ETV Bharat / crime

ମୟୂରଭଞ୍ଜରେ ପୁଣି ଲଜ୍ଜା, ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରି ବନ୍ଧା ହେଲେ ୩ ଅଭିଯୁକ୍ତ

ମୟୂରଭଞ୍ଜରେ ଚାଞ୍ଚଲ୍ୟ, କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରି ୩ ଅଭିଯୁକ୍ତ ଗିରଫ। ବୈଶିଙ୍ଗା ଥାନା ଅଞ୍ଚଳରେ ଘଟିଛି ଏହି ଲୋମଟାଙ୍କୁରା ଘଟଣା। ଅଧିକ ପଢନ୍ତୁ...

author img

By

Published : Oct 17, 2021, 7:37 AM IST

Updated : Oct 17, 2021, 9:43 AM IST

ମୟୂରଭଞ୍ଜରେ ପୁଣି ଲଜ୍ୟା, କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରି ବନ୍ଧା ହେଲେ ୩ ଅଭିଯୁକ୍ତ

ବାରିପଦା: ମୟୂରଭଞ୍ଜରେ ଲୋମଟାଙ୍କୁରା ଘଟଣା । ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣଦୁଷ୍କର୍ମ । ବନ୍ଧା ହେଲେ ୩ ଅଭିଯୁକ୍ତ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜର ବୈଶିଙ୍ଗା ଅଞ୍ଚଳରେ ।

ମିଳିଥିବା ସୂଚନା ଅନୁଯାୟୀ, ଯୁକ୍ତ ୩ର ଛାତ୍ରୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ବାଲେଶ୍ୱରରୁ ବାରିପଦା ଅଭିମୁଖେ ଯାଉଥିବା ବେଳେ କୌଣସି କାରଣବଶତଃ 18ନଂ ଜାତୀୟ ରାଜପଥର କଳମାଛକ ପାଖରେ ଥିବା ଏକ ଜଙ୍ଗଲ ପାର୍ଶ୍ୱରେ ଛିଡା ହୋଇଥିଲେ । ସେହି ସମୟରେ ବାଲେଶ୍ବର ବାଙ୍କତିରା ଅଞ୍ଚଳର ୨ ଜଣ ଯୁବକ ନିଶାସକ୍ତ ଅବସ୍ଥାରେ ବାଇକରେ ଆସି ସେହି ସ୍ଥାନରେ ଅଟକି ଅନ୍ୟ ଜଣେ ଯୁବକଙ୍କୁ ଫୋନ କରି ସେହି ସ୍ଥାନକୁ ଡକାଇଥିଲେ। ତାପରେ ଏହି ୩ ଯୁବକ, ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ନିସ୍ତୁକ ମାଡ ମାରିବା ସହ ଗଛରେ ବାନ୍ଧି ଦେଇ ମୋବାଇଲ ଛଡାଇ ନେଇଥିଲେ ।

ଅଭିଯୁକ୍ତଙ୍କ ମଧ୍ୟରୁ ୨ ଯୁବକ, ଯୁବତୀଙ୍କୁ ଜଙ୍ଗଲକୁ ଟେକି ନେଇ ଗଣଦୁଷ୍କର୍ମ କରିଥିଲେ । ସୌଭାଗ୍ୟବଶତଃ ବିଜୟ ଦଶମୀ ଥିବାରୁ ବୈଶିଙ୍ଗା ପୋଲିସର ପାଟ୍ରୋଲିଂ ଟିମ୍ ଉକ୍ତ ରାସ୍ତା ଦେଇ ଯାଉଥିବା ସମୟରେ ରାସ୍ତା କଡରେ ଦୁଇଟି ବାଇକ ଦେଖି ଅଟକିଥିଲେ । ଏସଆଇ ଅନିତା ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚିବା ପରେ ଆହତ ପୁରୁଷବନ୍ଧୁ ଘଟଣା ସମ୍ପର୍କରେ ଜଣାଇଥିଲେ ଓ ପୀଡ଼ିତାଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ । ସେପଟେ ପୋଲିସକୁ ଦେଖି ଘଟଣାସ୍ଥଳରୁ ୩ ଅଭିଯୁକ୍ତ ଚମ୍ପଟ ମାରିଥିଲେ ।

ତେବେ ଯୁବତୀଙ୍କ ଅଭିଯୋଗ ପରେ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଗତକାଲି ସମସ୍ତଙ୍କର ଡାକ୍ତରୀ ମାଇନା ପରେ ବୈଶିଙ୍ଗା କେଶ 302/21ନଂ ରେ ମାମଲା ରୁଜୁ କରି ସନ୍ଧ୍ୟାରେ ଅଭିଯୁକ୍ତ ମାନଙ୍କୁ ବାରିପଦା କୋର୍ଟ ଚାଲାଣ କରାଯାଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ଇଟିଭି ଭାରତ

Last Updated : Oct 17, 2021, 9:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.