ETV Bharat / city

କୋଭିଡ ମୃତକଙ୍କ ପରିବାର ପାଇଁ କ୍ଷତିପୂରଣ ଦାବି କଲା ଯୁବ କଂଗ୍ରେସ - କୋଭିଡ ମୃତକଙ୍କ ପରିବାର ପାଇଁ କ୍ଷତିପୂରଣ ଦାବି କଲା ଯୁବ କଂଗ୍ରେସ

କେନ୍ଦ୍ର ସରକାର କୋଭିଡ ନେଇ ସଠିକ ତଥ୍ୟ ଲୁଚାଉଛନ୍ତି । କୋରୋନା ମହାମାରୀରେ କେତେ ଲୋକଙ୍କ ପ୍ରାଣ ଯାଇଛି ସେନେଇ କେନ୍ଦ୍ର ସରକାର ସଠିକ ତଥ୍ୟ ପରିପ୍ରକାଶ କରୁନାହାଁନ୍ତି । ଏମିତି ଅଭିଯୋଗ ଆଣିଛି ସମ୍ବଲପୁର ଜିଲ୍ଲା ଯୁବ କଂଗ୍ରେସ । ଅଧିକ ପଢନ୍ତୁ

କୋଭିଡ ମୃତକଙ୍କ ପରିବାର ପାଇଁ କ୍ଷତିପୂରଣ ଦାବି କଲା ଯୁବ କଂଗ୍ରେସ

author img

By

Published : May 10, 2022, 11:19 AM IST

ସମ୍ବଲପୁର: କେନ୍ଦ୍ର ସରକାର କୋଭିଡ ନେଇ ସଠିକ ତଥ୍ୟ ଲୁଚାଉଛନ୍ତି । କୋରୋନା ମହାମାରୀରେ କେତେ ଲୋକଙ୍କ ପ୍ରାଣ ଯାଇଛି ସେନେଇ କେନ୍ଦ୍ର ସରକାର ସଠିକ ତଥ୍ୟ ପରିପ୍ରକାଶ କରୁନାହାଁନ୍ତି । ଏମିତି ଅଭିଯୋଗ ଆଣିଛି ସମ୍ବଲପୁର ଜିଲ୍ଲା ଯୁବ କଂଗ୍ରେସ । ଏହା ସହ କୋଭିଡର ପ୍ରଥମ ଓ ଦ୍ଵିତୀୟ ଲହରରେ ପ୍ରାଣ ହରେଇଥିବା ସବୁ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ 4 ଲକ୍ଷ ଲେଖାଏଁ କ୍ଷତିପୂରଣ ରାଶି ପ୍ରଦାନ କରାଯାଉ ବୋଲି ଦାବି କରିଛି ସମ୍ବଲପୁର ଜିଲ୍ଲା ଯୁବ କଂଗ୍ରେସ ।

କୋଭିଡ ମୃତକଙ୍କ ପରିବାର ପାଇଁ କ୍ଷତିପୂରଣ ଦାବି କଲା ଯୁବ କଂଗ୍ରେସ

ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରେ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ମୁଖ୍ୟତଃ କୋଭିଡ(COVID-19) ନେଇ କେନ୍ଦ୍ର ସରକାର ନିଜର ଅପାରଗତା ଲୁଚାଉଛନ୍ତି ବୋଲି ଯୁବ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛି । ଅନ୍ୟପଟେ କୋଭିଡର ପ୍ରଥମ ଓ ଦ୍ଵିତୀୟ ଲହରରେ ପ୍ରାଣ ହରେଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ 4 ଲକ୍ଷ ଲେଖାଏଁ କ୍ଷତିପୂରଣ ରାଶି ପ୍ରଦାନ କରାଯାଉ ବୋଲି ଯୁବ କଂଗ୍ରେସ ଦାବି କରିଛି ।

ଏହା ସହ ସବୁ ଦଳର ନେତାଙ୍କୁ ନେଇ ଏକ କୋଭିଡ ଆୟୋଗ ଗଠନ କରାଯାଉ ବୋଲି ଯୁବ କଂଗ୍ରେସ ଦାବି କରିଛି । ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ଲାବନ ବହିଦାର, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଆଶୁତୋଷ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ । ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ବିଶ୍ବରେ କୋଭିଡ ମୃତ୍ୟୁ ନେଇ ରିପୋର୍ଟ ପ୍ରକାଶ କରିଥିଲା ।

ରିପୋର୍ଟ ଅନୁସାରେ, ସାରା ବିଶ୍ବରେ କୋଭିଡ ସଂକ୍ରମଣ ଆରମ୍ଭ ହେବାର 2 ବର୍ଷ ମଧ୍ୟରେ ମୋଟ ଦେଢ କୋଟିରୁ ଉର୍ଦ୍ଧ୍ବ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେହିପରି ଭାରତରେ ପ୍ରାୟ 47 ଲକ୍ଷ ଆକ୍ରାନ୍ତ ପ୍ରାଣ ହରାଇଥିବା ରିପୋର୍ଟରେ ଦର୍ଶାଯାଇଥିଲା । ଯାହାକୁ କେନ୍ଦ୍ର ତ୍ରୁଟିପୂର୍ଣ୍ଣ ତଥ୍ୟ ବୋଲି କହିଥିଲା ।

ସମ୍ବଲପୁରରୁ ବାଦଶାହା ଜୁସମାନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.