ETV Bharat / city

ବାହାଘର ଭୋଜି ଖାଇ 16 ଅସୁସ୍ଥ - ବାହାଘର ଭୋଜି ଖାଇ ଅସୁସ୍ଥ

ବାହାଘର ଭୋଜି ଭୋଜି ଖାଇ 16 ଜଣ ଅସୁସ୍ଥ । ସମ୍ବଲପୁର ଜିଲ୍ଲା ଗୋଶାଳା ବଉଦିଆପଡ଼ାରେ ଏଭଳି ଅଘଟଣା ଘଟିଛି । ଅଧିକ ପଢ଼ନ୍ତୁ

sick after eating marriage feast food in sambalpur
ବାହା ଘର ଭୋଜି ଖାଇ 16 ଜଣ ଅସୁସ୍ଥ
author img

By

Published : Apr 23, 2022, 9:28 AM IST

Updated : Apr 23, 2022, 9:55 AM IST

ସମ୍ବଲପୁର: ବାହାଘର ଭୋଜି ଭୋଜି ଖାଇ 16ଜଣ ଅସୁସ୍ଥ । ସମ୍ବଲପୁର ଜିଲ୍ଲା ଗୋଶାଳା ବଉଦିଆପଡ଼ାରେ ଏଭଳି ଅଘଟଣ ଘଟିଛି । ସମସ୍ତ ଅସୁସ୍ଥଙ୍କୁ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅସୁସ୍ଥଙ୍କ ମଧ୍ୟରୁ ଅଧିକ ସଂଖ୍ୟକ ଶିଶୁ ଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଗତକାଲି (ଶୁକ୍ରବାର) ବିଲମ୍ବିତ ରାତିରେ ବୌଦ୍ଧ ଜିଲ୍ଲାର ବଗିଆପଡ଼ାରୁ ଝିଅ ଛାଡ଼ିବା ପାଇଁ ପ୍ରାୟ 50 ଜଣ କନ୍ୟାପକ୍ଷ ଲୋକ ସମ୍ବଲପୁର ଜିଲ୍ଲାର ଗୋଶାଳା ବଉଦିଆପଡ଼ାକୁ ଆସିଥିଲେ । ଜ୍ବାଇଁ ଘରେ ବାହାଘର ଭୋଜି ଖାଇଥିଲେ । ଖାଦ୍ୟ ଖାଇବା ପରେ ଜଣଙ୍କ ପରେ ଜଣେ ବାନ୍ତି କରିବା ଆରମ୍ଭ କରିଥିଲେ । ଅନେକଙ୍କ ଅବସ୍ଥା ଗୁରୁତର ହେବାରୁ ସଭିଙ୍କୁ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ।

ବାହାଘର ଭୋଜି ଖାଇ 16 ଅସୁସ୍ଥ

ଏହାମଧ୍ୟ ପଢନ୍ତୁ: ବାହାଘର ଭୋଜି ଖାଇ ୨୦ରୁ ଊର୍ଦ୍ଧ୍ବ ଅସୁସ୍ଥ

ସେଠାରେ ଓପିଡିରେ ୧୬ ଜଣ ଅସୁସ୍ଥଙ୍କୁ ରଖାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ସେମାନଙ୍କ ମଧ୍ୟରୁ 2 ଜଣ ମହିଳା ଓ ଜଣେ ପୁରୁଷଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା । ତେବେ ଚିକିତ୍ସା ପରେ ସମସ୍ତେ ସୁସ୍ଥ ଅଛନ୍ତି । ବିଷାକ୍ତ ଖାଦ୍ୟ ଯୋଗୁଁ ଏଭଳି ହୋଇଥିବା ଅନୁମାନ କରାଯାଉଛି । ପ୍ରାଥମିକ ଚିକତ୍ସା ପରେ ସମସ୍ତେ ସୁସ୍ଥ ହୋଇ ବୌଦ୍ଧ ଫେରିଯାଇଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Apr 23, 2022, 9:55 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.