ETV Bharat / city

ସୁରତ ହେଉ କି ସମ୍ବଲପୁର, କୋଚିଂ ସେଣ୍ଟର ଏବେ ‘ମୃତ୍ୟୁ ସେଣ୍ଟର’ - Sambalpur

ବିନା ସ୍ବୀକୃତିରେ ସମର କୋର୍ସ ! ବିନା ରେଜିଷ୍ଟ୍ରେସନରେ ଛାତ୍ରାବାସ ! କୋଚିଂ ସେଣ୍ଟରରେ କେତେ ସୁରକ୍ଷିତ ପିଲା ?

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : May 25, 2019, 3:23 PM IST

ସମ୍ବଲପୁର: କୋଚିଂ ସେଣ୍ଟରର ଦାୟିତ୍ବ ହୀନତା ପାଇଁ ଆକରଣରେ ଜୀବନ ହରାଉଛନ୍ତି ଛାତ୍ରଛାତ୍ରୀ । ନିକଟରେ ସାମ୍ନାକୁ ଆସିଛି ଦୁଇଟି ଘଟଣା । ଗୋଟିଏ ସୁରତ, ଅନ୍ୟଟି ସମ୍ବଲପୁର । ଶୁକ୍ରବାର ସୁରତର ଏକ କୋଚିଂ ସେଣ୍ଟରରେ ନିଆଲାଗି 20 ଛାତ୍ରଙ୍କ ମୃତ୍ୟୁ ଘଟଣା ସାରା ଦେଶବାସୀଙ୍କ ହୃଦୟକୁ ଦୋହଲାଇଦେଇଛି । ଆଉ ଏହାର କିଛି ସମୟ ପୂର୍ବରୁ ସମ୍ବଲପୁରର ଏକ କୋଚିଂ ସେଣ୍ଟରରେ ମଧ୍ୟ ସମାନ ସ୍ଥିତି । କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଯୋଗୁଁ ପଖୋରୀରେ ବୁଡି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଏପଟେ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତ ଛାତ୍ରଙ୍କ ପରିବାର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

କୋଚିଂ ସେଣ୍ଟରର ମାଲିକ ଅସିତ ପୁରହିତ । NIT ରାଉରକେଲା ଗ୍ରାଜୁଏଟ ବୋଲି ନିଜକୁ ପରିଚୟ ଦେଉଛନ୍ତି । ଶତାଧିକ ଛାତ୍ରଛାତ୍ରୀଙ୍କୁ ନେଇ ସମର କୋର୍ସ ଚଳାଇଥିଲେ । ହେଲେ ନା ଅଛି ପରମିସନ ନା ରହିଛି ରେଜିଷ୍ଟ୍ରେସନ । ଏକ ନିର୍ମାଣାଧନ କୋଠାରେ ହିଁ ଚାଲିଥିଲା କୋଚିଂ ସେଣ୍ଟର । ଛାତ୍ରବାସ ପାଇଁ ଓ୍ବାର୍ଡନ ବି ନଥିଲେ । ଏପରିକି କେତେ ପିଲା ସମର କୋର୍ସ କରୁଛନ୍ତି, ତାକୁ ବି ଠିକ ଭାବରେ କହିପାରୁନାହାଁନ୍ତି କୋଚିଂ ସେଣ୍ଟରର ମାଲିକ । ଆଉ ଏବେ ପୋଲିସ ହେପାଜତରେ ଅଭିଯୁକ୍ତ ।

ଏଠାରେ ପ୍ରଶ୍ନ ଉଠୁଛି, ବିନା ରେଜିଷ୍ଟ୍ରେସନରେ କେମିତି ଚାଲିଥିଲା ଛାତ୍ରବାସ ? ପ୍ରଶାସନ ସତରେ ଜାଣିନଥିଲା, ନା ଜାଣିକି ବି ଚୁପ ଥିଲା । ଜଣେ ମେଧାବୀ ଛାତ୍ରଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ?

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.