ETV Bharat / city

ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ଯୁବକଙ୍କ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ...

author img

By

Published : Jun 6, 2021, 7:42 PM IST

Updated : Jun 19, 2021, 4:33 PM IST

ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମ୍ବଲପୁର: ବନ୍ଦ କୋଠରୀ ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ । ସମ୍ବଲପୁର ଧନୁପାଲି ଥାନା ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ଧନୁପାଲି ଥାନା ଅନ୍ତର୍ଗତ କ୍ଷେତିପଡ଼ା ଅଞ୍ଚଳର ଏକ କୋଠରୀ ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ।

ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ମୃତ ଯୁବକ ଜଣକ ରାଜା ବାବୁ ବୋଲି ଜଣା ପଡ଼ିଛି । ଘଟଣାସ୍ଥଳରେ ଧନୁପାଲି ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ପାରିନି । ଏହା ଆତ୍ମହତ୍ୟା ନା ଯୁବକଙ୍କ ମୃତ୍ୟୁ ପଛରେ ଅନ୍ୟ କଣ କାରଣ ରହିଛି ସେନେଇ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି ।

ଏନେଇ ସମ୍ବଲପୁର ସଦର ଏସଡିପିଓ ଓ ଧନୁପାଲି ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ କିଛି ସାଙ୍ଗ ଓ ପରିବାର ଲୋକଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Jun 19, 2021, 4:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.