ETV Bharat / city

ରାସ୍ତା ପାଲଟିଲାଣି ଗାଈ ଗୁହାଳ ! ପ୍ରଶାସନର ନାହିଁ ନିଘା - ରାଜରାସ୍ତାରେ ଗାଈଙ୍କ କବଜା

ରାଜରାସ୍ତା ପାଲଟିଲାଣି ଗାଈ ଗୁହାଳ । ଯୁଆଡ଼େ ଦେଖିଲେ ଚାରିଆଡ଼େ ଏଣେତେଣେ ବୁଲୁଛନ୍ତି ମାଳମାଳ ଗାଈ। ଗୋରୁଙ୍କ କବଜାରେ ରହିଛି ସହରର ଛକବଜାର । ସମ୍ବଲପୁର ସହରରେ ବୁଲା ଗାଈଗୋରୁ ଏକ ପ୍ରମୁଖ ସମସ୍ୟା ପାଲଟିଛି । ଅଧିକ ପଢନ୍ତୁ

cows problem in sambalpur
ରାସ୍ତା ପାଲଟିଲାଣି ଗାଈ ଗୁହାଳ, ପ୍ରଶାସନର ନାହିଁ ନିଘା
author img

By

Published : Jul 22, 2022, 8:46 PM IST

ସମ୍ବଲପୁର: ରାଜରାସ୍ତା ପାଲଟିଲାଣି ଗାଈ ଗୁହାଳ । ଯୁଆଡ଼େ ଦେଖିଲେ ଚାରିଆଡ଼େ ଏଣେତେଣେ ବୁଲୁଛନ୍ତି ମାଳମାଳ ଗାଈ । ବୁଲା ଗାଈଗୋରୁଙ୍କ କବଜାରେ ରହିଛି ସହରର ଛକବଜାର । ସମ୍ବଲପୁର ସହରରେ ଏହା ଏକ ପ୍ରମୁଖ ସମସ୍ୟା ପାଲଟିଛି । ସମ୍ବଲପୁର ଜିଲ୍ଲାର ଗଳିକନ୍ଦିରେ କବଜା କରିଛନ୍ତି ଗାଈଗୋରୁ । ସହରର ପ୍ରମୁଖ ତଥା ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ଦୈନିକ ହଜାର ହଜାର ଲୋକ ଯାତାୟତ କରନ୍ତି । ବହୁ ସଂଖ୍ୟାରେ ଗାଡ଼ି ମଧ୍ୟ ଚଳାଚଳ ହୁଏ । କିନ୍ତୁ ରାସ୍ତା ଉପରେ ଗାଈଗୋରୁ ବୁଲିବା ସହିତ ରାସ୍ତା ଜାମ କରିବା ଯୋଗୁଁ ଛୋଟବଡ଼ ଦୁର୍ଘଟଣା ହୋଇଥାଏ । ଏହା ସହ ଟ୍ରାଫିକ ସମସ୍ୟା ମଧ୍ୟ ଉପୁଜୁଛି । ଏପରିକି ଅନ୍ଧାର ରାତିରେ ଦୁର୍ଘଟଣାର ଶିକାର ହୋଇ ଗାଈଗୋରୁ ମଧ୍ୟ ପ୍ରାଣ ହରାଇଥାନ୍ତି ।

