ସମ୍ବଲପୁର: ବୁର୍ଲା ସ୍ଥିତ ଭିସୁଟରେ ରାଗିଂ ଘଟଣା । ଭିସୁଟର କୁଳପତିଙ୍କ ସହ ଆଲୋଚନା କଲେ ପୀଡିତ ଛାତ୍ରଙ୍କ ଅଭିଭାବକ । ଘଟଣାଟି ଦୁର୍ଭାଗ୍ୟଜନକ ହୋଇଥିବାବେଳେ, ଏହାର ସମାଧାନ କିପରି ହେବ ସେନେଇ ଆଲୋଚନା କରିଛନ୍ତି ।
ଜୁନିୟର ଓ ସିନିୟର ଛାତ୍ରମାନେ କିପରି ମିଳିମିଶି ଏକାଠି କ୍ୟାମ୍ପସରେ ରହି ପାଠ ପଢିପାରିବେ, ସେନେଇ ମଧ୍ୟ ସେମାନେ କୁଳପତିଙ୍କ ସହ କଥାବାର୍ତ୍ତା କରିଛନ୍ତି । ସୂଚନାଯୋଗ୍ୟ, ଗତ 12 ତାରିଖରେ ଭିସୁଟରେ ଜଣେ ଜୁନିୟର ଛାତ୍ରଙ୍କୁ ରାଗିଂ କରାଯାଇଥିବାର ଅଭିଯୋଗ ହୋଇଥିଲା । ସେପଟେ, ଏହି ରାଗିଂ ଘଟଣାକୁ କୁଳପତି ଖଣ୍ଡନ କରିବା ସହ ପିଲାଙ୍କ ମଧ୍ୟରେ ସାମାନ୍ୟ ଗଣ୍ଡଗୋଳ ବୋଲି ସ୍ପଷ୍ଟୀକରଣ ଦେଇଥିଲେ ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