ETV Bharat / crime

ବିହାରରେ RJD ନେତାଙ୍କୁ ଗୁଳି କରି ହତ୍ୟା

author img

By

Published : Sep 4, 2022, 3:23 PM IST

Updated : Sep 4, 2022, 10:51 PM IST

ବିଚ୍‌ ରାସ୍ତାରେ ଆରଜେଡି ନେତାଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ । ପୋଲିସର ଛାନଭିନ୍‌ ଜାରି । ଅଧିକ ପଢନ୍ତୁ

ବିହାରରେ ଆରଜେଡି ନେତାଙ୍କୁ ଗୁଳି କରି ହତ୍ୟା
ବିହାରରେ ଆରଜେଡି ନେତାଙ୍କୁ ଗୁଳି କରି ହତ୍ୟାବିହାରରେ ଆରଜେଡି ନେତାଙ୍କୁ ଗୁଳି କରି ହତ୍ୟା

ପାଟନା: ବିହାରରେ ଆରଜେଡି ନେତାଙ୍କୁ ହତ୍ୟା(RJD leader shot dead) । ବିଚ୍‌ ରାସ୍ତାରେ ବନ୍ଧୁକରୁ ଗୁଳି ଫୁଟାଇ ଆରଜେଡି ନେତାଙ୍କୁ ହତ୍ୟା କଲେ ଦୁର୍ବୃତ୍ତ । ମୃତକ ଜଣଙ୍କ ହେଉଛନ୍ତି ବିଜେନ୍ଦ୍ର ଯାଦବ । କାରଘରର ନିମଧିରା ରୋଡରେ ଆଜି ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ-ଗୋଟିଏ ପରିବାରର ତିନି ଜଣଙ୍କୁ ବିଭତ୍ସ ହତ୍ୟା, ଭୟରେ ଗାଁ ଛାଡିଲେ ପଡୋଶୀ

ମିଳିଥିବା ସୂଚନା ଅନୁଯାୟୀ PASCର ସଭାପତି ବିଜେନ୍ଦ୍ର ଯାଦବ ଆଜି ସକାଳ ସମୟରେ ନିମଧିରା ରାସ୍ତାରେ ଚାଷ କାର୍ଯ୍ୟ ପାଇଁ ଯାଉଥିଲେ । ଏହି ସମୟରେ ୬ଜଣ ଦୁର୍ବୃତ୍ତ ବାଇକରେ ଆସିସି ହଠାତ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ୨ଟି ଗୁଳି ତାଙ୍କ ମୁଣ୍ଡ ଓ ବେକରେ ବାଜିବା ପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ତେବେ ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି । ବର୍ତ୍ତମାନ ତଦନ୍ତ ଜାରି ରହିଥବାବେଳେ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ ।

Last Updated : Sep 4, 2022, 10:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.