ETV Bharat / city

ସମ୍ବଲପୁର ପ୍ରଶାସନକୁ 18 ଅକ୍ସିଜେନ କନସେନଟ୍ରେଟର ଯୋଗାଇଲେ ରେଢ଼ାଖୋଲ ବିଧାୟକ

author img

By

Published : Jun 11, 2021, 3:54 PM IST

କୋଭିଡ ମହାମାରୀ ସମୟରେ କୋଭିଡ ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ରେଢ଼ାଖୋଲ ବିଧାୟକ । ଜିଲ୍ଲା ପ୍ରଶାସନକୁ ଯୋଗାଇ ଦେଲେ 18 ଗୋଟି ଅକ୍ସିଜେନ କନସେନଟ୍ରେଟର । ଅଧିକ ପଢନ୍ତୁ...

ରେଢ଼ାଖୋଲ ବିଧାୟକଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ମିଳିଲା 18 ଅକ୍ସିଜେନ କନସେନଟ୍ରେଟର

ସମ୍ବଲପୁର: ସାରା ରାଜ୍ୟରେ କୋଭିଡ ଯୋଗୁଁ ଅକ୍ସିଜେନ ସିଲିଣ୍ଡରର ଆବଶ୍ୟକତା ବଢିଥିବା ବେଳେ ବିଭିନ୍ନ ସମୟରେ ଏହାର ଅଭାବ ମଧ୍ୟ ଦେଖିବାକୁ ମିଳୁଛି । ଏଭଳି ସ୍ଥିତିରେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ନିଜ ଉଦ୍ୟମରେ 18 ଟି ଅକ୍ସିଜେନ କନସେନଟ୍ରେଟର ଜିଲ୍ଲା ପ୍ରଶାସନକୁ ଯୋଗାଇ ଦେଇଛନ୍ତି ।

ଜିଲ୍ଲା ପ୍ରଶାସନକୁ 18 ଟି ଅକ୍ସିଜେନ କଂସେଣ୍ଟଟ୍ରେଟର ପ୍ରଦାନ କରିଛନ୍ତି । ରେଢ଼ାଖୋଲ ବିଧାୟକ ତଥା ଶାସକ ଦଳର ଉପମୁଖ୍ୟ ସଚେତକ ଇଂ ରୋହିତ ପୂଜାରୀ । ଶୁକ୍ରବାର ଦିନ ପ୍ରାୟ 12 ଘଟିକା ସମୟରେ ସମ୍ବଲପୁର ସାକ୍ଷୀପଡା ସ୍ଥିତ ଆବାସିକ କାର୍ଯ୍ୟାଳୟରେ ଇଂ ରୋହିତ ପୂଜାରୀ, ସମ୍ବଲପୁର ସିଡିଏମଓ ଶଶୀଭୂଷଣ ପଟେଲଙ୍କୁ 18 ଟି ଅକ୍ସିଜେନ କନସେନଟ୍ରେଟର ଜିଲ୍ଲା ପ୍ରଶାସନ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ।

ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ସହାୟତାରେ ବିଧାୟକଙ୍କ ପକ୍ଷରୁ ଏହା ପ୍ରଦାନ କରାଯାଇଛି ବୋଲି ନିଜେ ରେଢ଼ାଖୋଲ ବିଧାୟକ ସୂଚନା ଦେଇଛନ୍ତି। ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ କୋଭିଡ ରୋଗୀଙ୍କ ସହାୟତା ପାଇଁ ଏହା ବ୍ୟବହୃତ ହେବ ବୋଲି ସମ୍ବଲପୁର ସିଡ଼ିଏମଓ ଶିଶିଭୂଷଣ ପଟେଲ ସୂଚନା ଦେଇଛନ୍ତି।

ଏହି ମେସିନ ବାୟୁମଣ୍ଡଳରୁ ଅମ୍ଳଜାନ ସଂଗ୍ରହ କରି ରୋଗୀମାନଙ୍କୁ ସିଧାସଳଖ ଯୋଗାଇଥାଏ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.