ସମ୍ବଲପୁର: ସମ୍ବଲପୁର ରେଳ ମଣ୍ଡଳରୁ ଚଳିତ ବର୍ଷର ପ୍ରଥମ ମକା ବୋଝେଇ ଓ୍ବାଗନ ବାଂଲାଦେଶ ଅଭିମୁଖେ ପଠାଯାଇଛି । ଏନେଇ ସମ୍ବଲପୁର ରେଳ ମଣ୍ଡଳର ଜନ ସମ୍ପର୍କ ଅଧିକାରୀ ତ୍ରିବିକ୍ରମ ସେଠ ସୂଚନା ଦେଇଛନ୍ତି।
ସମ୍ବଲପୁର ରେଳ ମଣ୍ଡଳର ବେଲସୋଣ୍ଡା ଷ୍ଟେସନରୁ ଏହି ସବୁ ମକା ବୋଝେଇ ଓ୍ବାଗନ ବାହାରି ବାଂଲାଦେଶର ଦର୍ଶନ ଷ୍ଟେସନ ଅଭିମୁଖେ ଯାଇଛି। 42 ଟି ଓ୍ବାଗନ ଯୋଗେ 2436 ଟନ ମକା ବାଂଲାଦେଶକୁ ପଠାଯାଇଛି। କୃଷିଜାତ ଦ୍ରବ୍ୟ ଗୁଡିକୁ ପଡୋଶୀ ଦେଶକୁ ପଠାଇବା ପାଇଁ ରେଳ ସେବା ସବୁଠାରୁ ସୁରକ୍ଷିତ ମାଧ୍ୟମ ବୋଲି ସମ୍ବଲପୁର ଡିଆରଏମ କହିଛନ୍ତି।
ସମ୍ବଲପୁରରୁ ବାଦଶାହା ଯୁଷ୍ମନ ରଣା, ଇଟିଭି ଭାରତ