ରାସ୍ତା ପାଲଟିଲାଣି ଗାଈ ଗୁହାଳ

ଅସହାୟ ଗାଈମାନେ ଖାଦ୍ୟ ଅଭାବରୁ ପ୍ଲାଷ୍ଟିକ ଜରି (ପଲିଥିନ୍) ଆଦି ଖାଇ ମୃତ୍ୟୁମୁଖରେ ପଡୁଛନ୍ତି । ଅଧିକାଂଶ ଗାଈ ଗୋରୁଙ୍କ ପେଟରେ ପ୍ଲାଷ୍ଟିକ ଜମିଥିବା ଦେଖିବାକୁ ମିଳିଛି । ସହରରେ ଗୋଟିଏ ମଧ୍ୟ କାଞ୍ଜିଆ ଘର ନଥିବାରୁ ଏହି ସମସ୍ୟା ଉପୁଜୁଥିବା କୁହାଯାଇଛି । ସବୁଠାରୁ ବଡ଼ କଥା ହେଲା ଗାଈଗୋରୁଙ୍କୁ ଅତି ସହଜରେ ବେଆଇନ ଭାବେ ଚୋରା ଚାଲାଣ ଏବଂ ଗୋହତ୍ୟା କରାଯାଉଥିବା ଅଭିଯୋଗ ହୋଇଛି । ଏଭଳି ପରିସ୍ଥିତି ଗାଈ ଗୋରୁଙ୍କ ହତ୍ୟା ଯୋଗୁଁ ସାମ୍ପ୍ରଦାୟିକ ସଦଭାବ ବିଗୁଡୁଥିବା ହନୁମାନ ଜୟନ୍ତୀ ସମନ୍ମୟ ସମିତି ଅଭିଯୋଗ କରିଛି ।

ଏହାସହ ସହରରେ ବେଆଇନ ଗୋ ମାଂସ କାରବାର ବଢିଛି ବୋଲି କୁହାଯାଇଛି । ତେଣୁ ଏହାର ସ୍ଥାୟୀ ସମାଧାନ ପାଇଁ କାଞ୍ଜି ହାଉସ ନିର୍ମାଣ କରିବାକୁ ସଂଗଠନ ପକ୍ଷରୁ ଦାବି ହୋଇଛି । ଅପରପକ୍ଷରେ କେତେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ବୁଲା ଗାଈଗୋରୁଙ୍କୁ ଉଦ୍ଧାର କରି ଆଶ୍ରୟ ସ୍ଥଳରେ ରଖି ଚିକିତ୍ସା କରିବା ସହ ସେବା କରୁଥିଲେ । ମାତ୍ର ନିଜସ୍ୱ ଆଶ୍ରୟ ସ୍ଥଳ ନଥିବାରୁ ସମସ୍ତ ଗାଈ ଗୋରୁଙ୍କୁ ସେବା ଯୋଗାଇବାରେ ଅକ୍ଷମ ହେଉଥିବା ପ୍ରକାଶ କରିଛନ୍ତି । ତେଣୁ ଗାଈ ଗୋରୁଙ୍କୁ ଆଶ୍ରୟ ଦେବା ପାଇଁ ଜିଲ୍ଲା ପ୍ରଶାସନକୁ ସରକାରୀ ଜମି ଯୋଗାଇ ଦେବାକୁ ଅନୁରୋଧ କରିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ସ୍ବେଚ୍ଛାସେବୀ ।

ତେଣୁ ଏକ ସରକାରୀ ଜମି ଯୋଗାଇ ଦେବା ସହ ଲୋକଙ୍କୁ ସଚେତନ କରିବାକୁ ଦାବି ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଲା ଗାଈଗୋରୁଙ୍କ ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ଜାଗା ଚିହ୍ନଟ ସରିଥିବା ସମ୍ବଲପୁର ମହାନଗର ନିଗମର କମିଶନର ସୂଚନା ଦେଇଛନ୍ତି । ସମ୍ବଲପୁର ସହରରେ ବୁଲା ଗାଈଗୋରୁ ଏକ ପ୍ରମୁଖ ସମସ୍ୟା ପାଲଟିଥିବାବେଳେ ନିୟମକୁ ଖାତିର ନକରି ମନଇଚ୍ଛା ଗାଈଗୋରୁ ଛାଡ଼ିଦେବା ଏବଂ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନନେବା କର୍ତ୍ତୃପକ୍ଷଙ୍କ ଅବହେଳା ବୋଲି କୁହାଯାଉଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.