ETV Bharat / city

ବନ୍ଧୁକ ମୁନରେ ବ୍ୟବସାୟୀଙ୍କୁ ଅପହରଣ ମାମଲା: ପ୍ରତିକ୍ରିୟା ରଖିଲେ ପରିବାର ଓ ଡ୍ରାଇଭର - ବ୍ୟବସାୟୀ ନରେଶ କୁମାର ଅଗ୍ରୱାଲ

ସମ୍ବଲପୁର ପୋଲିସକୁ ମିଳିଲା ସଫଳତା । ଶୁକ୍ରବାର ଅପହୃତ ବ୍ୟବସାୟୀ ନରେଶ କୁମାର ଅଗ୍ରୱାଲଙ୍କୁ ଉଦ୍ଧାର କଲା ପୋଲିସ । ଏହା ପରେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ନରେଶଙ୍କ ପୁଅ ଓ ଡ୍ରାଇଭର । ଅଧିକ ପଢନ୍ତୁ...

ଗତକାଲି ଅପହୃତ ହୋଇଥିବା ବ୍ୟବସାୟୀଙ୍କୁ ଉଦ୍ଧାର କଲା ପୋଲିସ

author img

By

Published : Jul 11, 2020, 8:21 AM IST

Updated : Jul 11, 2020, 7:41 PM IST

ସମ୍ବଲପୁର: ଜିଲ୍ଲା ପୋଲିସକୁ ସଫଳତା । ଶୁକ୍ରବାର ଅପହୃତ ବ୍ୟବସାୟୀ ନରେଶ କୁମାର ଅଗ୍ରୱାଲଙ୍କୁ ଉଦ୍ଧାର କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଏସପି କନୱର ବିଶାଳ ସିଂ ଓ ବ୍ୟବସାୟୀଙ୍କ ପୁଅ ।

ସମ୍ବଲପୁରରେ ବ୍ୟବସାୟୀ ଅପହରଣ ମାମଲା: ପ୍ରତିକ୍ରିୟା ରଖିଲେ ପରିବାର ଓ ଡ୍ରାଇଭର

ଶୁକ୍ରବାର ବିଳମ୍ବିତ ରାତିରେ ପୋଲିସ ତାଙ୍କୁ ହୀରାକୁଦ ଅଞ୍ଚଳରୁ ଉଦ୍ଧାର କରିଥିବାବେଳେ ଘଟଣାରେ ସମ୍ପୃକ୍ତ ଥିବା ଜଣେ ବି ଅପହରଣକାରୀ ଗିରଫ ହୋଇନଥିବା ଜଣାପଡିଛି । ହେଲେ ନରେଶଙ୍କ ଜୀବନ୍ତ ମିଳିବା ପରେ ତାଙ୍କ ପରିବାର ଓ ସହରବାସୀ ପୋଲିସର ପ୍ରଶଂସା କରିଛନ୍ତି ।

ସେହିପରି ଘଟଣାର ଅନ୍ୟ ଦିଗକୁ ଦେଖିଲେ ଦୁର୍ବୃତ୍ତମାନେ କେଉଁ ଉଦ୍ଦେଶ୍ୟରେ ବ୍ୟବସାୟୀଙ୍କୁ ଅପହରଣ କରିଥିଲେ ଏବଂ ପରବର୍ତ୍ତୀ ସମୟରେ କାହିଁକି ତାଙ୍କୁ ଛାଡିଦେଲେ ସେ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ସେପଟେ ତଦନ୍ତରେ ବାଧା ସୃଷ୍ଟି ନେଇ ପୋଲିସ ମଧ୍ୟ ବ୍ୟବସାୟୀଙ୍କୁ କେଉଁ ପରିସ୍ଥିତିରେ ଉଦ୍ଧାର କରିଛି ସେ ନେଇ କୌଣସି ପ୍ରତିକ୍ରିୟା ରଖିନାହିଁ ।

ତେବେ ବ୍ୟବସାୟୀ ନରେଶ ମିଳିବା ପରେ ତାଙ୍କ ପରିବାର ଲୋକେ ଆଜି (ଶନିବାର) ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ ପୁଅ କହିଛନ୍ତି ଯେ, ନରେଶଙ୍କ ଗିରଫକୁ ନେଇ କୌଣସି ଧମକପୂର୍ଣ୍ଣ ଫୋନ କଲ ଆସିନଥିଲା । ବ୍ୟବସାୟୀ ମଧ୍ୟ ଅପହରଣକର୍ତ୍ତାଙ୍କୁ ଚିହ୍ନିନଥିବା ପରିବାର ଲୋକେ କହୁଛନ୍ତି । ଏପଟେ ବ୍ୟବସାୟୀଙ୍କୁ ରାତ୍ରି ସମୟରେ ଅପହରଣକାରୀମାନେ ଅନ୍ଧାରୁଆ କୋଠରୀରେ ରୁଟି, ଡାଲମା ଖାଇବାକୁ ଦେଇଥିବା କଥା ମଧ୍ୟ କହିଛନ୍ତି ।

ପ୍ରତ୍ୟକ୍ଷଦର୍ଶୀ ଡ୍ରାଇଭର ମଧ୍ୟ ଗଣମାଧ୍ୟମ ଆଗରେ ଅପହରଣକାରୀଙ୍କୁ ନେଇ ସଠିକ ତଥ୍ୟ ରଖି ପାରୁନାହାନ୍ତି । ତେବେ ଅଭିଯୁକ୍ତଙ୍କୁ ଧରିବା ପାଇଁ ସଦର ଏସଡିପିଓ ତପନ କୁମାର ମହାନ୍ତିଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ ହୋଇଥିବା ଏସପି ସୂଚନା ଦେଇଛନ୍ତି ।

ସୂଚନାଥାଉକି, ଶୁକ୍ରବାର ସମ୍ବଲପୁରର ରେମେଡ ଛକର ବ୍ୟବସାୟୀ ନରେଶ କୁମାର ଅଗ୍ରୱାଲଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରିଥିଲେ । ଶାସନ ଥାନା ଅନ୍ତର୍ଗତ ସମ୍ବଲପୁର ଝାରସୁଗୁଡା ରାଜ୍ୟ ରାଜପଥ ନିକଟରୁ ବ୍ୟବସାୟୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା । ସେଦିନ ସେ ନିଜ ଡ୍ରାଇଭର ସହ କାରରେ ଯାଉଥିବାବେଳେ ଶାସନ ଛକରେ କୌଣସି କାମରେ ଅଟକିଥିଲେ ଆଉ ନିଜ ଡ୍ରାଇଭରକୁ କୌଣସି କାର୍ଯ୍ୟ ପାଇଁ ନିକଟସ୍ଥ ଅଞ୍ଚଳକୁ ପଠାଇଥିଲେ । ଏହି ସମୟରେ ସେ କାରରେ ଏକୁଟିଆ ଥିବା ଦେଖି କିଛି ଦୁର୍ବୃତ୍ତ ତାଙ୍କୁ ବନ୍ଧୁକ ମୁନରେ ଅପହରଣ କରିଥିବା ଶାସନ ଥାନାରେ ଅଭିଯୋଗ ହୋଇଥିଲା ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Jul 11, 2020, 7:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.