ETV Bharat / city

ଦିନେ ଥିଲା ମାଓ ଅଧ୍ୟୁଷିତ ଗାଁ, ଏବେ ଜୈବକ ଚାଷର ପେଣ୍ଠସ୍ଥଳୀ

author img

By

Published : Jan 7, 2022, 8:58 PM IST

ସମ୍ବଲପୁର ଜୁଜୁମୁରା ବ୍ଲକର ରାନତାଳ ଗାଁ ଦିନେ ଥିଲା ମାଓ ଅଧ୍ୟୁଷିତ ଗାଁ । ଗାଁରେ ପ୍ରଶାସନିକ ଅବହେଳାର ସୁଯୋଗ ନେଇ ମାଓବାଦୀ ନିଜର ପ୍ରଭାବ ବିସ୍ତାର କରିଥିଲେ । ତେବେ ବର୍ତ୍ତମାନ ଏହି ଗାଁରେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନର ସହାୟତାରେ ସ୍ଥାନୀୟ ଆଦିବାସୀ ଜୈବିକ ଚାଷ କରି ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ଜୈବିକ ଚାଷରେ ବିଭିନ୍ନ ପ୍ରକାରର ପନିପରିବା ସହିତ ୧୫ ପ୍ରକାର ଧାନ ଫଳାଇଛନ୍ତି । ଆସନ୍ତୁ ଦେଖିବା ଏହି ସ୍ପେଶାଲ ରିପୋର୍ଟ

ଦିନେ ଥିଲା ମାଓ ଅଧ୍ୟୁଷିତ ଗାଁ, ଏବେ ଜୈବକ ଚାଷର ପେଣ୍ଠ ସ୍ଥଳୀ

ସମ୍ବଲପୁର: ଜିଲ୍ଲାର ଜୁଜୁମୁରାର ମେଘପାଳ ପଞ୍ଚାୟତ । 81 ପ୍ରତିଶତ ଆଦିବାସୀ ରହୁଥିବା ଏହି ଗ୍ରାମପଞ୍ଚାୟତରେ ଦିନେ ମାଓବାଦୀଙ୍କ ଅଖଣ୍ଡ ପ୍ରଭାବ ଥିଲା । ଜିଲ୍ଲା ପ୍ରଶାସନ ଓ ମାଓବାଦୀଙ୍କ ଭିନ୍ନ ଭିନ୍ନ ବିଚାରଧାରାର ଟଣା ଓଟଣା ଭିତରେ ପେଶି ହୋଇଯାଉଥିଲେ ଏଠାକାର ବାସୀ । କିନ୍ତୁ ଗତ ୨୦୧୩ ମସିହା ପରେ ଏଠାରେ ସୁଧାର ଆସିବା ପରେ ବିକାଶ ହୋଇପାରିନଥିଲା ଏଠାକାର ଜୀବନ ଜୀବିକା । ଏହାପରେ ସ୍ଥାନୀୟ ପତଙ୍ଗ ସଙ୍ଗଠନ ଓ ଜିଲ୍ଲା ପ୍ରଶାସନର ସହାୟତାରେ ଏଠାକାର ବାସୀଙ୍କୁ ତାଲିମ ଦିଆଯାଇ ଆରମ୍ଭ ହେଲା ଜୈବିକ ଚାଷ । ଫଳରେ ଏହି ମାଓ ଅଧ୍ୟୁଷିତ ଗାଁରେ ଏବେ ଫଳୁଛି ସୁନାର ଫସଲ । ଆଉ ଏଠାକାର ଲୋକମାନେ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ ହୋଇଥିବା ଦେଖିବାକୁ ମିଳିଛି ।

