ETV Bharat / city

ଲକଡାଉନରେ କମିଲା ସମ୍ବଲପୁରୀ ବସ୍ତ୍ର ବ୍ୟବସାୟ, ଦୁର୍ଦ୍ଦିନରେ ବ୍ୟବସାୟୀ ଓ ବୁଣାକାର

author img

By

Published : Aug 7, 2020, 8:00 AM IST

କୋଭିଡ 19 ଜନିତ ଲକ ଡାଉନର ପ୍ରଭାବ ସବୁ କ୍ଷେତ୍ରରେ ପଡିଥିବା ବେଳେ ଏଥିପାଇଁ ବହୁ ଲୋକ ନିଜର ଜୀବିକା ହରାଇ ବସିଛନ୍ତି। ଯେମିତିକି ଏହାର ପ୍ରଭାବ ପଶ୍ଚିମ ଓଡିଶାର ପରିଚୟ କୁହାଯାଉଥିବା ସମ୍ବଲପୁରୀ ହସ୍ତତନ୍ତ ବ୍ୟବସାୟ ଉପରେ। ଏହା ଦ୍ୱାରା ନିଜର ଜୀବିକା ହରାଇ ହାତବାନ୍ଧି ଭଗବାନ ଭରସାରେ ବଞ୍ଚୁଛନ୍ତି ହଜାର ହଜାର ବୁଣାକାର।

the-sambalpuri-textile-business-has-been-reduced-by-90-per-cent-in-the-lockdown
ଲକଡାଉନରେ କମିଲା ସମ୍ବଲପୁରୀ ବସ୍ତ୍ର ବ୍ୟବସାୟ, ଦୁର୍ଦ୍ଦିନରେ ବ୍ୟବସାୟୀ ଓ ବୁଣାକାର

ସମ୍ବଲପୁର: ଶାଢୀରେ ସୁନ୍ଦର ଭାରତୀୟ ନାରୀ। ହେଲେ ସମ୍ବଲପୁରୀ ଶାଢୀର କଥା ହିଁ ଟିକେ ନିଆରା। ଏହି ହାତ ତିଆରି ବସ୍ତ୍ର ପରିଧାନ କଲେ ନାରୀର ସୌନ୍ଦର୍ଯ୍ୟ ଦ୍ବିଗୁଣିତ ହୋଇଯାଏ। ଓଡିଶା କଳାଚାତୁରୀର ଦର୍ପଣ ପ୍ରାୟ ଏହି ଶାଢୀ କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ଡିମାଣ୍ଡରେ। ପାଶ୍ଚାତ୍ୟ ସଂସ୍କୃତି ଓ ଆଧୁନିକତା ସହ ତାଳ ଦେଇ ବଦଳୁଛି ଏହି ଶାଢୀର ପାରମ୍ପରିକ ଡିଜାଇନ। ହେଲେ ଏହି ସୁନ୍ଦର ବସ୍ତ୍ର ଉପରେ ପଡିଛି କୋରୋନାର କଳାନଜର। ଲକଡାଉନରେ ହାତବାନ୍ଧି ବସିଛନ୍ତି ଏହା ଉପରେ ଭରସା କରି ବଞ୍ଚୁଥିବା ହଜାର ହଜାର ବୁଣାକାର।

ଜଣେ ବୁଣାକାର ସପରିବାର ଲାଗି ଗୋଟିଏ ଦିନରେ 500 ଟଙ୍କାର ମଜୁରୀ ପାଉଥିଲେ। ତେବେ ବର୍ତ୍ତମାନ କୋରୋନା ମାଡରେ ଏହି ମଜୁରୀ 250 କୁ ହ୍ରାସ ପାଇଛି। ଏହା ପୁଣି ବ୍ୟବସାୟୀଙ୍କ ଇଛା ଉପରେ ନିର୍ଭର। ଯେଉଁ ବୁଣାକାର ମାନେ ନିଜେ ସମ୍ବଲପୁର ଶାଢ଼ୀ, ଗାମୁଛା ଓ ଡ୍ରେସ କପଡା ତିଆରି କରି ବ୍ୟବସାୟୀଙ୍କୁ ରେଡିମେଡ ବିକ୍ରି କରୁଥିଲେ ତାଙ୍କର ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ ପାୟ। କାହିଁକି ନା କରୋନା ମାଡରେ ବିବାହ,ବ୍ରତ ଆଦି କାର୍ଯ୍ୟ ବନ୍ଦ ହେବା ସହ ସାଧାରଣ ଲୋକ ର ଆୟ ବନ୍ଦ ହୋଇଯାଇଛି। ଫଳରେ ଏହି ବୁଣାକାର ମାନେ ଏବେ ଦୁର୍ଦିନରେ କୌଣସି ପ୍ରକାରେ ଜୀବବ ବିତାଉଥିବା କହିଛନ୍ତି।

