ETV Bharat / crime

ଗୁଣିଗାରେଡି ସନ୍ଦେହରେ ଶ୍ବଶୁରଙ୍କୁ ହତ୍ୟା କଲା ଜ୍ବାଇଁ, ୩ ଗିରଫ

author img

By

Published : Dec 2, 2021, 2:09 PM IST

Updated : Dec 2, 2021, 4:11 PM IST

ଜଗନ୍ନାଥପୁରରେ ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ଆକ୍ରମଣ ଘଟଣା । ସୁପାରି ଦେଇ ଶ୍ବଶୁରକୁ ହତ୍ୟା କଲା ଜ୍ବାଇଁ । ଏହି ଘଟଣାର ପର୍ଦ୍ଦାଫାଶ କଲା ବହଳଦା ଥାନା ପୋଲିସ (Bahalda police station)। ଅଧିକ ପଢନ୍ତୁ

ଗୁଣିଗାରେଡି ସନ୍ଦେହରେ ଶ୍ବଶୁରଙ୍କୁ ହତ୍ୟା କଲା ଜ୍ବାଇଁ, ୩ ଗିରଫ
ଗୁଣିଗାରେଡି ସନ୍ଦେହରେ ଶ୍ବଶୁରଙ୍କୁ ହତ୍ୟା କଲା ଜ୍ବାଇଁ, ୩ ଗିରଫ

ରାଇରଙ୍ଗପୁର: ଗୁଣିଗାରେଡି ସନ୍ଦେହ ((Murder for Black Magic Suspicion)ରେ ସୁପାରି ଦେଇ ଶ୍ବଶୁରଙ୍କୁ ହତ୍ୟା କଲା ଜ୍ୱାଇଁ । ମୟୂରଭଞ୍ଜ ଜିଲ୍ଲା ଜଗନ୍ନାଥପୁର ଗାଁ (Murder in Mayurbhanj)ରେ ଘଟିଥିବା ଏହି ଘଟଣାର ପର୍ଦ୍ଦାଫାଶ କଲା ବହଳଦା ଥାନା ପୋଲିସ (Bahalda police station)। ୨ ସୁପାରି କିଲରଙ୍କୁ ସୁପାରି ଦେଇ ଶ୍ବଶୁରକୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିଥିଲା ଜ୍ବାଇଁ । ଏନେଇ ପୋଲିସ ସୂଚନା ଦେବା ସହ ୨ ଜଣ ସୁପାରୀ କିଲର ଓ ଜ୍ବାଇଁ ଜିତେନ ବେଶ୍ରାଙ୍କୁ ଗିରଫ କରିଛି । ଏଥି ସହ ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ଦୁଇଟି ଜୀବନ୍ତ ଗୁଳି, କଟୁରୀ ,କୁରାଢି ଓ ଗୋଟିଏ ବାଇକ ଜବତ କରିଛି ପୋଲିସ ।

ଗୁଣିଗାରେଡି ସନ୍ଦେହରେ ଶ୍ବଶୁରଙ୍କୁ ହତ୍ୟା କଲା ଜ୍ବାଇଁ

ସୂଚନା ଅନୁଯାୟୀ ଗୁଣିଗାରେଡି ସନ୍ଦେହ କରି ଗତ ୨୬ ତାରିଖ ଦିନ ମୟୂରଭଞ୍ଜ ଜଗନ୍ନାଥପୁରରେ ୨ ଦମ୍ପତିଙ୍କୁ ଶୋଇଥିବା ସମୟରେ ୩ଜଣ ଦୁର୍ବୃତ୍ତ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଏଥିରେ ସ୍ବାମୀ ମାନସିଂ ସୋରେନଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ତ୍ରୀ ଓ ପୁଅ ଆହତ ହୋଇଥିଲେ ।

ପ୍ରାଥମିକ ତଦନ୍ତରୁ ପୋଲିସ ଗୁଣିଗାରେଡି ସନ୍ଦେହରେ ହତ୍ୟା ହୋଇଥିବା ସୁରାକ ପାଇଥିଲା। ଏହାକୁ ନଜରରେ ରଖି ତନାଘନା ଚଳାଇଥିବାବେଳେ ଏହି ହତ୍ୟାକାଣ୍ଡ ପଛରେ ସମ୍ପର୍କୀୟ ଲୋକଙ୍କ ସମ୍ପୃକ୍ତି ରହିଥିବା ସୂଚନା ମିଳିଥିଲା। ପୋଲିସ ସମ୍ପୃକ୍ତ ଜ୍ୱାଇଁକୁ ଧରିବା ପରେ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ କରିଛି । ୬ ମାସ ତଳେ ଜଗନ୍ନାଥପୁର ଗ୍ରାମର ଶ୍ବଶୂର ସୁବନ ସୋରେନଙ୍କ ଦେହ ଅସୁସ୍ଥ ହୋଇ ମୃତ୍ୟୁ ଘଟିଥିଲା । ପରିବାର ଲୋକେ ସୁବନଙ୍କ ସାନ ଭାଇ ଅର୍ଥାତ ମାନସିଂ ସୋରେନ ଗୁଣିଗାରେଡି କରି ଜୀବନରେ ମାରିଦେଇଥିବା ସନ୍ଦେହ କରି ତାଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଯୋଜନା କରିଥିଲା ଜାମଦା ଅଞ୍ଚଳର ଜ୍ୱାଇଁ ଜିତେନ ବେଶ୍ରା । ଏଥି ପାଇଁ ଝାଡଖଣ୍ଡ ମାଞ୍ଝାରୀ ଥାନା ଅଞ୍ଚଳର ଲାଲ ସିଂ ବୋଇପାଇ ଓ ଯାଜପୁର ଡୁବୁରୀ ଅଞ୍ଚଳର ପ୍ରେମଚାନ୍ଦ ବିରୁଆ ନାମକ ଦୁଇ ସୁପାରୀ କିଲରଙ୍କୁ ଡାକି ହତ୍ୟା କରିଥିଲେ। ନିଜେ ଦୁଇ ସୁପାରୀ କିଲରଙ୍କୁ ନେଇ ୨୬ ତାରିଖ ବିଳମ୍ବିତ ରାତିରେ ମୁଖାପିନ୍ଧି ସମ୍ପର୍କୀୟ ଶ୍ବଶୁର ଓ ଶାଶୁଙ୍କୁ ଆକ୍ରମଣ କରିଥିଲେ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Last Updated : Dec 2, 2021, 4:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.