ETV Bharat / city

ମୁଖାଗ୍ନି ପାଇଁ ଆସିଲାନି ପୁଅ: ମାଆର ଶେଷଯାତ୍ରାରେ କାନ୍ଧ ଦେଲେ ୬ ଝିଅ - ମାଆର ଶେଷଯାତ୍ରାରେ କାନ୍ଧ ଦେଲେ ୬ ଝିଅ

ମାଆ ମୁହଁରେ ନିଆଁ ଦେଇ ପାରିଲାନି ଏକମାତ୍ର ଜନ୍ମକଲା ପୁଅ । ଶେଷ ସମୟରେ ମାଆର ମୃତଦେହକୁ କାନ୍ଧ ଦେବା ସହ ମୁଖାଗ୍ନି ଦେଇଛନ୍ତି ୬ ବିବାହିତା ଝିଅ । ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଗୁଜୁରାଟୀ କଲୋନୀରେ। ଅଧିକ ପଢନ୍ତୁ

ମୁଖାଗ୍ନି ପାଇଁ ଆସିଲାନି ପୁଅ : ମାଆର ଶେଷଯାତ୍ରାରେ କାନ୍ଧ ଦେଲେ ୬ ଝିଅ

author img

By

Published : Feb 10, 2022, 8:29 PM IST

ସମ୍ବଲପୁର : ମାଆ ମୁହଁରେ ନିଆଁ ଦେଇ ପାରିଲାନି ଏକମାତ୍ର ଜନ୍ମକଲା ପୁଅ । ଶେଷ ସମୟରେ ମାଆର ମୃତଦେହକୁ କାନ୍ଧ ଦେବା ସହ ମୁଖାଗ୍ନି ଦେଇଛନ୍ତି ୬ ବିବାହିତା ଝିଅ । ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଗୁଜୁରାଟୀ କଲୋନୀରେ।

ମୁଖାଗ୍ନି ପାଇଁ ଆସିଲାନି ପୁଅ : ମାଆର ଶେଷଯାତ୍ରାରେ କାନ୍ଧ ଦେଲେ ୬ ଝିଅ

ସମ୍ବଲପୁରର ସ୍ବର୍ଗତ ଭୁବନ ସାହୁଙ୍କ ସ୍ତ୍ରୀ ଶ୍ରୀମତି ସାହୁ ସ୍ବାମୀଙ୍କ ମୃତ୍ଯୁ ପରେ ପୁଅ ନ ପଚାରିବାରୁ ୧୫ ବର୍ଷ ହେବ ଗୁଜୁରାଟୀ କଲୋନୀରେ ରହୁଥିଲେ । ତେବେ ଆଜି(ଗୁରୁବାର) ତାଙ୍କର ମୃତ୍ଯୁ ପରେ ପୁଅ ଶେଷ ଦର୍ଶନ କି ମୁଖାଗ୍ନି ଦେବା ପାଇଁ ଆସି ନ ଥିଲା । ଫଳରେ ମାଆର ମୃତ୍ୟୁ ପରେ ଛଳ ଛଳ ଆଖିରେ କୋକୋଇକୁ କାନ୍ଧ ଦେଇଥିଲେ 6 ଝିଅ ସୁଶୀଳା, ନିର୍ମଳା, ଉର୍ମିଳା, ଶର୍ମିଳା, ପ୍ରମିଳା ଓ ସୁନୀଳା ।

ଏହାବି ପଢନ୍ତୁ :ଜାଗୃତି ଶୁକ୍ଳାଙ୍କ ନାଁରେ ଏତଲା ଦେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

ଶେଷରେ ଛାତିରେ କୋହ ଧରି ମନରେ ମାଆ ଚାଲି ଯିବାର ଦୁଃଖକୁ ଜାବୁଡି ଧରି 6 ଝିଅ ମୁଖାଗ୍ନି ଦେଇଛନ୍ତି । ଏହି ଘଟଣା ଏବେ ପୁରୁଷ ପ୍ରଧାନ ସମାଜରେ ପୁଅ ଝିଅ ମଧ୍ୟରେ ଭେଦଭାବ କରୁଥିବା ଲୋକଙ୍କୁ ଉଚିତ ଶିକ୍ଷା ଦେଇଛି ।

ସମ୍ବଲପୁରରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.