ETV Bharat / crime

ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଥାନାରେ ଅଟକ ଅଭିଯୁକ୍ତ

author img

By

Published : Oct 8, 2021, 8:41 AM IST

ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ପରେ ଅଭିଯୁକ୍ତକୁ ଥାନାରେ ଅଟକ ରଖିଲା ପୋଲିସ । ଅଧିକ ପଢନ୍ତୁ...

ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଥାନାରେ ଅଟକ ଅଭିଯୁକ୍ତ
ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଥାନାରେ ଅଟକ ଅଭିଯୁକ୍ତ

ଭଦ୍ରକ: ଗତ କିଛିଦିନ ହେବ ବଢିଚାଲିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ଅପରାଧିକ ମାମଲା । ଟ୍ୟୁସନ ଯାଉଥିବା ଛାତ୍ରୀଙ୍କୁ ଅପହରଣ, ମେଳା ବୁଲିବାକୁ ଯାଇଥିବା ଯୁବତୀଙ୍କୁ ଦୁଷ୍କର୍ମ ଭଳି ବିଭିନ୍ନ ଅପରାଧିକ ମାମଲା ବାରମ୍ବାର ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ପୁଣି ଏକ ଦୁଷ୍କର୍ମ ମାମଲରା ପୋଲିସର ହସ୍ତଗତ ହୋଇଛି ।

ସୂଚନା ଅନୁଯାୟୀ ଚାନ୍ଦବାଲିର ଏକ ଗାଁରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଚାନ୍ଦବାଲି ଥାନାରେ ଅଭିଯୋଗ ହୋଇଛି l ଅଭିଯୋଗ ପରେ ଘଟଣାସ୍ଥଳରେ ଚାନ୍ଦବାଲି ପୋଲିସ ପହଞ୍ଚି ଅଭିଯୁକ୍ତକୁ ଧରି ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ମହିଳା ଜଣକ ଏକୁଟିଆ ଥିବାବେଳେ ଅଭିଯୁକ୍ତ ଜଣକ ବଳ ପୂର୍ବକ ତାଙ୍କ ଘରେ ପସି ଦୁଷ୍କର୍ମ କରିବା ସହ ତାଙ୍କୁ ହତ୍ୟା ଧମକ ଦେଇଥିଲେ ।

ଏନେଇ ସମ୍ପୃକ୍ତ ମହିଳା ଜଣକ ନ୍ୟାୟ ପାଇଁ ଥାନାରେ ଦ୍ଵାରସ୍ଥ ହେବାପରେ ପୋଲିସ ଅଭିଯୁକ୍ତ ବିଦ୍ୟାଧର ନାୟକଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ପୋଲିସ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.