ସମ୍ବଲପୁର: ଯୁବପୀଢୀଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆତ୍ମହତ୍ୟା କରିବାର ମନୋବୃତ୍ତି। ଏହା ଏକ ଗବେଷଣାରୁ ଜଣା ପଡିଛି। ଗତ ଲକଡାଉନ ସମୟରେ ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲର ଏକ ଡାକ୍ତରୀ ଟିମ ପକ୍ଷରୁ ହୋଇଥିବା ଏକ ରିସର୍ଚ୍ଚରୁ ଏହା ଜଣାପଡିଛି। ଏହି ରିସର୍ଚ୍ଚ ଟିମରେ ବୁର୍ଲା ଭୀମସାର ମେଡିକାଲର 3ଟି ବିଭାଗର 8 ଜଣ ଡାକ୍ତର ଥିଲେ।
ଏହି ଟିମ ଦ୍ବାରା ହୋଇଥିବା ରିସର୍ଚ୍ଚରୁ ଜଣାପଡିଛି ଯେ ଆତ୍ମହତ୍ୟା କରୁଥିବା ବ୍ୟକ୍ତି ଙ୍କ ମଧ୍ୟରେ 73 ପ୍ରତିଶତ ବ୍ୟକ୍ତିଙ୍କ ବୟସ 40 ବର୍ଷରୁ କମ ରହିଛି। ବୁର୍ଲା ମେଡିକାଲର ଏହି ଡାକ୍ତରୀ ଟିମ 6 ମାସ ଧରି ଏହି ରିସର୍ଚ୍ଚ କରିଥିଲା। ବୁର୍ଲା ଭୀମସାର ମେଡିକାଲକୁ ଆସିଥିବା 840 ଟି ଆତ୍ମହତ୍ୟା ମାମଲା ଉପରେ ଏହି ଗବେଷଣା ଆଧାରିତ ଥିଲା।
ଏଥିରୁ ଜଣାପଡିଛି ଯେ ଅଧିକାଂଶ ଲୋକ ବିଷ ଖାଇ ଆତ୍ମହତ୍ୟା କରୁଛନ୍ତି। ଏହା ସହ ପୂର୍ବରୁ ବୁର୍ଲା ମେଡିକାଲ ପକ୍ଷରୁ ଆତ୍ମହତ୍ୟା ଉପରେ ହୋଇଥିବା ଗବେଷଣାରେ ଆତ୍ମହତ୍ୟା ଉପରେ ଯେଉଁ ତଥ୍ୟ ରହିଛି ସେଥରୁ ବର୍ତ୍ତମାନ ଆତ୍ମହତ୍ୟା ମାମଲା 4 ଗୁଣ ବଢିଥିବା ଏହି ରିସର୍ଚ୍ଚ ରୁ ଜଣାପଡିଛି। ନେଇ ବୁର୍ଲା ଭୀମସାର ମେଡିକାଲର ଡାକ୍ତର ଡା. ସଞ୍ଜୀବ ମିଶ୍ର ସୂଚନା ଦେଇଛନ୍ତି।
ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