ଟ ଆପ ଜରିଆରେ ଲୋନ ଦେବା ଆଳରେ ଠକେଇ କରୁଥିଲେ । ଏହି ସବୁ ଆପ୍‌କୁ ରିଜର୍ଭବ୍ୟାଙ୍କର ଅନୁମତି ନଥିଲା । ଏନେଇ ରିଜର୍ଭ ବ୍ୟାଙ୍କ ଏପରି ବେନାମି ଆପ୍‌ ଅପରେଟ ସମ୍ପର୍କରେ ଜାଣି ଇଓଡବ୍ଲୁ ଜଣାଇଥିଲା, ଯାହାର ତଦନ୍ତ ଆଧାରରେ ଏପରି ଗୋଟିଏ ପରେ ଗୋଟିଏ ବେନାମି ଆପ ସାମ୍ନାକୁ ଆସିଥିଲା । ଏହାପରେ ଜଣେ ପରେ ଜମେ ଅଭିଯୁକ୍ତକୁ ଗିରଫ କରୁଛି ଇଓଡବ୍ଲୁ ଟିମ । ଗିରଫ ଅଭିଯୁକ୍ତ ଠାରୁ ସାଢେ ୬କୋଟିର ଠକେଇ ଟଙ୍କାକୁ ଫ୍ରିଜ କରିଛି ଇଓଡବ୍ଲୁ ଟିମ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.