ସମ୍ବଲପୁର: କୋଭିଡର ଉଭୟ ଡୋଜ ନେବା ପରେ ଶରୀରରେ ସୃଷ୍ଟି ହେଉଥିବା ଆଣ୍ଟିବଡି ମାତ୍ର ୬ମାସ ପାଇଁ ରହୁଛି । ଏହାପରେ କୋଭିଡ ବିରୋଧରେ ଏହି ଟୀକା ଆଉ ପ୍ରଭାବଶାଳୀ ହେଉନାହିଁ । ଏଥିପାଇଁ ବୁଷ୍ଟର ଡୋଜ୍ର ଆବଶ୍ୟକତା ରହିଛି । ଏହାକୁ ନେଇ ଗବେଷଣା କରିଥିଲେ ଭୀମସାରର ୪ ଜଣ ଡାକ୍ତରଙ୍କ ସହ RMRC ନିର୍ଦ୍ଦେଶିକା । ଏହି ଗବେଷଣାକାରୀମାନେ ବୁଷ୍ଟର ଡୋଜ୍ ନେଇ ପ୍ରତିକ୍ରିୟା ରଖିଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ରିପୋର୍ଟକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ସ୍ୱୀକୃତି ମଧ୍ୟ ଦେଇଛି ।
ଏହି ଗବେଷଣା କୋଭିଡର ଦ୍ଵିତୀୟ ଡୋଜ ନେଇଥିବା ଲୋକଙ୍କୁ ନେଇ କରାଯାଇଥିଲା । ଏହି ଟିମ୍ରେ ଭୁବନେଶ୍ୱର RMRC ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ଏବଂ ଭୀମସାରର ୪ଜଣ ଡାକ୍ତର ସାମିଲ ଥିଲେ । ପ୍ରାୟ ୧୨୨ ଜଣ ଲୋକଙ୍କ ଉପରେ ଏହି ଗବେଷଣା କରାଯାଇଥିଲା । ଏହି ଲୋକ ମାନଙ୍କଠାରୁ ୩ଟି ପର୍ଯ୍ୟାୟରେ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା ।
ସେହିପରି B-ପଜିଟିଭ ଏବଂ O-ପଜିିଟିଭ ରକ୍ତ ବର୍ଗର ଲୋକଙ୍କ ମଧ୍ୟରେ କୋଭିଡରେ ସଂକ୍ରମିତ ହେବାର ଆଶଙ୍କା ଅଧିକ ରହିଥିବା ଏହି ଗବେଷଣାରୁ ଜଣାପଡ଼ିଛି । ଏହାକୁ ନେଇ ଭୀମସାର ଡାକ୍ତର ସଞ୍ଜୀବ ମିଶ୍ର ସୂଚନା ଦେଇଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିିଭି ଭାରତ