ETV Bharat / city

ଆସନ୍ତାକାଲି ଠାରୁ ସମ୍ବଲପୁର ମହୋତ୍ସବ: ମୁଖ୍ୟ ଆକର୍ଷଣ 2 ଶହ ଷ୍ଟଲ - ସମ୍ବଲପୁର ପିଏଚଡି ପଡ଼ିଆ

ଆସନ୍ତାକାଲି ଠାରୁ ସମ୍ବଲପୁର ମହୋତ୍ସବ । ଏନେଇ ଚାଲିଛି ଜୋରସୋର ପ୍ରସ୍ତୁତି । ସମ୍ବଲପୁର ପିଏଚଡି ପଡ଼ିଆରେ ଆରମ୍ଭ ହେବାକୁ ଯାଉଛି ମହୋତ୍ସବ। ଆଗକୁ ପଢନ୍ତୁ...

sambalpur mahastov
ଆସନ୍ତାକାଲି ଠାରୁ ସମ୍ବଲପୁର ମହୋତ୍ସବ
author img

By

Published : Dec 7, 2019, 2:07 PM IST

ସମ୍ବଲପୁର: ଆସନ୍ତା 8 ତାରିଖରୁ ସମ୍ବଲପୁର ପି ଏଚ ଡି ପଡ଼ିଆରେ ଆରମ୍ଭ ହେବାକୁ ଯାଉଛି ସମ୍ବଲପୁର ମହୋତ୍ସବ । ସମ୍ବଲପୁର ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଏହି ସାଂସ୍କୃତିକ ମହାକୁମ୍ଭ 8 ଦିନ ଧରି ହେବାକୁ ଥିବାବେଳେ ଏଥିରେ 1600 କଳାକାର ସାମିଲ ହେବେ ବୋଲି ସୂଚନା ଦିଆଯାଇଛି ।

ସମ୍ବଲପୁର ପିଏଚଡି ପଡ଼ିଆରେ ଅନୁଷ୍ଠିତ ହେବ ସମ୍ବଲପୁର ମହୋତ୍ସବ। କେନ୍ଦ୍ର ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ, ଆଇସିସିଆର, ଇଜେଡସିସି,କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ, ଓଡ଼ିଆ ଭାଷା ସାହିତ୍ୟ ଓ ପର୍ଯ୍ୟଟନ ବିଭାଗର ସହଯୋଗିତାରେ ଅନୁଷ୍ଠିତ ହେବ । ଉତ୍ସବରେ ଆଞ୍ଚଳିକ ସଂସ୍କୃତି ଓ ଲୋକକଳାକୁ ପ୍ରାଧାନ୍ୟ ଦିଆଯିବ ବୋଲି ଆୟୋଜକ କମିଟି କହିଛି ।

ଆସନ୍ତା ଡିସେମ୍ବର 8ରୁ ସମ୍ବଲପୁର ମହୋତ୍ସବ

ରାଜ୍ୟ ତଥା ରାଜ୍ୟ ବାହାରର ବ୍ୟବସାୟୀଙ୍କ 2ଶହ ଷ୍ଟଲ ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୁପ୍ତ ହେବାକୁ ଥିବା କଳା, ସ୍ଥାନୀୟ ଲୋକ କଳା ଓ କଳାକାର ସହ ରାଜ୍ୟ ବାହାରର କଳାକାର ସାମିଲ ହେବେ। ଏହାସହ ଝୋଟି, ଆଲପୀନା, ରଙ୍ଗୋଲି ପ୍ରତିଯୋଗିତା ମଧ୍ୟ ହେବ।

ଚଳିତ ବର୍ଷ ପଦ୍ମଶ୍ରୀ ହଳଧର ନାଗ ଆୟୋଜନ କମିଟିର ଅଧ୍ୟକ୍ଷ ଅଛନ୍ତି। ବିଗତ କିଛି ବର୍ଷ ହେଲା ସମ୍ବଲପୁର ଜିଲ୍ଲା ପ୍ରଶାସନ ଜିଲ୍ଲା ମହୋତ୍ସବ କରିବା ବନ୍ଦ କରିଦେଇଥିବାବେଳେ ସମ୍ବଲପୁର ସାଂସ୍କୃତିକ ପରିଷଦ ଏହି ସମ୍ବଲପୁର ମହୋତ୍ସବ ଆୟୋଜନ କରୁଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା,ଇଟିଭି ଭାରତ

