ETV Bharat / city

ପଶ୍ଚିମ ଓଡିଶା ବନ୍ଦ; ଅଟକିଲା ଇଣ୍ଟରସିଟି, 21 ଆନ୍ଦୋଳନକାରୀ ଗିରଫ

author img

By

Published : Feb 5, 2020, 9:27 AM IST

Updated : Feb 5, 2020, 7:35 PM IST

ପଶ୍ଚିମ ଓଡିଶା ଓକିଲ ସଂଘ ସମୂହ କ୍ରିୟାନୁଷ୍ଠାନ କମିଟି ଓ ପଶ୍ଚିମ ଓଡିଶା ନାଗରିକ କ୍ରିୟାନୁଷ୍ଠାନ କମିଟିର ଡାକରାରେ ବୁଧବାର ହାଇକୋର୍ଟ ବେଞ୍ଚ ସ୍ଥାପନା ନେଇ ଆନ୍ଦୋଳନ ହୋଇଥିଲା । ଅଧିକ ପଢନ୍ତୁ....

ହାଇକୋର୍ଟ ବେଞ୍ଚ ସ୍ଥାପନା ନେଇ ପଶ୍ଚିମ ଓଡିଶାରେ ବନ୍ଦ, ଅଟକିଲା ଇଣ୍ଟରସିଟି

ସମ୍ବଲପୁର: ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଆଜି (ବୁଧବାର) ସମ୍ବଲପୁରରେ 12 ଘଣ୍ଟିଆ ବନ୍ଦ ପାଳନ ହୋଇଛି । କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଓ ନାଗରିକ କ୍ରିୟାନୁଷ୍ଠାନ କମିଟିର ଡାକରାରେ ସକାଳ 6 ଟାରୁ ଆନ୍ଦୋଳନ ଆରମ୍ଭ ହୋଇଥିଲା । ସମ୍ବଲପୁର ସହରର ସରକାରୀ, ବେସରକାରୀ ଅଫିସ ସହ କୋର୍ଟ କଚେରୀ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ରାସ୍ତାରେ ଶହ ଶହ ଗାଡି ଅଟକି ରହିଥିବା ସହ ଦୋକାନ ବଜାର ସବୁ ବନ୍ଦ ରହିଥିଲା ।

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ପଶ୍ଚିମ ଓଡିଶା ବନ୍ଦ

ସକାଳୁ ସମ୍ବଲପୁର କ୍ଷେତରାଜପୁରର ମୁଖ୍ୟ ରେଳ ଷ୍ଟେସନରେ ଆନ୍ଦୋଳନକାରୀ ରେଳ ଲାଇନରେ ବସି ଟ୍ରେନ ଗୁଡିକୁ ଅଟକାଇ ଦେଇଥିଲେ । ଫଳରେ ସମ୍ବଲପୁର-ପୁରୀ ଟ୍ରେନ ବାତିଲ ହୋଇଥିବାବେଳେ ବହୁ ଟ୍ରେନ ଚଳାଚଳ ବାଧା ପ୍ରାପ୍ତ ହୋଇଥିଲା । ବାରମ୍ବାର ବୁଝା ସୁଝା ପରେ ଆନ୍ଦୋଳନକାରୀ ରେଳ ଲାଇନରୁ ନହଟିବାରୁ ପୋଲିସ ବଳ ପୂର୍ବକ ଆନ୍ଦୋଳନକାରୀଙ୍କୁ ହଟାଇଥିଲା । ଏହି ଘଟଣାରେ ସମ୍ବଲପୁର ଆରପିଏଫ ପୋଲିସ 21 ଜଣଙ୍କୁ ଗିରଫ କରିଥିଲା ।

ପରବର୍ତ୍ତି ସମୟରେ ରେଳ ଚଳାଚଳ ସ୍ବାଭାବିକ ହୋଇଥିଲା । ତେବେ ବହୁ ସଂଖ୍ୟାରେ ଯାତ୍ରୀ ହଇରାଣ ହୋଇଥିଲେ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ଆଜି ସମଗ୍ର ପଶ୍ଚିମ ଓଡ଼ିଶାରେ ବନ୍ଦ ପାଳନ କରାଯାଉଛି।ଏହାର ପ୍ରଭାବ ସମ୍ବଲପୁର ରେ ମଧ୍ୟ ପଡିଛି।ପଶ୍ଚିମ ଓଡିଶା ଓକିଲ ସଂଘ ସମୂହ କ୍ରିୟାନୁଷ୍ଠାନ କମିଟି ଓ ପଶ୍ଚିମ ଓଡିଶା ନାଗରିକ କ୍ରିୟାନୁଷ୍ଠାନ କମିଟିର ଡାକାରାରେ ଆଜି ହାଇକୋର୍ଟ ବେଞ୍ଚ ସ୍ଥାପନା ନେଇ ଏହି ଆନ୍ଦୋଳନ ପୂର୍ବରୁ ଦିଆ ଯାଇଥିବା ସୂଚନା ମୁତାବକ କରାଯାଉଛି।Body:ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ର ସ୍ଥାୟୀ ବ୍ୟାଞ୍ଚ ପ୍ରତିଷ୍ଠା ଦାବି ନେଇ ତେଜିଲା ଆନ୍ଦୋଳନ।ଆଜି ସମଗ୍ର ପଶ୍ଚିମ ଓଡ଼ିଶାରେ ଏହି ପ୍ରସଙ୍ଗ ନେଇ ବନ୍ଦ ପାଳନ କରାଯାଉଛି। ଏକାଠି ହୋଇଛନ୍ତି ସମଗ୍ର ପଶ୍ଚିମ ଓଡ଼ିଶାର ଓକିଲ ସଂଘ।ଏଥିରେ ସାମିଲ ହୋଇଛନ୍ତି ସମସ୍ତ ଜିଲ୍ଲାର ବିଭିନ୍ନ ବର୍ଗର ଲୋକ।ଆଜି ସକାଳୁ ସମ୍ବଲପୁର କ୍ଷେତରାଜପୁର ମୁଖ୍ୟ ରେଳ ଷ୍ଟେସନ ଠାରେ ଆନ୍ଦୋଳନ କାରୀ ମାନେ ସମ୍ବଲପୁର-ପୁରୀ,ସମ୍ବଲପୁର-ରାୟଗଡା ଇଣ୍ଟରସିଟି ସହ ସମ୍ବଲପୁର - ରାଉରକେଲା ଡି ଏମ ୟୁ ଟ୍ରେନ କୁ ଅଟକାଇଛନ୍ତି।Conclusion:ଆଜି ଦିନ ତମାମ ସମ୍ବଲପୁର ସହରର ସମସ୍ତ ସରକାରୀ ବେସରକାରୀ ଅଫିସ ଦୋକାନ ବଜାର କୋର୍ଟ କଚେରୀ ସବୁ ବନ୍ଦ ରହିବ।
Last Updated : Feb 5, 2020, 7:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.