ETV Bharat / crime

ମୟୂରଭଞ୍ଜରେ ବୟସ୍କ ମହିଳାଙ୍କୁ ଲିଫ୍ଟ ଦେବା ବାହାନାରେ ଗଣଦୁଷ୍କର୍ମ - ଗଣଦୁଷ୍କର୍ମ

ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଞ୍ଚଳରେ ଲଜ୍ୟାଜନକ ଘଟଣା । ଲିଫ୍ଟ ଦେବା ବାହାନାରେ ୫୫ ବର୍ଷିୟା ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ମୟୂରଭଞ୍ଜରେ ଲଜ୍ୟା, ୫୫ ବର୍ଷିୟା ମହିଳାଙ୍କୁ ଗଣଦୁଷ୍କର୍ମ

author img

By

Published : Oct 16, 2021, 9:41 AM IST

Updated : Oct 16, 2021, 2:46 PM IST

ରାଇରଙ୍ଗପୁର: ରାଜ୍ୟରେ ଥମୁନି ଲଜ୍ଜା । ଲିଫ୍ଟ ଦେବା ବାହାନାରେ ୫୫ ବର୍ଷିୟା ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଏଭଳି ଲଜ୍ୟାଜନକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ଭଣ୍ଡନ ନଦୀ କୂଳରେ।

ମୟୂରଭଞ୍ଜରେ ଲଜ୍ୟା, ୫୫ ବର୍ଷିୟା ମହିଳାଙ୍କୁ ଗଣଦୁଷ୍କର୍ମ

ସୂଚନା ଅନୁଯାୟୀ, ଗତକାଲି ବୟସ୍କ ମହିଳା ଜଣଙ୍କ ଶୁକୃଳି ସାପ୍ତାହିକ ହାଟରୁ ସନ୍ଧ୍ୟା ସମୟରେ ଫେରୁଥିବା ବେଳେ ଗାଁରେ ଛାଡି ଦେବାକୁ କହି ଦୁଇଜଣ ଯୁବକ ଏକ ବାଇକ ଯୋଗେ ତାଙ୍କୁ ଭଣ୍ଡନ ନଦୀ କୂଳକୁ ନେଇ ଯାଇଥିଲେ । ଏହାପରେ ସେଠାରେ ୭ ରୁ ୮ ଜଣ ଯୁବକ ତାଙ୍କୁ ଗଣଦୁଷ୍କର୍ମ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ପୀଡିତା ଜଣଙ୍କ ରରୁଆଁ-ଶୁକୃଳି ରାସ୍ତାରେ କାନ୍ଦୁଥିବାର ଦେଖି ପାଖ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଏନେଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ମହିଳା ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ମହିଳାଙ୍କୁ ପାଶବିକ ଅତ୍ୟାଚାର ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ଅନ୍ୟପଟେ ରରୁଆଁ ଥାନା ପୋଲିସ ଘଟଣା ସମ୍ପର୍କରେ ଅବଗତ ହେବା ପରେ ଛାନଭିନ ଆରମ୍ଭ କରିଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Last Updated : Oct 16, 2021, 2:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.