ଜିଲ୍ଲା ପ୍ରଶାସନର ସହାୟତାରେ ପତଙ୍ଗ ସ୍ବେଚ୍ଛାସେବୀ ସଙ୍ଗଠନର ଉଦ୍ୟମ ଏହି ଅଞ୍ଚଳରେ ଥିବା ଜଳ, ଜମି, ଜଙ୍ଗଲର ପ୍ରାକୃତିକ ସମ୍ବଳର ସହାୟତାରେ ଆରମ୍ଭ ହୋଇଥିଲା ଜୈବିକ ଚାଷ । ସ୍ଥାନୀୟ ଯୁବ ଚାଷୀଙ୍କୁ ତାଲିମ ଦେଇ କମ ଖର୍ଚ୍ଚରେ କିପରି ଜୈବିକ ଚାଷ ହେବ ସେ ନେଇ ପ୍ରଶିକ୍ଷଣ ଦିଆଗଲା । ମୁଖ୍ୟତଃ ପାରମ୍ପରିକ ଦେଶୀ ଧାନ ଓ ପନିପରିବା ଚାଷର ତାଲିମ ଦିଆଗଲା । କେବଳ କମ୍ପୋଷ୍ଟ ବା ଜୈବିକ ସାର ସହାୟତାରେ ହେଲା ଚାଷ । ଏହା ଦ୍ବାରା ଏହି ଅଞ୍ଚଳରେ 15 ପ୍ରକାର ଦେଶୀ ଧାନ ଚାଷ ହେଲା । ଫଳରେ ମେଘପାଳ, ଛାମୁଣ୍ଡା ଓ କାୟକୁଦ ପଞ୍ଚାୟତର 200 ଏକରରୁ ଊର୍ଦ୍ଧ୍ବ ଜମିରେ ଜୈବିକ ଚାଷ କରାଗଲା । ଆଉ ସ୍ଥାନୀୟ ଲୋକଙ୍କ ଜୀବନ ଧାରଣର ମାନ ବୃଦ୍ଧି ହେଲା ।

ମୁଖ୍ୟତଃ ଆଧୁନିକ ପ୍ରଣାଳୀର ଚାଷ ଦ୍ବାରା ରାସାୟନିକ ସାର ଓ କୀଟନାଶକ ବ୍ୟବହାର ପାଇଁ ସ୍ଥାନୀୟ ଲୋକଙ୍କ ପାଖରେ ସେହିଭଳି ଆର୍ଥିକ ବଳ ନଥିଲା । ତେବେ ସ୍ଥାନୀୟ ପ୍ରାକୃତିକ ସମ୍ବଳର ସହାୟତାରେ ଏହି ଲୋକଙ୍କୁ କମ୍ପୋଷ୍ଟ ଓ ଜିଆଖତ ତିଆରି ଶିଖାଇବା ସହ ଏହାର ବ୍ୟବହାର ଓ ଜୈବିକ କୀଟନାଶକର ବ୍ୟବହାର ଦ୍ବାରା ସ୍ଥାନୀୟ ଚାଷୀ ଭଲ ଉତ୍ପାଦନ କରିଥିଲେ । ଏହା ଦ୍ବାରା ସେମାନେ ଋଣମୁକ୍ତ ଚାଷ କରିବା ସହ ସ୍ବାସ୍ଥ୍ୟକର ଖାଦ୍ୟଶସ୍ୟ ଓ ପନିପରିବା ପାଉଛନ୍ତି ବୋଲି ସ୍ଥାନୀୟ ଚାଷୀ କହିଛନ୍ତି ।

ଜୈବିକ ଫସଲରୁ ଉତ୍ପାଦିତ ପନିପରିବା ଆଦି ଖାଇବା ଦ୍ବାରା ସ୍ଥାନୀୟ ଶିଶୁ ଓ ମହିଳାଙ୍କ ମଧ୍ୟରେ ଆଉ ଅପପୁଷ୍ଟି ଜନିତ ସମସ୍ୟା ଆଉ ଦେଖାଯାଉ ନାହିଁ ବୋଲି କହିଛନ୍ତି ସ୍ଥାନୀୟ ଲୋକ। ଜୈବିକ ଚାଷ ଦ୍ବାରା ସ୍ଥାନୀୟ ଲୋକ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ସ୍ବାବଲବୀ ହୋଇପାରିବା ସହ ଏହି ଅଞ୍ଚଳରେ ଦାଦନ ସମସ୍ୟା ମଧ୍ୟ ହ୍ରାସ ପାଇଛି । ଏହାସହିତ ସ୍ଥାନୀୟ ଲୋକଙ୍କ ଗ୍ରାମସଭା ଓ ପଲ୍ଲିସଭାରେ ସହଭାଗିତା ମଧ୍ୟ ବଢିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.