ସୁତାର ଗୋଟେ ଛୋଟ ବଣ୍ଡଳ 60 ରୁ ବଢି 75 ଟଙ୍କା ହୋଇଛି। 100 ଗ୍ରାମ ରଙ୍ଗର ଦାମ 160 ରୁ 200 ଟଙ୍କା କୁ ବୃଦ୍ଧି ହୋଇଛି।ସମ୍ବଲପୁର ହସ୍ତତନ୍ତ ରେ ବ୍ୟବହାର ବାନ୍ଧ ବିଡା 200 ଟଙ୍କାରୁ ବଢି 350 ଟଙ୍କା ହୋଇଛି।ଏଭଳି ପରିସ୍ଥିତିରେ ବଡ଼ ବଡ଼ ବ୍ୟବସାୟୀ ମଧ୍ୟ ଏହି ସବୁ କଞ୍ଚା ମାଲ ଆଣି ନିବେଶ କରିବାକୁ ଡରୁଛନ୍ତି।

କୋରୋନା ମାଡରେ କେବଳ ବୁଣାକାର ପ୍ରଭାବିତ ହୋଇଛନ୍ତି ତାହା ନୁହେଁ ବଡ଼ ବଡ଼ ଦୋକାନୀ ଓ ବ୍ୟବସାୟୀ ମଧ୍ୟ ନିଜର ଆର୍ଥିକ ମାନ୍ଦାବସ୍ଥା ର ସମ୍ମୁଖୀନ ହେଉଛନ୍ତି। ଯେଉଁ ବ୍ୟବସାୟୀ ମାନେ ଗୋଟିଏ ଦିନରେ 1ଲକ୍ଷ ଟଙ୍କାର ସମ୍ବଲପୁରୀ ହ୍ୟାଣ୍ଡଲୁମ ବିକ୍ରି କରୁଥିଲେ ଏବେ ତାଙ୍କର ବିକ୍ରି ଗୋଟିଏ ଦିନରେ ଭାଗ୍ୟ ଭଲ ଥିଲେ 10 ରୁ 15 ହଜାର ପର୍ଯ୍ୟନ୍ତ ଯାଉଛି ବୋଲି କହିଛନ୍ତି।

ଏପଟେ ବଡ଼ ବଣ୍ଡଳ ସୂତା ଯାହାକୁ ଆଣି ସେମାନେ ବୁଣାକାରଙ୍କୁ ଦେଇ କାମ କରାଉଥିଲେ ତାର ଦାମ ଏବେ 3500 ରୁ 5000 କୁ ବୃଦ୍ଧି ପାଇଥିବା ବ୍ୟବସାୟୀ କହିଛନ୍ତି। ଫଳରେ ଏହି ମାନ୍ଦାବସ୍ଥା ରେ କେହି ରିସ୍କ ନେଇ ଆଉ କାମ କରେଇବାକୁ ଡରୁଥିବା କହିଛନ୍ତି। ଗୋଟିଏ ପଟେ ସମ୍ବଲପୁରୀ ପାଟଶାଢ଼ୀର ସୂତାର ଦାମ କମିଥିବା ବେଳେ ଅନ୍ୟପଟେ ଦୋକାନରେ ସମ୍ବଲପୁରୀ ପାଟର ବ୍ୟବସାୟ ପୁରା ପୁରି ଜିରୋ ହୋଇଯାଇଥିବା ସମ୍ବଲପୁର ର ବ୍ୟବସାୟୀ କହିଛନ୍ତି।

କୋରୋନା ମାଡରେ ଉଭୟ ସମ୍ବଲପୁରୀ ହ୍ୟାଣ୍ଡଲୁମ ବ୍ୟବସାୟ ଓ ବୁଣାକାର ଙ୍କ ଜୀବିକା ପ୍ରଭାବିତ ହୋଇଛି ତେବେ ଅଧିକ କଷ୍ଟରେ ଅଛନ୍ତି ଏହି ବୁଣାକାର ମାନେ କାରଣ ଏମାନଙ୍କ ପାଖରେ ଆଉ କୌଣସି ବିକଳ୍ପ କାମ ନଥିବା ବେଳେ ଏମାନଙ୍କ ସଞ୍ଚୟ ଅର୍ଥ ଏବେ ସରି ସାରିଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.