ସମ୍ବଲପୁର: ଆଗାମୀ ଦିନରେ ଟାଟା ପାୱାରର ରାଜ୍ୟ ବାହାର ଅଣଓଡ଼ିଆ ଠିକାଦାର ପ୍ରୀତିନୀତିର ପ୍ରତିବାଦ କରିବ ପଶ୍ଚିମ ଓଡ଼ିଶା ବିଦ୍ୟୁତ ଠିକାଦାର ସଂଘ । ରବିବାର ସମ୍ବଲପୁର ଅଇଁଠାପାଲି ଅଞ୍ଚଳରେ ହୋଇଥିବା ସଂଘର ସାଧାରଣ ସଭାରେ ରେ ଏହି ନିଷତ୍ତି ନିଆଯାଇଛି । ଏନେଇ ସଂଘର ସଭାପତି ହରିହର ବେହେରା ସୂଚନା ଦେଇଛନ୍ତି।
ଟାଟା ପାୱାର ବିଦ୍ୟୁତ ବିତରଣର ଦାୟିତ୍ୱ ନେବା ପରେ ଅଣଓଡ଼ିଆ ଠିକାଦାରଙ୍କୁ ଅଧିକ ଗୁରୁତ୍ୱ ଦେବା ସହ ଓଡ଼ିଆ ଠିକାଦାରଙ୍କୁ ଅବହେଳା କରୁଥିବା ଅଭିଯୋଗ କରିଛି ସଂଘ । ତେଣୁ ଆଗାମୀ ଦିନରେ ସାରା ରାଜ୍ୟର ବିଦ୍ୟୁତ ବିଭାଗର ଠିକାଦାର ଏହାର ପ୍ରତିବାଦ କରିବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି କୁହାଯାଇଛି । ଯେ କୌଣସି ସ୍ଥାନରେ ଅଣଓଡ଼ିଆ ଠିକାଦାର ବିଦ୍ୟୁତ ବିଭାଗର କାର୍ଯ୍ୟ କଲେ ପ୍ରବଳ ବିରୋଧ କରାଯାଉ କାମ ଅଟକାଇ ଦିଆଯିବ ବୋଲି ଚେତାବନୀ ଦେଉଛି ସଂଘ।
ସମ୍ବଲପୁରରୁ ବାଦଶାହ ଯୁଷ୍ମନ ରଣା, ଇଟିଭି ଭାରତ