ETV Bharat / city

ଉତ୍କଷ୍ଟ ସେବା ପାଇଁ ସମ୍ମାନିତ ହେଲେ ରେଳ କର୍ମଚାରୀ - ସମ୍ବଲପୁର

ଉତ୍କୃଷ୍ଟ ସେବା ପାଇଁ ରେଳ କର୍ମଚାରୀଙ୍କୁ ସମ୍ମାନିତ । କର୍ମଚାରୀଙ୍କୁ ସମ୍ମାନୀତ କଲେ ସମ୍ବଲପୁର ଡିଭିଜନର DRM । ଅଧିକ ପଢନ୍ତୁ...

sambalpur railway employee facilitated by drm for their service
ସେବା ପାଇଁ ସମ୍ମାନ
author img

By

Published : Jul 24, 2021, 11:14 AM IST

ସମ୍ବଲପୁର: କର୍ତବ୍ୟନିଷ୍ଠା, ସମୟାନୁବର୍ତ୍ତିତା ଓ ନିରାପତ୍ତା ନିୟମ ପାଳନ ପାଇଁ ପୁରସ୍କୃତ । କୋରୋନା ସମୟରେ ଯାତ୍ରୀଙ୍କୁ ଉପଯୁକ୍ତ ସେବା ସହ କର୍ତ୍ତବ୍ୟରେ ଅବହେଳା ନକରିବା ପାଇଁ ରେଳ କର୍ମଚାରୀଙ୍କୁ ସମ୍ମାନୀତ କରାଯାଇଛି । ସମ୍ବଲପୁର ରେଳ ଡିଭିଜନର ଡିଆରଏମ ପ୍ରଦୀପ କୁମାର ମୁନିଗୁଡାର ଷ୍ଟେସନ ମାଷ୍ଟର ଅନୁଜ ରାଜ,ବଲାଙ୍ଗୀର ଷ୍ଟେସନରେ କାର୍ଯ୍ୟରତ ପଏଣ୍ଟସମ୍ୟାନ ସରୋଜ କୁମାର ରଣାଙ୍କୁ ଉପଯୁକ୍ତ ସେବା ପାଇଁ ସମ୍ମାନିତ କରିଛନ୍ତି ।

ସେବା ପାଇଁ ସମ୍ମାନ

ଏହାସହ ଡୁଙ୍ଗରିପାଲି ଷ୍ଟେସନର ଇଞ୍ଜିନିୟରିଂ ବିଭାଗର ଟ୍ରାକ ମେଣ୍ଟେନର ମୀନକେତନ ଜୁଆଡି ଓ ମୁନିଗୁଡା ଷ୍ଟେସନର ଟ୍ରାକ ମେଣ୍ଟେନର ଦିପୁ କୁମାରଙ୍କୁ ନିରାପତ୍ତା ପ୍ରତି ସଜାଗ ଓ ସୁରକ୍ଷିତ ରେଳ ଚଳାଚଳ ଉପରେ କର୍ତବ୍ୟନିଷ୍ଠା ପାଇଁ ପୁରସ୍କୃତ କରିଛନ୍ତି । ଏହି ରେଳ କର୍ମଚାରୀ ମାନଙ୍କୁ ପ୍ରମାଣପତ୍ର ସହ ନଗଦ ରାଶି ପ୍ରଦାନ କରାଯାଇଛି । ଏହି ଅବସରରେ ବରିଷ୍ଠ ମଣ୍ଡଳ ଯନ୍ତ୍ରୀ ଜୟନ୍ତ ଖମାରୀ, ବରିଷ୍ଠ ମଣ୍ଡଳ ପରିଚାଳନା ପ୍ରବନ୍ଧକ ତନ୍ମୟ ମୁଖପାଧ୍ୟାୟ ପ୍ରମୁଖ ଉପସ୍ଥିତ ଥିଲେ। ।

ସମ୍ବଲପୁରରୁ ବାଦଶାହ ଜୁଷ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.