ETV Bharat / city

The Kashmir File ଫିଲ୍ମ ବନ୍ଦ ପରେ ହଲରେ ଉତ୍ତେଜନା - ସମ୍ବଲପୁର ଫିଲ୍ମ ହଲରେ ଉତ୍ତେଜନା

ସମ୍ବଲପୁରରେ ‘ଦ କାଶ୍ମୀର ଫାଇଲ୍ସ’ ଫିଲ୍ମ ସିନେମା ହଲରେ ବନ୍ଦ ହେବା ଯୋଗୁଁ ବଜରଙ୍ଗ ଦଳ କଲା ପ୍ରତିବାଦ। ସିନେମା ହଲ ମ୍ୟାନେଜରଙ୍କ ଚାମ୍ବରକୁ ବଜରଙ୍ଗ ଦଳ କର୍ମୀ ଧସେଇ ପଶିବା ସହ ମ୍ୟାନେଜରଙ୍କୁ ତାଗିଦ କରି ହଲରେ ଆଉ କୌଣସି ଫିଲ୍ମ ଚଳାଇ ଦିଆଯିବ ନାହିଁ ବୋଲି ଧମକ ଦେଇଛନ୍ତି । ଅଧିକ ପଢନ୍ତୁ

The Kashmir File ଫିଲ୍ମ ଶୋ ବନ୍ଦ  ପରେ ହଲରେ  ଉତ୍ତେଜନା

author img

By

Published : Mar 19, 2022, 9:24 AM IST

ସମ୍ବଲପୁର: ସମ୍ବଲପୁରରେ ‘ଦ କାଶ୍ମୀର ଫାଇଲ୍ସ’ ଫିଲ୍ମ ସିନେମା ହଲରେ ବନ୍ଦ ହେବା ଯୋଗୁଁ ବଜରଙ୍ଗ ଦଳ କଲା ପ୍ରତିବାଦ। ସିନେମା ହଲ ମ୍ୟାନେଜରଙ୍କ ଚାମ୍ବରକୁ ବଜରଙ୍ଗ ଦଳ କର୍ମୀ ଧସେଇ ପଶିବା ସହ ମ୍ୟାନେଜରଙ୍କୁ ତଗିଦ କରି ହଲରେ ଆଉ କୌଣସି ଫିଲ୍ମ ଚଳେଇ ଦିଆଯିବ ନାହିଁ ବୋଲି ଦଳ ଧମକ ଦେଇଥିଲେ ।

ଆଜି ଦ କାଶ୍ମୀର ଫାଇଲ୍ସ ଫିଲ୍ମ ବନ୍ଦ ହେଵାରୁ ସମ୍ବଲପୁର ଆଏଲେକ୍ସ ସିନେମା ହଲରେ ଉତ୍ତେଜନା ଦେଖାଦେଇଥିଲା । ଗତକାଲି ପର୍ଯ୍ୟନ୍ତ ସମ୍ବଲପୁରର ଆଇଲେକ୍ସ ସିନେମା ହଲରେ ଦ କାଶ୍ମୀର ଫାଇଲ ଚାଲୁଥିବା ବେଳେ ଆଜି ଠାରୁ ଏହି ଫିଲ୍ମ ଆଉ ଚାଲିବନି ବୋଲି ଶୁଣିବାକୁ ମିଳିଲା। ଏହି ଖବର ପାଇ କିଛି ଦର୍ଶକ ସିନେମା ହଲ ସମ୍ମୁଖରେ ପ୍ରତିବାଦ କରିଥିଲେ। ତେବେ ଏହି ଖବର ପାଇ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ଆଏଲେକ୍ସ ସିନେମା କମ୍ପ୍ଲେକ୍ସରେ ବଳପୂର୍ବକ ପଶି ମ୍ୟାନେଜରକୁ କାହିଁକି ଦ କାଶ୍ମୀର ଫାଇଲ ବନ୍ଦ ହେଲା ବୋଲି ପଚାରି ଥିଲେ ।

ଟେକନିକାଲ ତ୍ରୁଟି ଯୋଗୁ ଫିଲ୍ମ ବନ୍ଦ କରାଯାଇଛି ବୋଲି ମ୍ୟାନେଜର କହିବା ପରେ ବଜରଙ୍ଗ ଦଳ କର୍ମୀ କାଶ୍ମୀର ଫାଇଲ ନ ଚାଲିଲେ ଆଉ କୌଣସି ଫିଲ୍ମ ହଲରେ ଚାଲିବ ନାହିଁ ବୋଲି କହି ହଲରୁ ସବୁ ଦର୍ଶକ ମାନଙ୍କୁ ବାହାର କରିବାକୁ ଲାଗିଲେ । ଏଭଳି ସ୍ଥିତିରେ ହଲରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ତେବେ ପରବର୍ତ୍ତୀ ସମୟରେ ହଲରେ ପୁଣି ‘ଦ କାଶ୍ମୀର ଫାଇଲ’ ଚାଲିବ ବୋଲି କୁହାଯିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା।

ତେବେ ଏନେଇ ବଜରଙ୍ଗ ଦଳର ପ୍ରାନ୍ତ ସଂଯୋଜକ ସୁଧୀର ରଞ୍ଜନ ବହିଦାର ଏହି ଫିଲ୍ମ କୁ ବନ୍ଦ କରିବାକୁ କିଛି ଲୋକ ଚକ୍ରାନ୍ତ କରିଥିଲେ ବୋଲି କହିଛନ୍ତି।

ସମ୍ବଲପୁରରେ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.