Intro:ଆସନ୍ତା 8 ତାରିଖରୁ ସମ୍ବଲପୁର ପି ଏଚ ଡି ପଡ଼ିଆରେ ଆରମ୍ଭ ହେବାକୁ ଯାଉଛି ସମ୍ବଲପୁର ମହୋତ୍ସବ। ସମ୍ବଲପୁର ସଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଏହି ସାଂସ୍କୃତିକ ମହାକୁମ୍ଭ 8 ଦିନ ଧରି ହେବାକୁ ଥିବା ବେଳେ ଏଥିରେ 1600 କଳାକାର ସାମିଲ ହେବେ ବୋଲି ସୂଚନା ଦିଆଯାଇଛି।

Body:ଆସନ୍ତା 8 ରୁ 15 ତାରିଖ ଯାଏ ସମ୍ବଲପୁର ପି ଏଚ ଡି ପଡ଼ିଆରେ ଅନୁଷ୍ଠିତ ହେବାକୁ ଯାଉଛି ସମ୍ବଲପୁର ମହୋତ୍ସବ।କେନ୍ଦ୍ର ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ, ଆଇସି ସି ଆର, ଇଜେଡସିସି,କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ, ଓଡ଼ିଆ ଭାଷା ସାହିତ୍ୟ ଓ ପର୍ଯ୍ୟଟନ ବିଭାଗ ର ସହଯୋଗିତାରେ ଅଇଁଠାପାଲି ବିର୍ଷା ମୁଣ୍ଡା / ପି ଏଚଡ଼ି ପ
ମୈଦାନ ରେ 8 ଦିନ ବ୍ୟାପି ହେବାକୁ ଥିବା ଏହି ମହୋତ୍ସବରେ ଆଞ୍ଚଳିକ ସଂସ୍କୃତି ଓ ଲୋକକଳା କୁ ପ୍ରାଧାନ୍ୟ ଦିଆଯିବ ବୋଲି ଆୟୋଜକ କମିଟି କହିଛି। ଏହି କାର୍ଯ୍ୟକ୍ରମ ରେ 1600 କଳାକାର ସାମିଲ ହେବାକୁ ଥିବା ବେଳେ ଚାରି ପଟେ ରାଜ୍ୟ ତଥା ରାଜ୍ୟ ବାହାରର ବ୍ୟବସାୟୀଙ୍କ 200 ଷ୍ଟଲ ଅନ୍ୟତମ ଆକର୍ଷଣ ର କେନ୍ଦ୍ର ହେବ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଲୁପ୍ତ ହେବାକୁ ଥିବା କଳା, ସ୍ଥାନୀୟ ଲୋକ କଳା ଓ କଳାକାର ସହ ରାଜ୍ୟ ବାହାରର କଳାକାର ସାମିଲ ହେବେ। ଏହାସହ ଝୁଟି,ଆଲପୀନା,ରଙ୍ଗୋଲି ପ୍ରତିଯୋଗିତା ମଧ୍ୟ ହେବ।

Conclusion:ଚଳିତ ବର୍ଷ ପଦ୍ମଶ୍ରୀ ହଳଧର ନାଗ ଆୟୋଜନ କମିଟିର ଅଧ୍ୟକ୍ଷ ଅଛନ୍ତି। ବିଗତ କିଛି ବର୍ଷ ହେଲା ସମ୍ବଲପୁର ଜିଲ୍ଲା ପ୍ରଶାସନ ଜିଲ୍ଲା ମହୋତ୍ସବ କରିବା ବନ୍ଦ କରିଦେଇଥିବା ବେଳେ ସମ୍ବଲପୁର ସଂସ୍କୃତିକ ପରିଷଦ ଏହି ସମ୍ବଲପୁର ମହୋତ୍ସବ ଅୟୋଜନ କରୁଛି।

ବାଇଟ-1-ସପନ ମିଶ୍ର,ସଂଯୋଜକ, ସମ୍ବଲପୁର ସାଂସ୍କୃତିକ ପରିଷଦ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.