ETV Bharat / city

ପବିତ୍ର ନୂଆଁଖାଇ: ନବାନ୍ନ ଲାଗି ସମଲେଶ୍ବରୀ ମନ୍ଦିରରେ ଭକ୍ତଙ୍କ ଭିଡ - ସମଲେଶ୍ବର ମନ୍ଦିର

ସାରା ପଶ୍ଚିମ ଓଡ଼ିଶାରେ ନୂଆଁଖାଇର ଧୂମ । ବେଶ ଉତ୍ସାହ ଓ ଉଦ୍ଦୀପନା ସହ ଏହି ପର୍ବକୁ ମନାଉଛନ୍ତି ସମ୍ବଲପୁରବାସୀ । ଆଜି ନିଜ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ନୂଆଁଖାଇଥାନ୍ତି ଲୋକେ । ତେଣୁ ସକାଳୁ ସକାଳୁ ମା ସମଲେଶ୍ବର ମନ୍ଦିରରେ ପରିଲକ୍ଷିତ ହୋଇଥିଲା ଭିଡ।

ଡିଜାଇନ ଫଟୋ
author img

By

Published : Sep 3, 2019, 2:06 PM IST

ସମ୍ବଲପୁର: ଧୁମଧାମରେ ପାଳିତ ହେଉଛି ପଶ୍ଚିମଓଡିଶାର ଗଣପର୍ବ ନୂଆଁଖାଇ। ଏନେଇ ଉତ୍ସବ ମୁଖର ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ବରୀଙ୍କ ମନ୍ଦିର। ନୂଆଚାଉଳକୁ ହାତରେ ଧରି ନବାନ୍ନ ଲାଗି କରିବାକୁ ଧାଡିରେ ଛିଡା ହୋଇଛନ୍ତି ସହରବାସୀ । ତେବେ ଭାଇଚାରାର ଏହି ପର୍ବ ସମସ୍ତଙ୍କୁ ଗୋଟିଏ ବନ୍ଧନରେ ବାନ୍ଧି ରଖିଥାଏ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ସମ୍ବଲପୁର

ତେବେ ଆଧୁନିକତାର ତାଳେ ତାଳେ ନୂଆଁଖାଇରେ କିଛିଟା ପରିବର୍ତ୍ତନ ହୋଇଥଲେ ବି ମୂଳ ଉଦ୍ଦେଶ୍ୟ ସେମିତି ରହିଛି। ତେବେ ବର୍ତ୍ତମାନର ଜଗତୀକରଣ ସମୟରେ ଏକାନ୍ନବତୀ ପରିବାର ସଂଖ୍ୟା କମ ଦେଖିବାକୁ ମିଳୁଥିଲେ ବି ସମ୍ପର୍କର ଏହି ପର୍ବ ପରିବାରର ସମସ୍ତଙ୍କୁ ଏକାଠି କରି ରଖିଥାଏ। ଆଜିର ଏହି ପବିତ୍ର ଦିନରେ ମା'ଙ୍କ ପାଖରେ ନବାନ୍ନ ଲାଗି କରି ପରିବାର ସହ ନୂଆ ଖାଇଥାନ୍ତି ସମ୍ବଲପୁରବାସୀ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.